Hindi News >>Home >>Odisha National-International

Joshimath Sinking Case: ଯୋଶୀମଠ ମାମଲାର ଶୁଣାଣିରୁ ଦୂରେଇଗଲେ ସୁପ୍ରିମକୋର୍ଟ, କ'ଣ କହିଲେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ?

Joshimath Sinking News: ଯୋଶୀମଠ ଜମି ଧସିଯିବା ମାମଲାର ଶୁଣାଣି ଉପରେ ପ୍ରତିକ୍ରିୟା ରଖି ସୁପ୍ରିମକୋର୍ଟ କହିଛନ୍ତି ଯେ ଉତ୍ତରାଖଣ୍ଡ ହାଇକୋର୍ଟ ଏହି ମାମଲାର  ଶୁଣାଣି କରୁଛନ୍ତି। ଆବେଦନକାରୀ ସେଠାରେ ନିଜର ପକ୍ଷର ରଖିବା ଆବଶ୍ୟକ।

Advertisement
Joshimath Sinking Case: ଯୋଶୀମଠ ମାମଲାର ଶୁଣାଣିରୁ ଦୂରେଇଗଲେ ସୁପ୍ରିମକୋର୍ଟ, କ'ଣ କହିଲେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ?
Stop
Zee Odisha Desk|Updated: Jan 16, 2023, 08:37 PM IST

Supreme Court on Joshimath Sinking Case: ଯୋଶୀମଠ ଜମି ଧସିଯିବା ମାମଲା ଦାଏର କରାଯାଇଥିବା ଆବେଦନ ଉପରେ ଶୁଣାଣି କରିବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ଏହି  ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟ ଅବିମୁକ୍ତେଶ୍ୱରାନନ୍ଦଙ୍କ ପକ୍ଷରୁ ଏକ ଆବେଦନ ଦାଏର କରାଯାଇଥିଲା। ଜାନୁଆରୀ ୧୬ ତାରିଖ ସୋମବାର ସୁପ୍ରିମକୋର୍ଟ ଆବେଦନକାରୀ ଶଙ୍କରାଚାର୍ଯ୍ୟ ଅବିମୁକ୍ତେଶ୍ୱରାନନ୍ଦଙ୍କୁ ତାଙ୍କ ମାମଲା ଉତ୍ତରାଖଣ୍ଡ ହାଇକୋର୍ଟ ଠାରେ ଉପସ୍ଥାପନ କରିବାକୁ କହିଛନ୍ତି। ଶୁଣାଣି ସମୟରେ ଉତ୍ତରାଖଣ୍ଡ ସରକାର ଦେଶର ସର୍ବୋଚ୍ଚ ନ୍ୟାୟାଳୟକୁ କହିଛନ୍ତି ଉତ୍ତରାଖଣ୍ଡ ହାଇକୋର୍ଟ ଏହି ମାମଲାର ଶୁଣାଣି କରୁଛନ୍ତି।

ଯୋଶୀମଠ ଜମି ଧସିଯିବା ମାମଲାର (Joshimath Sinking Case) ଶୁଣାଣି ଉପରେ ପ୍ରତିକ୍ରିୟା ରଖି ସୁପ୍ରିମକୋର୍ଟ (Supreme Court) କହିଛନ୍ତି ଯେ ଉତ୍ତରାଖଣ୍ଡ ହାଇକୋର୍ଟ (Uttarakhand High Court) ଏହି ମାମଲାର  ଶୁଣାଣି କରୁଛନ୍ତି। ଆବେଦନକାରୀ ସେଠାରେ ନିଜର ପକ୍ଷର ରଖିବା ଆବଶ୍ୟକ। ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ (Shankaracharya Avimukteshwaranand) ଯୋଶୀମଠ (Joshimath) ଠାରେ ଜମି ଧସିଯିବା କାରଣରୁ ପ୍ରଭାବିତ ହୋଇଥିବା ଲୋକଙ୍କୁ ପୁନର୍ବାସ ଏବଂ ସେମାନଙ୍କ ସମ୍ପତ୍ତିର ବୀମା କରିବା ପାଇଁ ଦାବି କରିଥିଲେ।

ଶଙ୍କରାଚାର୍ଯ୍ୟ ଅବିମୁକ୍ତେଶ୍ୱରାନନ୍ଦ ତାଙ୍କ ଆବେଦନରେ ଯୋଶୀମଠ ଜମି ଧସିଯିବା ଘଟଣାକୁ ଜାତୀୟ ବିପର୍ଯ୍ୟୟ ବୋଲି ଘୋଷଣା କରିବାକୁ ମଧ୍ୟ ଦାବି କରାଯାଇଥିଲା। ଏହା ସହିତ ତପୋବନ-ବିଷ୍ଣୁଗଡ ବିଦ୍ୟୁତ ପ୍ରକଳ୍ପ (Tapoban Bishnugarh Power Project) ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇବାକୁ ନିଜର ଆବେଦନ ମାଧ୍ୟମରେ ଦାବି କରିଥିଲେ ଶଙ୍କରାଚାର୍ଯ୍ୟ। ଏହି ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, ୧୨ ଜାନୁଆରୀରେ ଉତ୍ତରାଖଣ୍ଡ ହାଇକୋର୍ଟ ସମାନ ପ୍ରସଙ୍ଗରେ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷଜ୍ଞ କମିଟି ଗଠନ ଉପରେ ହାଇକୋର୍ଟ ଜବାବ ମାଗିଛନ୍ତି। ସରକାର ଏବଂ ଏନଟିପିସି ପକ୍ଷରୁ ଯୋଶୀମଠ ଠାରେ ଚାଲିଥିବା ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ବନ୍ଦ ରଖିବାକୁ ହେବ। ଆମେ ଭାବୁଛୁ ଯେ ଆବେଦନକାରୀ ଉତ୍ତରାଖଣ୍ଡ ହାଇକୋର୍ଟ ପାଖରେ ନିଜର ପକ୍ଷ ରଖିବା ଆବଶ୍ୟକ।

ଆବେଦନକାରୀ ଶଙ୍କରାଚାର୍ଯ୍ୟ ଅବିମୁକ୍ତେଶ୍ୱରାନନ୍ଦଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ ସୁଶୀଲ ଜୈନ ଏବଂ ପି.ଏନ ମିଶ୍ରା ଅନୁରୋଧ କରିଥିଲେ ଯେ ସେମାନଙ୍କ ପକ୍ଷରୁ ଦାଏର କରାଯାଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରନ୍ତୁ। ହେଲେ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି କହିଛନ୍ତି ଯେ ଆପଣ ପୁନର୍ବାସ ସମେତ ଅନ୍ୟ ଯେଉଁ ଦାବି କରୁଛନ୍ତି ହାଇକୋର୍ଟ ଠାରେ ଉପସ୍ଥାପନ କରନ୍ତୁ। ଯଦି ଆପଣ ହାଇକୋର୍ଟ ଠାରେ କୌଣସି ଆବେଦନ କରନ୍ତି ତାହେଲେ ଶୀଘ୍ର ଏହାର ଶୁଣାଣି କରିବା ପାଇଁ ଆମେ ଉତ୍ତରାଖଣ୍ଡ ଉଚ୍ଚନ୍ୟାୟାଳୟଙ୍କୁ ଅନୁରୋଧ ଜଣାଇବୁ। 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଭୂସ୍ଖଳନ କାରଣକୁ ଉତ୍ତରାଖଣ୍ଡ ଯୋଶୀମଠ ଅଞ୍ଚଳର ଜମି ଧସିବାରେ ଲାଗିଛି। ଯାହା ଏହି ପାହାଡି଼ ରାଜ୍ୟ ଏକ ବିପର୍ଯ୍ୟୟ ଭାବେ ଉଭା ହୋଇଛି। ଯୋଶୀମଠ ଅଞ୍ଚଳରେ ଜମି ଧିରେ ଧିରେ ଧସିବାରେ ଲାଗିଛି। ଏଠାକାର ଘର ଦ୍ୱାର, ରାସ୍ତା ଘାଟ ଏବଂ କ୍ଷେତରେ ବିରାଟ ଖାଲ ଦେଖାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଯୋଶୀମଠ ଅଞ୍ଚଳରୁ ଶହ ଶହ ପରିବାରଙ୍କୁ ରିଲିଫ କ୍ୟାମ୍ପ ସ୍ଥାନାନ୍ତର କରାଯାଇ ସାରିଛି।

 

Read More
{}{}