Hindi News >>Home >>Odisha National-International

ଶାରୀରିକ ସମ୍ପର୍କ ମାଧ୍ୟମରେ ବିସ୍ତାର କରୁଛି ମଙ୍କିପକ୍ସ? ଗବେଷଣାରେ ହେଲା ବଡ଼ ଖୁଲାସା

Monkeypox: ଗବେଷଣାକାରୀଙ୍କ ଅନୁଯାୟୀ, ଅଧିକାଂଶ ମଙ୍କିପକ୍ସ ମାମଲାରେ ଯୌନ କାର୍ଯ୍ୟକଳାପ (Sexual Activity) ରହିଥିଲା । ଯଦିଓ ମଙ୍କିପକ୍ସ ଯେକୌଣସି ଘନିଷ୍ଠ ଶାରୀରିକ ସମ୍ପର୍କ ମାଧ୍ୟମରେ ବିସ୍ତାର ହୋଇପାରେ ।

Advertisement
ସାଙ୍କେତିକ ଫଟୋ
Stop
Jagdish Barik|Updated: Jul 22, 2022, 01:30 PM IST

Study on Monkeypox Virus: ବିଶ୍ୱର ଅନେକ ଦେଶରେ ମଙ୍କିପକ୍ସ (Monkeypox) ମାମଲା ଧୀରେ ଧୀରେ ବୃଦ୍ଧି ପାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏ ବିଷୟରେ ଚିନ୍ତା ପ୍ରକଟ କରିସାରିଛି । ଏହି ସମୟରେ, ମାଙ୍କେପକ୍ସ ବିଷୟରେ ଏକ ଗବେଷଣାରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି । ଆଜି ପର୍ଯ୍ୟନ୍ତ ହୋଇଥିବା ସର୍ବ ବୃହତ ଗବେଷଣା ଅନୁଯାୟୀ, ୯୫ ପ୍ରତିଶତ ମଙ୍କିପକ୍ସ ମାମଲା ଯୌନ କାର୍ଯ୍ୟକଳାପ (Sexual Activity) ଦ୍ୱାରା ହୋଇଥାଏ। ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍ ମେଡିସିନ (New England Journal of Medicine)ରେ ଗୁରୁବାର ଦିନ ପ୍ରକାଶିତ ଏହି ଗବେଷଣା ସେତେବେଳେ ଆସିଛି ଯେତେବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ବିଶେଷଜ୍ଞମାନେ ବିଶ୍ୱର ଜରୁରୀକାଳୀନ ପରିସ୍ଥିତି ବିଷୟରେ ଆଲୋଚନା କରୁଛନ୍ତି ।

ଲଣ୍ଡନର କ୍ୟୁନ୍ ମେରି ୟୁନିଭରସିଟିର ବୈଜ୍ଞନିକମାନଙ୍କ ନେତୃତ୍ୱରେ ଏହି ନୂତନ ଗବେଷଣା ୨୭ ଏପ୍ରିଲରୁ ୨୪ ଜୁନ୍ ୨୦୨୨ ମଧ୍ୟରେ ୧୬ ଟି ଦେଶରେ ୫୨୮ ମଙ୍କିପକ୍ସ ସଂକ୍ରମଣ ଉପରେ ହୋଇଥିଲା ।

ଶାରୀରିକ ସମ୍ପର୍କ ମାଧ୍ୟମରେ ଶୀଘ୍ର ବିସ୍ତାର କରୁଛି କି ମଙ୍କିପକ୍ସ?

ମଙ୍କିପକ୍ସ ସଂକ୍ରମଣ ଉପରେ ଗବେଷଣାର ଲେଖକ ଜନ୍ ଥର୍ନହିଲ ଏକ ବୟାନରେ କହିଛନ୍ତି ଯେ ପାରମ୍ପାରିକ ଅର୍ଥରେ ମଙ୍କିପକ୍ସ ଶାରୀରିକ ସମ୍ପର୍କ ସଂକ୍ରମଣ ନୁହେଁ ବୋଲି ଜୋର ଦେବା ଜରୁରୀ ଅଟେ । ଯେକୌଣସି ପ୍ରକାରର ଘନିଷ୍ଠ ଶାରୀରିକ ସମ୍ପର୍କ ମାଧ୍ୟମରେ ସଂକ୍ରମଣ ହୋଇପାରେ । ସେ ଏହା ମଧ୍ୟ କହିଛନ୍ତି ଯେ ଗବେଷଣାରୁ ଜଣାପଡିଛି ଯେ ଏପର୍ଯ୍ୟନ୍ତ ଅଧିକାଂଶ ସଂକ୍ରମଣ ଯୌନ କାର୍ଯ୍ୟକଳାପ ସହିତ ଜଡିତ ।

ସଂକ୍ରମିତଙ୍କ ମଧ୍ୟରୁ ୪୧% ରୋଗୀଙ୍କୁ ଏଚ୍.ଆଇ.ଭି.!
ଏହି ଗବେଷଣାରେ ମୋଟ ଉପରେ, ୯୮% ସଂକ୍ରମିତ ଲୋକ ସମଲିଙ୍ଗୀ କିମ୍ବା ବାଇସେକ୍ସୁଆଲ୍ ପୁରୁଷ ଥିଲେ । ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ୪୧ ପ୍ରତିଶତ ଏଚ୍.ଆଇ.ଭି ରେ ପୀଡି଼ତ ଥିଲେ ଓ ସେମାନଙ୍କର ହାରାହାରି ବୟସ ପ୍ରାୟ ୩୮ ବର୍ଷ ଥିଲା ।

ଏହା ବି ପଢ଼ନ୍ତୁ: ମୁର୍ମୁ ଏହି ତିନୋଟି ରାଜ୍ୟରେ କରିଛନ୍ତି କ୍ଲିନ୍ ସୁଇପ୍, ଖାତା ମଧ୍ୟ ଖୋଲିପାରି ନାହାଁନ୍ତି ସିହ୍ନା

ଏହା ବି ପଢ଼ନ୍ତୁ: ଦେଶର ପ୍ରଥମ ନାଗରିକ ହେଉଛନ୍ତି ରାଷ୍ଟ୍ରପତି ଓ ତୃତୀୟରେ ପ୍ରଧାନମନ୍ତ୍ରୀ, ତେବେ ଜାଣନ୍ତୁ ଆପଣଙ୍କ ନମ୍ବର

ଏହା ବି ପଢ଼ନ୍ତୁ: ଗତ ଦୁଇ ବର୍ଷ ମଧ୍ୟରେ କେତେ ଲୋକ ପାଇଛନ୍ତି ସରକାରୀ ଚାକିରି? ସଂସଦରେ ମନ୍ତ୍ରୀ ଦେଲେ ଏହି ଜବାବ

Read More
{}{}