Hindi News >>Home >>Odisha National-International

Ram lalla: ହସ ହସ ମୁହଁରେ ଦର୍ଶନ ଦେଲେ ଶ୍ରୀରାମ, ଜାଣନ୍ତୁ ପ୍ରତିମାର ୧୦ ଅବତାର ସମ୍ପର୍କରେ

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବ। ରାମଲାଲାର ୫ ବର୍ଷୀୟ ଶିଶୁ ରୂପର ମୂର୍ତ୍ତି ରାମ ମନ୍ଦିରର ଗର୍ଭଗୃହରେ ଅବସ୍ଥାନ କରାଯାଇଛି। ରାମଲାଲାଙ୍କ ପ୍ରତିମା ବର୍ତ୍ତମାନ ଏକ ପରଦା ଦ୍ୱାରା ଆଚ୍ଛାଦିତ ହୋଇଛି। ତାଙ୍କ ଆଖିରେ ପଟ୍ଟି ବନ୍ଧାଯାଇଛି। ପ୍ରଣ ପ୍ରତିଷ୍ଠା ଦିନ ବୈଦିକ ଏବଂ ସନାତନ ପରମ୍ପରା

Advertisement
Ram lalla: ହସ ହସ ମୁହଁରେ ଦର୍ଶନ ଦେଲେ ଶ୍ରୀରାମ, ଜାଣନ୍ତୁ ପ୍ରତିମାର ୧୦ ଅବତାର ସମ୍ପର୍କରେ
Stop
Zee Odisha Desk|Updated: Jan 20, 2024, 12:04 PM IST

Ram lalla: ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବ। ରାମଲାଲାର ୫ ବର୍ଷୀୟ ଶିଶୁ ରୂପର ମୂର୍ତ୍ତି ରାମ ମନ୍ଦିରର ଗର୍ଭଗୃହରେ ଅବସ୍ଥାନ କରାଯାଇଛି। ରାମଲାଲାଙ୍କ ପ୍ରତିମା ବର୍ତ୍ତମାନ ଏକ ପରଦା ଦ୍ୱାରା ଆଚ୍ଛାଦିତ ହୋଇଛି। ତାଙ୍କ ଆଖିରେ ପଟ୍ଟି ବନ୍ଧାଯାଇଛି। ପ୍ରଣ ପ୍ରତିଷ୍ଠା ଦିନ ବୈଦିକ ଏବଂ ସନାତନ ପରମ୍ପରା ଅନୁଯାୟୀ ରୀତିନୀତି ପରେ ପ୍ରଧାନମନ୍ତ୍ରୀ ମୋଦୀ ବ୍ୟାଣ୍ଡେଜ୍ ଖୋଲି ରାମ ଲାଲାର ପ୍ରାଣ ପ୍ରତିଷ୍ଠା କରିବେ। ତେବେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପ୍ରତିମାର ଫଟୋଚିତ୍ର ଭାଇରାଲ ହେବାରେ ଲାଗିଛି। ପ୍ରାଣ ପ୍ରତିଷ୍ଠା ଦିନ ସନାତନୀ ପରମ୍ପରା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିମାଙ୍କ ପଟ୍ଟି ଖୋଲି ପ୍ରାଣ ପ୍ରତିଷ୍ଠା କରିବେ। ତେବେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଆଖିରେ ପଟ୍ଟି ବନ୍ଧା ଥିବା ସମ୍ପୂର୍ଣ୍ଣ ମୂର୍ତ୍ତି ସାମ୍ନାକୁ ଆସିଛି। ତେବେ ଆସନ୍ତୁ ଜାଣିବା ଏହି ୫୧ ଇଞ୍ଚିଆ ପ୍ରତିମା ସମ୍ପର୍କରେ...

 

କଳା ମୁଗୁନି ପଥରରେ ହୋଇଛି ଏହି ପ୍ରତିମା
ରାମଲଲ୍ଲାଙ୍କ ଏହି ପ୍ରତିମା କର୍ଣ୍ଣାଟକର ମହିସୁରର ବାସିନ୍ଦା ଅରୁଣ ଯୋଗୀରାଜ ପ୍ରସ୍ତୁତ କରିଛନ୍ତି। କୁହାଯାଉଛି କି ଏହି ପ୍ରତିମା ଗୋଟିଏ ପଥରରେ ପ୍ରସ୍ତୁତ ହୋଇଛି। ଏଥିରେ କୌଣସି ପଥର ଯୋଡ଼ାଯାଇନାହିଁ। ମୂର୍ତ୍ତିର ମୋଟ ଉଚ୍ଚତା ୪.୨୪ ଫୁଟ ରହିଛି ଓ ଚଉଡ଼ା ୩ ଫୁଟ ରହିଛି। ପାଖାପାଖି ୨୦୦ କିଲୋ ଓଜନର ଏହି ମୂର୍ତ୍ତି ରହିଛି। ୫ ବର୍ଷର ଶିଶୁଙ୍କ ଭଳି ରାମଲଲ୍ଲାଙ୍କ ଏହି ମୂର୍ତ୍ତି ସହିତ ବିଷ୍ଣୁଙ୍କ ୧୦ ଅବତାର ମଧ୍ୟ ଅବସ୍ଥାନ କରିବେ। ହନୁମାନ, ଗୁରଡ଼ ଓ ସୂର୍ଯ୍ୟ ଭଗବାନ ମଧ୍ୟ ଏହି ମୂର୍ତ୍ତିର ଚତୁଃପାର୍ଶ୍ୱରେ ରହିଛନ୍ତି। ସ୍ୱସ୍ତିକ ଚିହ୍ନ ମଧ୍ୟ ରହିଛି। 

 

କେଉଁ ଦେବୀଦେବତା ସ୍ଥାନ ପାଇଛନ୍ତି
ରାମଲଲ୍ଲାଙ୍କର ମସ୍ତକରେ ଓଁ, ଚକ୍ର, ଗଦା ଓ ସ୍ୱସ୍ତିକ ଚିହ୍ନ ଅଙ୍କା ଯାଇଛି। 
ରାମଲଲ୍ଲାଙ୍କର ମସ୍ତକରେ ହିଁ ସୂର୍ଯ୍ୟ ଭଗବାନ ବିରାଜିଥିବା ଦେଖିବାକୁ ମିଳିଛି। 
ଡାହାଣ ପଟେ ମତ୍ସ୍ୟ, କୁରୁମ, ବରାହ, ନୃସିଂହ, ବାମନ ଅବତାର ଦୃଶ୍ୟମାନ ହେଉଛି। 
ସେହିପରି ବାମପଟରେ ପର୍ଶୁରାମ, ରାମ, କୃଷ୍ଣ, ବୁଦ୍ଧ, କଳ୍କୀ ଅବତାର ଦେଖାଯାଇଛି। 
ଡାହାଣ ଗୋଡ଼ରେ ହନୁମାନ ଓ ବାମପଟରେ ପକ୍ଷୀରାଜ ଗରୁଡ଼ ବିରାଜିଥିବା ଦେଖିବାକୁ ମିଳିଛି। 
ରାମଲଲ୍ଲାଙ୍କର ବାମ ହାତରେ ଧନୁତୀର ରହିଥିବା ଦେଖିବାକୁ ମିଳିଛି। 

Read More
{}{}