Hindi News >>Home >>Odisha National-International

Earthquake: ସିରିଜ ଭୂକମ୍ପରେ ନେପାଳ ପରେ ଦୋହଲିଲା ଦିଲ୍ଲୀ, ଘର ଭାଙ୍ଗି ୬ ମୃତ

Earthquake in Delhi NCR: ସିସମୋଲୋଜିକାଲ ସେଣ୍ଟର ଫର ନେପାଳ ନିଶ୍ଚିତ କରିଛି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ନେପାଳରେ ତିନୋଟି ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ରାଜଧାନୀ ଏବଂ ଏହାର ଆଖପାଖ ଅଞ୍ଚଳ ବ୍ୟତୀତ ୟୁପି-ଉତ୍ତରାଖଣ୍ଡ, ବିହାର, ହରିୟାଣା ଏବଂ ମଧ୍ୟପ୍ରଦେଶରେ ଭୂକମ୍ପରେ ପ୍ରବଳ କମ୍ପନ ଅନୁଭୂତ ହୋଇଥିଲା। ନେପାଳର ଦୋତି ଜିଲ୍ଲାରେ ୧୦ରୁ ଊର୍ଦ୍ଧ୍ୱ ଘର ନଷ୍ଟ ହୋଇଯାଇଛି। 

Advertisement
Earthquake: ସିରିଜ ଭୂକମ୍ପରେ ନେପାଳ ପରେ ଦୋହଲିଲା ଦିଲ୍ଲୀ, ଘର ଭାଙ୍ଗି ୬ ମୃତ
Stop
Shankarshan Bagh|Updated: Nov 09, 2022, 08:04 AM IST

Earthquake in Delhi NCR, ନୂଆଦିଲ୍ଲୀ: ମଙ୍ଗଳବାର ବିଳମ୍ବିତ ରାତିରେ  ଦିଲ୍ଲୀ-ଏନସିଆର ସମେତ ସମଗ୍ର ଉତ୍ତର ଭାରତରେ ଭୂକମ୍ପର ଭୟଙ୍କର ଝଟକା ଅନୁଭୁତ ହୋଇଛି। ନେପାଳରେ ଏକ ଘର ଭୁଶୁଡ଼ିବା କାରଣରୁ ମୃତ୍ୟୁ ସଂଖ୍ୟା ଛଅକୁ ବୃଦ୍ଧି ପାଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୩ ଥିଲା। ଭୂକମ୍ପର କେନ୍ଦ୍ର ପଡୋଶୀ ଦେଶ ନେପାଳ ଥିଲା। ପ୍ରାୟ ଏକ ମିନିଟ୍ ପର୍ଯ୍ୟନ୍ତ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ଫଳରେ ଲୋକମାନେ ଆତଙ୍କୀତ ହୋଇ ଘରୁ ବାହାରକୁ ଚାଲିଆଥିଲେ। ଦିଲ୍ଲୀ ଏନସିଆରରେ ଏକ ପ୍ରକାରର ଭୟର ବାତାବରଣ ସୃଷ୍ଟି ହୋଇଥିଲା। 

ଜାତୀୟ ରାଜଧାନୀ ଏବଂ ଏହାର ଆଖପାଖ ଅଞ୍ଚଳ ବ୍ୟତୀତ ୟୁପି-ଉତ୍ତରାଖଣ୍ଡ, ବିହାର, ହରିୟାଣା ଏବଂ ମଧ୍ୟପ୍ରଦେଶରେ ଭୂକମ୍ପରେ ପ୍ରବଳ କମ୍ପନ ଅନୁଭୂତ ହୋଇଥିଲା। ତେବେ ଭୂକମ୍ପ ଯୋଗୁଁ ଭାରତରେ କୌଣସି କ୍ଷୟକ୍ଷତି ହୋଇନାହିଁ। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ନେପାଳର କାଲୁଖେଟିରେ ଭୂକମ୍ପର କେନ୍ଦ୍ର ୧୦ କିଲୋମିଟର ତଳେ ଥିଲା। ରିକ୍ଟର ସ୍କେଲରେ ତୀବ୍ରତା ୬.୩ ବୋଲି ମାପ ଯାଇଛି। ରାତି ପ୍ରାୟ ଗୋଟେ ୫୭ ମିନିଟ ସମୟରେ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ନେପାଳର ପ୍ରାୟ ସମାନ ସ୍ଥାନରେ ଏହି ଭୂକମ୍ପର ଝଟକା ଲାଗିଛି। 

Also Read: Sonepur News: ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସରିଲା ସୁବର୍ଣ୍ଣପୁରର ପ୍ରସିଦ୍ଧ ମହାନଦୀ କୂଳରେ ସନ୍ଧ

ସିସମୋଲୋଜିକାଲ ସେଣ୍ଟର ଫର ନେପାଳ ନିଶ୍ଚିତ କରିଛି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ନେପାଳରେ ତିନୋଟି ଭୂକମ୍ପ ଅନୁଭୂତ ହୋଇଛି। ତିନୋଟି ଭୂକମ୍ପ ମଧ୍ୟରୁ ଦୁଇଟିର ତୀବ୍ରତା କମ ଥିବା ବେଳେ ଗୋଟିଏ ଅତ୍ୟନ୍ତ ଶକ୍ତିଶାଳୀ ଥିଲା। ଗୁରୁବାର ରାତି ପ୍ରାୟ ୮ଟା ୫୨ରେ ପ୍ରଥମ ଭୁକମ୍ପ (୪.୯ ମ୍ୟାଗ୍ନିଚ୍ୟୁଡ୍) ଅନୁଭୂତ ହୋଇଥିଲା। ଦ୍ୱିତୀୟ ଭୂକମ୍ପ (୬.୩ ମ୍ୟାଗ୍ନିଚ୍ୟୁଡ) ପ୍ରାୟ ଗୋଟେ ୫୭ ମିନିଟରେ ହୋଇଥିଲେ। ଏହାର କେନ୍ଦ୍ରସ୍ଥଳ ଉତ୍ତରାଖଣ୍ଡର ପିଥୋରାଗଡ ଠାରୁ ୯୦ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବରେ ଥିଲା। ଯାହାର କମ୍ପନ ଦିଲ୍ଲୀ, ଗାଜିଆବାଦ, ନୋଏଡା, ଗୁରୁଗ୍ରାମ ଏବଂ ଲକ୍ଷ୍ନୌରେ ମଧ୍ୟ ଅନୁଭୂତ ହୋଇଥିଲା। 

 

ଏହାପରେ ମଧ୍ୟ ରାତ୍ରି ୨ଟା ୧୨ରେ ତୃତୀୟ ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପ ଅନ୍ୟ ଦୁଇଟି ଠାରୁ ଅତ୍ୟନ୍ତ ଶକ୍ତିଶାଳୀ ଥିଲା। ନେପାଳ ଦୋତି ଜିଲ୍ଲାର ପୁରବିଚୁକି ଗ୍ରାମ ପରିଷଦର ଅଧ୍ୟକ୍ଷ ରାମ ପ୍ରସାଦ ଉପାଧ୍ୟାୟ କହିଛନ୍ତି ଯେ, ରାତି ୨ଟା ୧୨ ବେଳେ ତୃତୀୟ ଶକ୍ତିଶାଳୀ ଭୂକମ୍ପ ଆସିଥିଲା। ଏହାର ପ୍ରଭାବରେ ଏକ ଘର ଭୁଶୁଡ଼ି ଯାଇଛି। ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଅନୁସାରେ ଏହି ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଦୋତି ଜିଲ୍ଲାରେ ୧୦ରୁ ଊର୍ଦ୍ଧ୍ୱ ଘର ନଷ୍ଟ ହୋଇଯାଇଛି। ଭୂକମ୍ପ ଅନୁଭୂତ ହେବା ବେଳେ ପ୍ରାୟ ସମସ୍ତ ଲୋକ ଶୋଇଥିଲେ। ଯେଉଁମାନେ ଜାଣିବାକୁ ପାଇଲେ ସେମାନେ ତୁରନ୍ତ ଘରୁ ବାହାରିଗଲେ।

Also Read: Demonetarization: ଠିକ୍ ଛଅ ବର୍ଷ ପୂର୍ବେ ଦେଶବାସୀଙ୍କୁ ଝଟକା ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି

ଭୂକମ୍ପ ସମୟରେ ଏହି ସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ

ଭୂକମ୍ପ ଯୋଗୁଁ କୋଠା ଓ ଘର ଭୁଶୁଡ଼ିବାର ଆଶଙ୍କା ରହିଛି। ଭୂକମ୍ପ ଯୋଗୁଁ ହୋଇଥିବା ପ୍ରାୟ ସମସ୍ତ ମୃତ୍ୟୁ ଭଙ୍ଗା ଘରତଳେ ଚାପି ହେବା ଯୋଗୁଁ ହୋଇଥାଏ।

ଭୂକମ୍ପ ସମୟରେ ଯଦି ଆପଣ ଘର ଭିତରେ ଅଛନ୍ତି, ତେବେ କୌଣସି ମଜବୁତ ଟେବୁଲ୍, ଖଟ କିମ୍ବା ଅନ୍ୟ କୌଣସି ଆସବାବପତ୍ର ତଳେ ଶୋଇ ଯାଆନ୍ତୁ। 

ଯଦି ଘରେ କୌଣସି ଟେବୁଲ୍ କିମ୍ବା ଡେସ୍କ ନାହିଁ, ତେବେ ମୁହଁ ଏବଂ ମୁଣ୍ଡକୁ ହାତରେ ଘୋଡାଇ ଏକ କୋଣରେ ବସନ୍ତୁ।

ଭୂକମ୍ପ ସମୟରେ କାଚ, ଝରକା, କବାଟ ଏବଂ କାନ୍ଥଠାରୁ ଦୂରରେ ରୁହନ୍ତୁ। 

ଯଦି ଆପଣ ଘର ବାହାରେ ଅଛନ୍ତି, ତେବେ ଦୌଡନ୍ତୁ ନାହିଁ। କୋଠା, ଗଛ, ଷ୍ଟ୍ରିଟ୍ ଲାଇଟ୍ ଏବଂ ବିଦ୍ୟୁତ୍/ଟେଲିଫୋନ୍ ଖୁଣ୍ଡ ଏବଂ ତାରଠାରୁ ଦୂରରେ ରୁହନ୍ତୁ।

ଭୂକମ୍ପର କମ୍ପନ ବନ୍ଦ ନହେବା ପର୍ଯ୍ୟନ୍ତ ଯାଗା ବଦଳାନ୍ତୁ ନାହିଁ। ଖୋଲା ପଡ଼ିଆରେ ଠିଆ ହେବା ଭଲ।

 

Read More
{}{}