Hindi News >>Home >>Odisha National-International

Mahua Moitra: ଆଜି ମହୁଆଙ୍କ ଆବେଦନର ବିଚାର କରିବେ ସୁପ୍ରିମକୋର୍ଟ

Mahua Moitra: କ୍ୟାଶ୍ ଫର କ୍ବେରି (Cash for query) ମାମଲାରେ କିଛିଦିନ ତଳେ ଲୋକସଭାରୁ ବିଦା ହୋଇଥିଲେ ଟିଏମସି ସାଂସଦ ମହୁଆ ମୈତ୍ର (Mahua Moitra)। ଟଙ୍କା ବଦଳରେ ପ୍ରଶ୍ନ ପଚାରିବା ମାମଲାରେ ଫଶିଥିବା ସାଂସଦ ମହୁଆଙ୍କ ଆବେଦନର ଆଜି ବିଚାର କରିବେ ସୁପ୍ରିମକୋର୍ଟ ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Dec 15, 2023, 11:34 AM IST

Mahua Moitra: କ୍ୟାଶ୍ ଫର କ୍ବେରି (Cash for query) ମାମଲାରେ କିଛିଦିନ ତଳେ ଲୋକସଭାରୁ ବିଦା ହୋଇଥିଲେ ଟିଏମସି ସାଂସଦ ମହୁଆ ମୈତ୍ର (Mahua Moitra)। ଟଙ୍କା ବଦଳରେ ପ୍ରଶ୍ନ ପଚାରିବା ମାମଲାରେ ଫଶିଥିବା ସାଂସଦ ମହୁଆଙ୍କ ଆବେଦନର ଆଜି ବିଚାର କରିବେ ସୁପ୍ରିମକୋର୍ଟ ।

ସୂଚନାଯୋଗ୍ୟ, ଟଙ୍କା ନେଇ ପ୍ରଶ୍ନ ଅଭିଯୋଗରେ ଟିଏମସି ସାଂସଦ ମହୁଆ ମୈତ୍ରଙ୍କୁ (TMC MP Mahua Moitra) ଲୋକସଭାରୁ ବହିଷ୍କାର କରାଯାଇଥିଲା । ଲୋକସଭାର ଏହି ଆଦେଶ ବିରୋଧରେ ମହୁଆ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇ ଏକ ପିଟିସନ ଦାଖଲ କରିଥିଲେ । ଏହାସହ ଏଥିକ୍ସ କମିଟି ଦେଇଥିବା ରିପୋର୍ଟ ଓ ଲୋକସଭା ବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ । ବିନା କୌଣସି ତଥ୍ୟ ପ୍ରମାଣ ଆଧାରରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସେ ଅଭିଯୋଗ କରିଥିଲେ। ଏନେଇ ମହୁଆ କହିଥିଲେ, ‘ମୁଁ କୌଣସି ଅପରାଧ କରିନି । ଏଥିକ୍ସ କମିଟିର କୌଣସି ଅଧିକାର ନାହିଁ କାହାକୁ ବହିଷ୍କାର କରିବ । ଏପରି କରି ନାରୀ ଶକ୍ତିକୁ ସଂସଦରେ ଅପମାନିତ କରାଯାଇଛି’। ତେବେ ଏନେଇ ଆଜି ସୁପ୍ରିମକୋର୍ଟ (Supreme Court) ତୃଣମୂଳ କଂଗ୍ରେସ ନେତା ମହୂଆ ମୈତ୍ରଙ୍କ ଆବେଦନ ଉପରେ ଶୁଣାଣି କରିବେ ।

Also Read-Bhajan Lal Sharma: କେତେ କୋଟିର ମାଲିକ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା?

ପ୍ରକାଶ ଥାଉ କି, ସଂସଦରେ ମୋଦି ସରକାରଙ୍କୁ (Modi Government) ସମାଲୋଚନା ପୂର୍ବକ ପ୍ରଶ୍ନ ପଚାରିବା ବଦଳରେ ମହୁଆ ୨ କୋଟି ଟଙ୍କା ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଟଙ୍କା ନେଇ ପ୍ରଶ୍ନ ପଚାରିବା ଅଭିଯୋଗ ଆସିବା ପରେ ଏଥିକ୍ସ କମିଟି ପକ୍ଷରୁ ୫୦୦ ପୃଷ୍ଠାର ଏଥିକ୍ସ ରିପୋର୍ଟରେ ମହୁଆଙ୍କୁ ବହିଷ୍କାର କରିବା ପାଇଁ ସୁପାରିଶ କରାଯାଇଥିଲା । ଗତ ୮ ତାରିଖରେ ସଂସଦରେ ଏହି ରିପୋର୍ଟ ଉପସ୍ଥାପନ କରାଯାଇଥିଲା । ଏହାପରେ ଭଏସ ଭୋଟରେ ବିଜେପି ଓ ସମର୍ଥିତ ସାଂସଦ ବହିଷ୍କାରକୁ ସମର୍ଥନ କରିଥିଲେ।

 

 

Read More
{}{}