Hindi News >>Home >>Odisha National-International

Stampede at Baba Siddheshwar Nath temple: ଶିବମନ୍ଦିରରେ ପ୍ରବଳ ଭିଡ଼, ଦଳଚକଟାରେ, ୭ ମୃତ, ୯ ଆହତ

ଭୁବନେଶ୍ୱର: ବିହାରର ଜେହନାବାଦଠାରେ ଏକ ଶିବ ମନ୍ଦିରରେ ଦଳା ଚକଟା ଯୋଗୁ ୭ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୯ ଜଣ ଆହତ ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଏହି ଅଘଟଣ ଭକ୍ତ ଓ ଫୁଲ ବିକ୍ରେତାଙ୍କ ଭିତରେ ସଂଘର୍ଷ ଯୋଗୁ ଘଟିଛି। ପୁଲିସ ଏବଂ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଏବେ ପରିସ୍ଥିତିକୁ ନିୟନ୍ତ୍ର

Advertisement
Stampede at Baba Siddheshwar Nath temple: ଶିବମନ୍ଦିରରେ ପ୍ରବଳ ଭିଡ଼, ଦଳଚକଟାରେ, ୭ ମୃତ, ୯ ଆହତ
Stop
Prabhudatta Moharana|Updated: Aug 12, 2024, 09:46 AM IST

Stampede at Baba Siddheshwar Nath temple:ଭୁବନେଶ୍ୱର: ବିହାରର ଜେହନାବାଦଠାରେ ଏକ ଶିବ ମନ୍ଦିରରେ ଦଳା ଚକଟା ଯୋଗୁ ୭ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୯ ଜଣ ଆହତ ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଏହି ଅଘଟଣ ଭକ୍ତ ଓ ଫୁଲ ବିକ୍ରେତାଙ୍କ ଭିତରେ ସଂଘର୍ଷ ଯୋଗୁ ଘଟିଛି। ପୁଲିସ ଏବଂ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଏବେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛନ୍ତି। ମୃତକଙ୍କୁ ଚିହ୍ନଟ ପ୍ରକ୍ରିୟୟା ଆରମ୍ଭ ହୋଇଛି। 

ଜେହେନାବାଦର ସିଦ୍ଧେଶ୍ୱର ମନ୍ଦିର ଏକ ପ୍ରସିଦ୍ଧ ଶୈବ ପୀଠ। ଶ୍ରାବଣ ମାସ ଶେଷ ସୋମବାର ହେତୁ ସକାଳୁ ଏଠାରେ ଭକ୍ତଙ୍କ ଭିଡ଼ ଜମିଥିଲା। ମନ୍ଦିର ବାହାରେ ପୁଲିସ ପ୍ରଶାସନ ଥିଲେ ମଧ୍ୟ ମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣ ଲାଗି କିଛି ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି। ଏହି କାରଣରୁ କିଛି ଭକ୍ତ ଓ ବ୍ୟବସାୟୀଙ୍କ ଭିତରେ ବଚସା ହୋଇଥିଲା।   ଆଉ ଏହି ବଚସା କ୍ରମଶଃ ଉଗ୍ର ରୂପ ନେଇ ଦଳା ଚକଟାରେ ପରିଣତ ହୋଇଥିଲା।

Read More
{}{}