Hindi News >>Home >>Odisha National-International

Sukhoi Jet Crash: ବାୟୁସେନାର ସୁଖୋଇ-୩୦ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍...

Sukhoi Jet Crash: ଭାରତୀୟ ବାୟୁସେନାର ଏକ ସୁଖୋଇ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ମହାରାଷ୍ଟ୍ରର ନାଶିକରେ ଏହି ଦୁର୍ଘଟଣା ଘଟିଛି। ନାଶିକ୍ ରେଞ୍ଜ୍ ସ୍ପେଶାଲ୍ ଇନ୍ସପେକ୍ଟର ଜେନେରାଲ୍ ଡି ଆର କରାଲେ କହିଛନ୍ତି ଯେ, ସୁଖୋଇ ସୁ -30(Su-30MKI )ଏମକେ ବିମାନର ୨ ପାଇଲଟ୍ ସୁରକ୍ଷିତ ଅଛନ୍ତି । ବିମାନଟି ଶିରସଗାଓଁ ଗାଁ ନିକଟ ଏକ କ୍ଷେତରେ ଖସିପଡି ଥିବା ଜଣାପଡି଼ଛି। 

Advertisement
 Sukhoi Jet Crash: ବାୟୁସେନାର ସୁଖୋଇ-୩୦ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍...
Stop
Narmada Behera|Updated: Jun 04, 2024, 04:34 PM IST

Sukhoi Jet Crash: ଭାରତୀୟ ବାୟୁସେନାର ଏକ ସୁଖୋଇ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ମହାରାଷ୍ଟ୍ରର ନାଶିକରେ ଏହି ଦୁର୍ଘଟଣା ଘଟିଛି। ନାଶିକ୍ ରେଞ୍ଜ୍ ସ୍ପେଶାଲ୍ ଇନ୍ସପେକ୍ଟର ଜେନେରାଲ୍ ଡି ଆର କରାଲେ କହିଛନ୍ତି ଯେ, ସୁଖୋଇ ସୁ -30(Su-30MKI )ଏମକେ ବିମାନର ପାଇଲଟ୍ ତଥା ସହ-ପାଇଲଟ୍ ସୁରକ୍ଷିତ ଭାବେ ବାହାରକୁ ବାହାରିଛନ୍ତି। ବିମାନଟି ଶିରସଗାଓଁ ଗାଁ ନିକଟ ଏକ କ୍ଷେତରେ ଖସିପଡି ଥିବା ଜଣାପଡି଼ଛି। 

ବିଭାଗୀୟ ଅଧିକାରୀ କହିଛନ୍ତି ଯେ, ଏହି ବିମାନକୁ ୱିଙ୍ଗ କମାଣ୍ଡର ବକିଲ ଏବଂ ଦ୍ବୀତିୟ କମାଣ୍ଡ ବିଶ୍ବାସ ଉଡାଉଥିଲେ। ଅନ୍ୟ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଉଭୟ ପାଇଲଟ ସୁରକ୍ଷିତ ଭାବେ ବାହାରକୁ ବାହାରିଥିଲେ ଏବଂ ସାମାନ୍ୟ ଆହତ ହୋଇଥିଲେ। ତାଙ୍କୁ ହାଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦୁର୍ଘଟଣା ପରେ ବିମାନଟିରେ ନିଆଁ ଲାଗି ଧ୍ବଂଶ ବିଧ୍ବଂସ ହୋଇଯାଇଛି। ଭାରତୀୟ ବାୟୁସେନା, ହାଲ୍ ସିକ୍ୟୁରିଟି ଏବଂ ହାଲ୍ ଟେକ୍ନିକାଲ୍ ୟୁନିଟ୍ ର ଅଧିକାରୀ ଘଟଣାସ୍ଥଳରେ ପରିଦର୍ଶନ କରିଛନ୍ତି। 

ଏହାବି ପଢନ୍ତୁ : Odisha News: ପର୍ଯ୍ୟଟକଙ୍କୁ ହାତ ଠାରି ଡାକୁଛି ଡେବ୍ରିଗଡ ଅଭୟାରଣ୍ୟର ଆଇଲେଣ୍ଡ କେଫେ

ସୁଖୋଇ ସୁ -୩୦MKI (Su-30MKI ) ଭାରତୀୟ ବାୟୁସେନାରେ ସବୁଠାରୁ ଶକ୍ତିଶାଳୀ ବିମାନ ବୋଲି ବିବେଚନା କରାଯାଏ। ଭାରତୀୟ ବାୟୁସେନାରେ ୨୭୨ ସକ୍ରିୟ ସୁଖୋଇ ସୁ -୩୦ MKIଅଛି, ଏହି ବିମାନରେ ଦୁଇଟି ଇଞ୍ଜିନ ଅଛି । ସୁପରସୋନିକ୍ କ୍ଷେପଣାସ୍ତ୍ର ବ୍ରହ୍ମୋସ୍ ଉତକ୍ଷେପଣ ପାଇଁ ଏହି ବିମାନଗୁଡିକ ମଧ୍ୟରୁ କେତେକକୁ ମଧ୍ୟ ନବୀକରଣ କରାଯାଇଛି ।  ସୁଖୋଇ ବିମାନ ୩୦୦୦ କିଲୋମିଟର ପର୍ଯ୍ୟନ୍ତ ଆକ୍ରମଣ କରିପାରିବ। ଯେଉଁଠାରେ ଏହାର କ୍ରୁଜ୍ ପରିସର ୩,୨୦୦ କିଲୋମିଟର ପର୍ଯ୍ୟନ୍ତ ଏବଂ ଯୁଦ୍ଧ ବ୍ୟାସାର୍ଦ୍ଧ ୧,୫୦୦ କିଲୋମିଟର ଅଟେ । ଓଜନ ଭାରୀ ସତ୍ତ୍ବେ ଏହି ଯୁଦ୍ଧ ବିମାନ ଉଚ୍ଚ ଗତି ପାଇଁ ଜଣାଶୁଣା ।  ଏହି ବିମାନ ଘଣ୍ଟା ପ୍ରତି ୨,୧୦୦ କିଲୋମିଟର ବେଗରେ ଆକାଶରେ ଉଡିପାର କ୍ଷମତା ରହିଛି।

 

Read More
{}{}