Hindi News >>Home >>Odisha National-International

Halloween horror night: ଦକ୍ଷିଣ କୋରିଆରେ ଦଳାଚକଟା, ୧୫୦ ମୃତ ଓ ୧୭୦ରୁ ଊର୍ଦ୍ଧ୍ୱ ଆହତ

South Korea Halloween party stampede: ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ବଡ଼ ଅଘଟଣ। Halloween partyରେ ଦଳାଚକଟା ହୋଇ ୧୫୦ ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଦକ୍ଷିଣ କୋରିଆ ରାଷ୍ଟ୍ରପତି।

Advertisement
Halloween horror night: ଦକ୍ଷିଣ କୋରିଆରେ ଦଳାଚକଟା, ୧୫୦ ମୃତ ଓ ୧୭୦ରୁ ଊର୍ଦ୍ଧ୍ୱ ଆହତ
Stop
Shankarshan Bagh|Updated: Oct 30, 2022, 07:42 AM IST

South Korea Halloween party stampede, ସିଓଲ: ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ବଡ଼ ଅଘଟଣ ଘଟିଛି। ଦଳାଚକଟାରେ ୧୫୦ ଜଣଙ୍କ ମୃତ୍ୟୁ ହୋଇଛି, ଶତାଧିକ ଆହତଙ୍କ ମଧ୍ୟରୁ ଅନେକ ଗୁରୁତର ହୋଇଛନ୍ତି। ଆହତ ଏବଂ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ସେପଟେ, ଘଟଣାକୁ ନେଇ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଦୁଃଖ ପ୍ରକାଶ କରିଛନ୍ତି। ଶନିବାର ରାତିରେ ହାଲୋୱିନ୍ ପାର୍ଟି ଚାଲିଥିବା ବେଳେ ଦଳାଚକଟା ହୋଇଥିଲା।

ଦକ୍ଷିଣ କୋରିଆର ୟୋନହାପ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ରାଜଧାନୀ ସିଓଲରେ ଶନିବାର ରାତିରେ ଏକ ହାଲୋଏନ୍ ପାର୍ଟିର ଆୟୋଜନ କରାଯାଇଥିଲା। ଏହି ସମୟରେ ଉତ୍ସବ ମନାଇବା ପାଇଁ ଏକ ଛୋଟ ରାସ୍ତାରେ ଲକ୍ଷାଧିକ ଲୋକ ଏକତ୍ରୀତ ହୋଇଥିଲେ। ଫଳରେ ସେଠାରେ ଦଳାଚକଟା ହୋଇଛି। ଏହି ଦଳାଚକଟାରେ ପ୍ରାୟ ୧୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। କେବଳ ହୃଦଘାତରେ ୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା କୁହାଯାଉଛି।ୱଅଗ୍ନିଶମ ଅଧିକାରୀଙ୍କ ଅନୁଯାୟୀ, ସିଓଲର ୟୋଙ୍ଗସାନ-ଗୁ ଇଟାୱାନରେ ଆୟୋଜିତ ହାଲୋଉନ ପାର୍ଟିରେ ଅଘଟଣ ଘଟିଛି। ରାତି ପ୍ରାୟ ସାଢେ ୧୦ଟାରେ ଦଳଚକଟା ଖବର ଆସିଥିଲା।

Also Read: Types of Ghost: ଜାଣନ୍ତୁ ଭୂତ କେତେ ପ୍ରକାର ଏବଂ କେଉଁ ଭୂତ ସବୁଠୁ ବେସି ଡେଞ୍ଜର

ଦଳାଚକଟା ଖବର ପାଇ ପୋଲିସ ଓ ଅଗ୍ନିଶମ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତମାନଙ୍କୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଚାଲିଛି। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ଅଧାକଂଶଙ୍କ ବୟସ ୧୮ରୁ ୨୫ ବର୍ଷ ହେବ। ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅଧିକାରୀ କହିଛନ୍ତି। ଉଦ୍ଧାର କାର୍ଯ୍ୟରେ ୩୬୪ ଅଗ୍ନିଶମ ବାହିନୀ ସମେତ ମୋଟ ୮୪୮ ଜଣ କର୍ମଚାରୀଙ୍କ ଓ  ୧୪୨ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଥିଲା। ଦୁର୍ଘଟଣାର ପ୍ରାୟ ଦୁଇ ଘଣ୍ଟା ପରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୋନ୍ ସୁକ୍-ୟୋଲ ଏକ ଜରୁରୀକାଳୀନ ବୈଠକ ଡାକି ଥିଲେ। ଚିକିତ୍ସା ସହାୟତା ଦଳକୁ ଶୀଘ୍ର ଘଟଣାସ୍ଥଳରୁ ପଠାଇବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହ ସମସ୍ତ ବିଭାଗକୁ ସତର୍କ ରହିବାକୁ ରାଷ୍ଟ୍ରପତି କହିଥିଲେ।

ରିପୋର୍ଟ ଅନୁଯାୟୀ, କୋରୋନା ମହାମାରୀ ପାଇଁ ଗତ ତିନି ବର୍ଷ ହେଲା ଦକ୍ଷିଣ କୋରିଆରେ Halloween party ହୋଇନଥିଲା।  କୋରୋନା କଟକଣା, ସାମାଜିକ ଦୂରତା ପାଇଁ ଉତ୍ସବ ପାଳନ କରାଯାଇନଥିଲା। ସଂକ୍ରମଣ ହ୍ରାସ ପାଇବାରୁ ଚଳିତ ବର୍ଷ ଏହା ଆୟୋଜନ କରାଯାଇଥିଲା। ଶନିବାର ରାତିରେ ପ୍ରାୟ ଲକ୍ଷେ ଲୋକ ସିଓଲର ୟୋଙ୍ଗସାନ-ଗୁ ଇଟାୱାନରେ ଏକତ୍ରିତ ହୋଇଥିଲେ। କିନ୍ତୁ ଲୋକଙ୍କ ତୁଳନାରେ ସେଠାରେ ସ୍ଥାନ କମ ଥିଲା। ଫଳରେ ଅଗକୁ ବଢିଲା ବେଳେ ସେଠାରେ ଦଳାଚକଟା ହୋଇଥିଲା। ସାଧାରଣତଃ ଅକ୍ଟୋବର ୩୧ ତାରିଖରେ Halloween party କରାଯାଇଥାଏ। ଦକ୍ଷିଣ କୋରିଆରେ ଲୋକେ ଏହାକୁ ନୂଆ ବର୍ଷ ଭାବେ ମଧ୍ୟ ପାଳନ କରନ୍ତି। ସେମାନଙ୍କ ବିଶ୍ୱାସ ରହିଛି ଯେ, ଏହି ଦିନ ସେମାନଙ୍କ ପୂର୍ବଜମାନଙ୍କ ଆତ୍ମା ଘରକୁ ଆସନ୍ତି।

{}{}