Hindi News >>Home >>Odisha National-International

Air India: ଏୟାର ଇଣ୍ତିଆରେ ହଙ୍ଗାମା! ବରିଷ୍ଠ ଅଧିକାରୀଙ୍କୁ ଚାପୁଡ଼ା ମାରିଲେ ଯାତ୍ରୀ

Air India:  ଏୟାର ଇଣ୍ତିଆର ଜଣେ ବରିଷ୍ଠ ଅଧିକାରୀଙ୍କୁ ଜଣେ ଯାତ୍ରୀ ଦୁର୍ବ୍ୟହାର ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଜୁଲାଇ ୯ ତାରିଖ ଦିନ ସିଡ଼ନୀରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ତିଆ ବିମାନରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ନେଇ ଡ଼ିଜିସିଏ ପକ୍ଷରୁ ସୂଚନା ମିଳିଛି । 

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Jul 16, 2023, 01:29 PM IST

Air India: ଅନେକ ସମୟରେ ବିମାନ ଉଡ଼ାଣ ବେଳେ ବହୁ ଅଜବ ଘଟଣା ସବୁ ସାମ୍ନାକୁ ଆସିଥାଏ । କେତେବେଳେ ବିମାନରେ ଯାତ୍ରୀ ପରିସ୍ରା କରୁଥିବା ଘଟଣା ସାମ୍ନାକୁ ଆସିଥାଏ ତ ଆଉ କେତେବେଳେ ବିମାନ କର୍ମଚାରୀଙ୍କୁ ଯାତ୍ରୀଙ୍କ ଦୁର୍ବ୍ୟହାର ଭଳି ଘଟଣା ଦେଖିବାକୁ ମିଳିଥାଏ । ତେବେ ନିକଟରେ ମଧ୍ଯ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏୟାର ଇଣ୍ତିଆର ଜଣେ ବରିଷ୍ଠ ଅଧିକାରୀଙ୍କୁ ଜଣେ ଯାତ୍ରୀ ଦୁର୍ବ୍ୟହାର ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଜୁଲାଇ ୯ ତାରିଖ ଦିନ ସିଡ଼ନୀରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ତିଆ ବିମାନରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ନେଇ ଡ଼ିଜିସିଏ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁଯାୟୀ, ଏୟାର ଇଣ୍ତିଆରେ (Air India) ଜଣେ ବରିଷ୍ଠ ଅଧିକାରୀ ସିଡ଼ନୀରୁ ଦିଲ୍ଲୀ ପାଇଁ ଯାତ୍ରା କରୁଥିଲେ । ସେ ବିଜନେସ୍ କ୍ଲାସରେ ସିଟ୍ ବୁକ୍ କରିଥିଲେ । କିନ୍ତୁ କୌଣସି ସମସ୍ୟା ଦେଖାଦେବାରୁ ସେ ଇକୋନୋମିକ୍ କ୍ଲାସକୁ ସିଟ୍ ପରିବର୍ତ୍ତନ କରିଥିଲେ । ତାଙ୍କୁ  30- ସିଟ୍ ଦିଆଯାଇଥିଲା । ବିମାନରେ ଯାତ୍ରା ବେଳେ ହଠାତ୍ ବରିଷ୍ଠ ଅଧିକାରୀଙ୍କ ଉପରେ ସହଯାତ୍ରୀ ଜଣଙ୍କର କୌଣସି କାରଣବଶତଃ ଉଚ୍ଚ ସ୍ବରରେ ଚିତ୍କାର କରିଥିଲେ। ଏହାକୁ ରୋକିବାକୁ ଯାଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

ଯାତ୍ରୀ ଜଣଙ୍କ ବିମାନ ଭିତରେ ହଙ୍ଗାମା କରିବା ସହ ଏୟାର ଇଣ୍ତିଆର କର୍ମଚାରୀଙ୍କୁ ଚାପୁଡ଼ା ମାରିଥିଲେ (passenger assaults senior official) । ଏହାପରେ ବରିଷ୍ଠ ଅଧିକାରୀ ଜଣଙ୍କ ସେଠାରୁ ଚାଲିଯାଇଥିଲେ । ସେପଟେ  ଏହାପରେ ଯାତ୍ରୀ ଜଣଙ୍କ ବିମାନର ଜରୁରୀକାଳୀନ ଡ଼ୋର ଖୋଲିବା ନେଇ ଉଦ୍ୟମ କରିଥିଲେ । ଖାଲି ଏତିକି ନୁହେଁ, ସେ ବିମାନର ଗ୍ୟାଲେରୀରେ ମଧ୍ଯ ବିନା ଅନୁମତିରେ ପ୍ରବେଶ କରିଥିଲେ । କ୍ୟାବିନ୍ ସୁପରଭାଇଜର ତାଙ୍କୁ ଡ଼ାକି ଚେତାବନୀ ଦେଇଥିଲେ । ଏହାପରେ ଅଭିଯୁକ୍ତ ଯାତ୍ରୀଙ୍କୁ ସୁରକ୍ଷା ଏଜେନ୍ସିଙ୍କୁ ଜିମା ଦିଆଯାଇଥିଲା ।  ଏହି ଘଟଣା ଜୁଲାଇ ୯ ତାରିଖର ଘଟିଥିବା ନେଇ ଏୟାର ଇଣ୍ତିଆ ମୁଖପାତ୍ର କହିଛନ୍ତି । ସେତେବେଳେ ଏଆଇ-୩୦୧ ବିମାନ ସିଡ଼ନୀରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା । ତେବେ ବିମାନରେ ବରିଷ୍ଠ ଅଧିକାରୀଙ୍କୁ ମାଡ଼ ମାରିବା ସହ ବିଶୃଙ୍ଖଳା ସୃଷ୍ଟି କରିବା ନେଇ ଯାତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଅଧିକାରୀ ମତ ଦେଇଛନ୍ତି ।

ପ୍ରକାଶ ଥାଉ କି, ନିକଟରେ ଏୟାର ଇଣ୍ଡିଆରୁ ଆଉ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଥିଲା । ଏୟାର ଇଣ୍ଡିଆର ଏହି ବିମାନଟି ଟରୋଣ୍ଟୋରୁ ଦିଲ୍ଲୀ ଆସୁଥିବା ବେଳେ ଜଣେ ଯାତ୍ରୀ ଏୟାର ଇଣ୍ଡିଆର କ୍ୟାବିନ କ୍ରୁଙ୍କ ସହ ଅସଦାଚରଣ କରିବା ସହ ଶୌଚାଳୟର ଗେଟ ଭାଙ୍ଗି ଦେଇଥିଲେ । ବିମାନରେ ବିଶୃଙ୍ଖଳା ସୃଷ୍ଟି କରିବା ମାମଲାରେ ଦିଲ୍ଲୀ ପୋଲିସ ଅଭିଯୁକ୍ତ ନେପାଳୀ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ଗଣମାଧ୍ଯମ ରିପୋର୍ଟ ଅନୁଯାୟୀ, ଅଗ୍ନି ଆଲର୍ଟ ବାଜିବା ପରେ ଯେତେବେଳେ ଟଏଲେଟ୍ ଗେଟ୍ ଖୋଲାଯାଇଥିଲା ସେତେବେଳେ ଅଭିଯୁକ୍ତ ଯାତ୍ରୀ ଜଣକ ସିଗାରେଟ୍ ଓ ଲାଇଟର ଧରି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । ଏନେଇ ଜଣେ କ୍ୟାବିନ୍ କର୍ମଚାରୀ ପୋଲିସକୁ କହିଛନ୍ତି ଯେ, "ଯେତେବେଳେ ମୁଁ କବାଟ ଖୋଲିଲି, ସେତେବେଳେ ଯାତ୍ରୀ ଜଣଙ୍କ ମୋତେ ପଛକୁ ଠେଲି ଦେଇ ନିଜ ସିଟକୁ ଆଡ଼କୁ ଦୌଡ଼ି ପଳାଇଥିଲେ । ଯେତେବେଳେ ମୁଁ ତାଙ୍କୁ ଅଟକାଇବାକୁ ଚେଷ୍ଟା କଲି, ସେ ମୋତେ ଠେଲି ଦେବା ସହ ମୋ ସହ ଦୁର୍ବ୍ୟବହାର କରିଥିଲେ । ଏହାପରେ ସେ LAV କବାଟ 3F-RCକୁ ଭାଙ୍ଗି ଦେଇଥିଲେ। ଏନେଇ ମୁଁ ତୁରନ୍ତ କ୍ୟାପଟେନଙ୍କୁ ଜଣାଇଥିଲି ।  ତାଙ୍କ ନିର୍ଦ୍ଦେଶ ଅନୁଯାୟୀ - କ୍ୟାବିନ କ୍ରୁ (cabin crew) ପୁନିତ ଶର୍ମା ଓ ଅନ୍ୟ ଚାରି ଜଣ ଯାତ୍ରୀଙ୍କ ସାହାଯ୍ୟରେ ଆମେ ତାଙ୍କୁ SOP ଅନୁଯାୟୀ ଅଟକାଇବାକୁ ଚେଷ୍ଟା କରିଥିଲୁ’ ।

Also Read-ଅଭାବନୀୟ ଘଟଣା: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୫ କାଉଡ଼ିଆ ମୃତ, ଅନେକ ଗୁରୁତର

ସେ ଆହୁରି ମଧ୍ୟ କହିଛନ୍ତି- "ଆମେ ୧୦ ଜଣ ଯାତ୍ରୀଙ୍କ ସାହାଯ୍ୟରେ ଅଭିଯୁକ୍ତ ଯାତ୍ରୀଙ୍କୁ ଧରିବାରେ ସକ୍ଷମ ହୋଇଥିଲୁ। ଦିଲ୍ଲୀ ପୋଲିସ (Delhi police) ଏନେଇ ଏକ ମାମଲା ରୁଜୁ କରିଛି। ଆଇପିସିର ଧାରା ୩୨୩,୫୦୬,୩୩୬ ଓ ବିମାନ ନିୟମ ୨୨, ୨୩, ୨୫ ଅନୁଯାୟୀ ଆଉ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା  । ପ୍ରକାଶ ଥାଉ କି, ଏହା ପୂର୍ବରୁ ବିମାନରେ ଏହିପରି ଅନେକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଯାତ୍ରୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ଗତବର୍ଷ ନଭେମ୍ବର ମାସରେ ଶଙ୍କର ମିଶ୍ର ନାମକ ଜଣେ ଯାତ୍ରୀ ଜଣେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ। ସେ ମଦ୍ୟପାନ କରି ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିଲେ। ଉକ୍ତ ବ୍ୟକ୍ତଙ୍କୁ ପୋଲିସ ଗିରଫ କରିଥିଲା ​​।

 

 

 

Read More
{}{}