Hindi News >>Home >>Odisha National-International

Hathras Stampede: ହାଥରସରେ ଏକ ସତସଙ୍ଗ ସମୟରେ ଦଳାଚକଟା, ଚାଲିଗଲା ୧୧୬ ଲୋକଙ୍କ ଜୀବନ

Hathras Satsang Stampede: ଉତ୍ତରପ୍ରଦେଶର ହାଥରସରେ ଏକ ସତସଙ୍ଗ ସମୟରେ ୧୧୬ ଜଣଙ୍କର ମୃତ୍ୟୁ ଘଟିଛି। ଲୋକଙ୍କ ମୃତ ଦେହକୁ ଏଟା ସିଏମଓ ନିଶ୍ଚିତ କରିଛି।  

Advertisement
Hathras Satsang Stampede
Stop
Jagdish Barik|Updated: Jul 02, 2024, 10:54 PM IST

Hathras Stampede: ଉତ୍ତରପ୍ରଦେଶର ହାଥରସ ଜିଲ୍ଲାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାରେ ଏକ ସତସଙ୍ଗରେ ଭାଗ ନେବାକୁ ଆସିଥିବା ୧୧୬ ଜଣଙ୍କର ମୃତ୍ୟୁ ଘଟିଛି। ଏଟା ମୁଖ୍ୟ ଚିକିତ୍ସା ଅଧିକାରୀ ଏହା ନିଶ୍ଚିତ କରିଛନ୍ତି। ସୂଚନାନୁସାରେ ଭୋଲେ ବାବାଙ୍କ ସତସଙ୍ଗରେ ଦଳାଚକଟା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଏଟା ସିଏମଓ ଡ଼କ୍ଟର ଉମେଶ କୁମାର ତ୍ରିପାଠୀ ୧୧୬ ମୃତଦେହକୁ ନିଶ୍ଚିତ କରିଛନ୍ତି। ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ପୁରୁଷ, ମହିଳା ଓ ଶିଶୁ ଅଛନ୍ତି।

ସୂଚନାନୁସାରେ ହାଥରାସ ଜିଲ୍ଲାର ଫୁଲୁରୀ ଗ୍ରାମରେ ଚାଲିଥିବା ଭୋଲେ ବାବାଙ୍କ ସତସଙ୍ଗ ସମୟରେ ଏକ ଦଳଚକଟା ଦେଖା ଯାଇଥିଲା। ଏହି ସମୟ ମଧ୍ୟରେ ଅନେକ ଭକ୍ତଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମୃତଦେହକୁ ଏଟା ମେଡିକାଲ କଲେଜକୁ ନିଆଯାଇଛି।

ବରିଷ୍ଠ ପୋଲିସ ଅଧୀକ୍ଷକ ରାକେଶ ପ୍ରତାପ ସିଂ କହିଛନ୍ତି ଯେ ଏହି ଦୁର୍ଘଟଣା ହାଥରସ ଜିଲ୍ଲାର ଫୁଲୁରୀ ଗ୍ରାମରେ ଭୋଲେ ବାବାଙ୍କ ସତସଙ୍ଗ ସମୟରେ ଘଟିଛି। ଏଟା ଏସଏସପି ରାଜେଶ କୁମାର ସିଂ କହିଛନ୍ତି ଯେ ହାତରସ ଜିଲ୍ଲାର ମୁଗଲଗଡୀ ଗ୍ରାମରେ ଏକ ଧାର୍ମୀକ ଆୟୋଜନ ଚାଲିଥିବାବେଳେ ଏକ ଦଳଚକାଟା ହୋଇଥିଲା। ଏପର୍ଯ୍ୟନ୍ତ ୧୧୬ଟି ମୃତଦେହ ଏଟା ହସ୍ପିଟାଲରେ ପହଞ୍ଚିଛନ୍ତି, ଯେଉଁଥିରେ ମହିଳା, ଶିଶୁ ଓ  ପୁରୁଷ ଅଛନ୍ତି। ଅଧିକ ତଦନ୍ତ କରାଯାଉଛି। ଏହି ୧୧୬ଟି ମୃତଦେହ ଚିହ୍ନଟ କରାଯାଉଛି। "

ଖବର ଅନୁସାରେ ସତସଙ୍ଗ ଶେଷ ହେବା ପରେ ଦଳଚକଟା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଦଳାଚକଟାରେ ଅନେକ ଲୋକଙ୍କ ମୃତ୍ୟୁ ହେବାର ସମ୍ଭାବନା ଅଛି। ଭୋଲେ ବାବାଙ୍କ ସତସଙ୍ଗର ଶେଷରେ ଏହି ଦଳଟକଟା ଘଟିଥିଲା।​ ଭୋଲେ ବାବାଙ୍କ ସତସଙ୍ଗ ଏଟା-ହାଥରସ ସୀମାର ରତିଭାନପୁରରେ ଚାଲିଥିଲା। ଅନେକ ଆହତଙ୍କୁ ଏଟା ମେଡିକାଲ କଲେଜକୁ ଅଣାଯାଇଛି।

{}{}