Hindi News >>Home >>Odisha National-International

ଦେଶରେ ଯାହା ଘଟୁଛି ସେଥିପାଇଁ ନୁପୂର ଶର୍ମା ଦାୟୀ: ସୁପ୍ରିମକୋର୍ଟ

Prophet Mohammed remarks case: ନୁପୂର ଶର୍ମାଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟ କଡା ଭର୍ତ୍ସନା କରିଛନ୍ତି। ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ନିଲମ୍ବିତ ବିଜେପି ମୁଖପାତ୍ରଙ୍କୁ କୋର୍ଟ କଡ଼ା ଭାଷାରେ ଟିପ୍ପଣୀ କରିଛନ୍ତି। ସମସ୍ତ ଏତଲାକୁ ଏକାଠି ତଦନ୍ତ ପାଇଁ ନୁପୂର କରିଥିବା ଆବେଦନର ଶୁଣାଣି କରି କୋର୍ଟ ତାଙ୍କୁ ପୂରା ଦେଶକୁ କ୍ଷମା ମାଗିବାକୁ କହିଛନ୍ତି।

Advertisement
ଡିଜାଇନ୍ ଫଟୋ
Stop
Zee Odisha Desk|Updated: Jul 01, 2022, 12:57 PM IST

Prophet Mohammed remarks case: ନୁପୂର ଶର୍ମାଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟ କଡା ଭର୍ତ୍ସନା କରିଛନ୍ତି। ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ନିଲମ୍ବିତ ବିଜେପି ମୁଖପାତ୍ରଙ୍କୁ କୋର୍ଟ କଡ଼ା ଭାଷାରେ ଟିପ୍ପଣୀ କରିଛନ୍ତି। ସମସ୍ତ ଏତଲାକୁ ଏକାଠି ତଦନ୍ତ ପାଇଁ ନୁପୂର କରିଥିବା ଆବେଦନର ଶୁଣାଣି କରି କୋର୍ଟ ତାଙ୍କୁ ପୂରା ଦେଶକୁ କ୍ଷମା ମାଗିବାକୁ କହିଛନ୍ତି। ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜେବି ପାର୍ଡିୱାଲା ମାମଲାର ଶୁଣାଣୀ କରୁଥିଲେ। 

ନିଲମ୍ବିତ ବିଜେପି ମୁଖପାତ୍ର ନୁପୂର ଶର୍ମାଙ୍କୁ ଏକ ଶକ୍ତ ଝଟକା ଲାଗିଛି। ତାଙ୍କ ବିରୁଦ୍ଧରେ ଦାଏର ସବୁ ଏତଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବା ପାଇଁ ଆବେଦନ ପିଟିସନ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜେବି ପାର୍ଡିୱାଲାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ନୁପୂର ଶର୍ମାଙ୍କୁ କଡା ଭାଷାରେ ଭତ୍ସନା କରିଛନ୍ତି। ଯାହା ପରେ ନିଲମ୍ବିତ ବିଜେପି ତାଙ୍କ ଦାଏର ପିଟିସନକୁ ପତ୍ୟାହୃତ କରିନେଇଥିବା ସୂଚନା ମିଳିଛି। 

 

 

 

ନୁପୂର ଶର୍ମା ଏକ ଟିଭି ଡିବେଡରେ ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଦେଶର ବିଭିନ୍ନ ସ୍ଥାନରେ ନୁପୂରଙ୍କ ବିରୁଦ୍ଧରେ ଏତଲା ଦିଆଯାଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କୁ ଗିରଫ କରାଯାଇ ନାହିଁ। ଅନ୍ୟପଟେ ସେ ତାଙ୍କ ନାମରେ ଥିବା ସମସ୍ତ ଏତଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଶୁକ୍ରବାର ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ନୁପୂରଙ୍କ ଏତଲା ସ୍ଥାନାନ୍ତର ପିଟିସନକୁ କୋର୍ଟ ଖାରଜ କରି ହାଇକୋର୍ଟଙ୍କ ଦ୍ୱାରାସ୍ଥ ହେବାକୁ ପରାମର୍ଶ ଦେଇଛନ୍ତି। 

ପ୍ରଫେଟ୍ ମହମ୍ମଦଙ୍କ ଉପରେ ନୁପୂରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ କୋର୍ଟ କ୍ଷଭୋ ପ୍ରକାଶ କରିବା ସହ କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ଯାହା ସବୁ ଘଟି ଯାଉଛି ସେଥିପାଇଁ କେବଳ ନୁପୂର ଶର୍ମା ଦାୟୀ। ଏଥିପାଇଁ ସେ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ। ନୁପୂରଙ୍କ ଆଇନଜୀବୀ ମନିନ୍ଦର ସିଂହ କହିଥିଲେ ଯେ, ପୂର୍ବରୁ ସେ ଏ ସମନ୍ଧରେ ଲିଖିତ ଭାବେ କ୍ଷମା ମାଗିଛନ୍ତି। ତେବେ ସେ ଟିଭିରେ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି କୋର୍ଟ କହିବା ସହ ବର୍ତ୍ତମାନ ତାହା ବିଳମ୍ବ ହୋଇଗଲାଣି, ପୂର୍ବରୁ ନୁପୂର ସର୍ତ୍ତମୂଳକ ଭାବେ କ୍ଷମା ମାଗିଥିବା କୋର୍ଟ କହିଛନ୍ତି। 

Also Read: ରାଷ୍ଟ୍ରପତି ନିର୍ବାଚନ ପାଇଁ ୧୧୫ ପ୍ରାର୍ଥୀ କରିଥିଲେ ନାମାଙ୍କନ ଦାଖଲ, କେବଳ ୨ ଜଣ ହିଁ ଯୋଗ୍ୟ

ଜାତୀୟ ନିରାପତ୍ତା ପାଇଁ ନୁପୂର ଶର୍ମା ବିପଦ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଉଦୟପୁରର କହ୍ନେୟା ଲାଲ ସାହୁଙ୍କ ବିଭତ୍ସ ହତ୍ୟାକାଣ୍ଡ ପାଇଁ ମଧ୍ୟ ନୁପୂର ଶର୍ମା ଦାୟୀ ବୋଲି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜେବି ପାର୍ଡିୱାଲାଙ୍କ ଖଣ୍ଡପୀଠ ପ୍ରକାଶ କରିଛନ୍ତି। ଦିଲ୍ଲୀ ପୋଲିସ ଉପରେ ମଧ୍ୟ ସୁପ୍ରିମକୋର୍ଟ କ୍ଷଭୋ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଜଣେ ସାଧାରଣ ଲୋକଙ୍କ ନାମରେ ଏତାଲ ହେବା ମାତ୍ରେ ତାଙ୍କୁ ପୋଲିସ ଗିରଫ କରୁଛି। କିନ୍ତୁ ନୁପୂର ଶର୍ମା ମାମଲାରେ ପୋଲିସ୍ ବର୍ତ୍ତମାନ ସୁଦ୍ଧା କଣ କାର୍ଯାନୁଷ୍ଠାନ ନେଇଛି। ସେ ଗୋଟିଏ ଦଳର ମୁଖ୍ୟପାତ୍ର ଆଉ ତାଙ୍କ ମୁଣ୍ଡ ଉପରେ କ୍ଷମତା ଥିବାରୁ ଏକାଧିକ ଏତଲା ପରେ ମଧ୍ୟ ପୋଲିସ ନୁପୂର ଶର୍ମାଙ୍କ ଦେହରେ ହାତ ଲଗାଇନଥିବା କୋର୍ଟ କହିଛନ୍ତି। 

ଶୁଣାଣୀ ବେଳେ ନୁପୂର ଶର୍ମାଙ୍କ ଆଇନଜୀବୀ ଯୁକ୍ତି ରଖିଥିଲେ ଯେ, ନୁପୂର କୁଆଡେ ପଳାଇ ଯାଉନାହାନ୍ତି, ସେ ପୋଲିସକୁ ତଦନ୍ତରେ ସମସ୍ତ ପ୍ରକାରର ସହଯୋଗ କରୁନ୍ତି। ଏହାର ଜବାବରେ କୋର୍ଟ କହିଥିଲେ, 'ସେଠାରେ ଆପଣଙ୍କ ପାଇଁ ରେଡ୍ କାର୍ପେଟ ପଡିବା କଥା।'

Read More
{}{}