Hindi News >>Home >>Odisha National-International

Shocking News: ୧୩ ଘଣ୍ଟା ଧରି ଉଡ଼ିବା ପରେ ଦୁବାଇ ଫେରିଆସିଲା ଏମିରେଟ୍ସ ବିମାନ, ଜାଣନ୍ତୁ କାରଣ

Dubai Auckland Flight News:  ୟୁଏଇ ଠାରୁ ନ୍ୟୁୁଜିଲ୍ୟାଣ୍ଡ ଅଭିମୁଖେ ଉଡ଼ାଣ ଭରିଥିବା ଏକ ବିମାନ ୧୩ ଘଣ୍ଟା ଧରି ଉଡ଼ିବା ସତ୍ତ୍ୱେ ଅକଲାଣ୍ଡ ଠାରେ ଅବତରଣ କରିବା ପରିବର୍ତ୍ତେ ପୁନର୍ବାର ଦୁବାଇ ଫେରିଆସିଛି। 

Advertisement
Shocking News: ୧୩ ଘଣ୍ଟା ଧରି ଉଡ଼ିବା ପରେ ଦୁବାଇ ଫେରିଆସିଲା ଏମିରେଟ୍ସ ବିମାନ, ଜାଣନ୍ତୁ କାରଣ
Stop
Zee Odisha Desk|Updated: Jan 30, 2023, 10:52 PM IST

Emirates Flight Returned To Dubai After 13 Hours Flying: ୟୁଏଇ ଦୁବାଇ ସହରରୁ ନ୍ୟୁଜିଲ୍ୟାଣ୍ଡ ଅକଲ୍ୟାଣ୍ଡ ଅଭିମୁଖେ ଉଡ଼ାଣ ଭରିଥିବା ଏକଏମିରେଟ୍ସ ବିମାନ ପୁନର୍ବାର ସ୍ୱଦେଶ ଫେରିଆସିଛି। ଶୁକ୍ରବାର ସକାଳେ ଏହି ଦୁବାଇ ବିମାନ ବନ୍ଦରରୁ ଏହାର ଯାତ୍ରା ଆରମ୍ଭ କରିଥିଲା। ହେଲେ ପ୍ରାୟ ୧୩ ଘଣ୍ଟାରୁ ଅଧିକ ସମୟ ଧରି ଉଡ଼ିବା ପରେ ଏହି ବିମାନ ଅକଲ୍ୟାଣ୍ଡ ବିମାନ ବନ୍ଦରରେ ଅବତରଣ କରିବା ବଦଳରେ ଦୁବାଇ ଫେରି ଆସିଥିଲା। 

ଗତ ଶୁକ୍ରବାର ସକାଳେ ଇକେ୪୪୮ ନାମକ ଏକ ବିମାନ (Flight EK448) ସ୍ଥାନୀୟ ସମୟ ପ୍ରାୟ ୧୦:୩୦ ସମୟରେ ଉଡ଼ାଣ ଭରିଥିଲା। ଫ୍ଲାଇଟ୍ ଆୱାର୍ ଅନୁଯାୟୀ ପାଇଲଟ୍ ପ୍ରାୟ ୯୦୦୦ ମାଇଲ୍ ଯାତ୍ରା କରିବା ପରେ 
ଅଧା ରାସ୍ତାରେ ୟୁ-ଟର୍ଣ୍ଣ ନେଇଥିଲେ। ଏହି ବିମାନ ଶେଷରେ ଶନିବାର ମଧ୍ୟରାତ୍ରୀରେ ୟୁଏଇସ୍ଥିତ (UAE) ଦୁବାଇ ବିମାନ ବନ୍ଦରରେ (Dubai Airport) ଅବତରଣ କରିଥିଲା। ନ୍ୟୁଜିଲ୍ୟାଣ୍ଡ (New Zealand) ଅକଲ୍ୟାଣ୍ଡ ବିମାନ ବନ୍ଦରରେ (Auckland Airport) ପ୍ରବଳ ବନ୍ୟା ପରିସ୍ଥିତି ହେତୁ ସପ୍ତାହକ ମଧ୍ୟରେ ବିମାନ ବନ୍ଦର କାର୍ଯ୍ୟ କରିବା ବନ୍ଦ କରିଦେଇଥିଲା।

ଏନେଇ ପ୍ରତିକ୍ରିୟା ରଖି ଅକଲ୍ୟାଣ୍ଡ ବିମାନ ବନ୍ଦର କର୍ତ୍ତୃପକ୍ଷ (Auckland Airport Authority) ଟ୍ୱିଟ କରି କହିଛନ୍ତି ଯେ, "ଏହା ଅତ୍ୟନ୍ତ ନୈରାଶ୍ୟଜନକ ହେଲେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅକଲ୍ୟାଣ୍ଡ ବିମାନ ବନ୍ଦର ଏହାର ଆନ୍ତର୍ଜାତୀୟ ଟର୍ମିନାଲ (International Terminal of Auckland Airport) ଠାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଆକଳନ କରୁଛନ୍ତି। ବିମାନ ବନ୍ଦର କର୍ତ୍ତୃପକ୍ଷ ଜାଣନ୍ତି ଯେ ଏହା ଅତ୍ୟନ୍ତ ନୈରାଶ୍ୟଜନକ ହେଲେ ଯାତ୍ରୀଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା। ୨୯ ଜାନୁୟାରୀ ସକାଳ ପାଞ୍ଚଟା ପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ହୋଇପାରିବ ନାହିଁ। ଅନ୍ୟପଟେ ସକାଳ ସାତଟା ପର୍ଯ୍ୟନ୍ତ ଅକଲ୍ୟାଣ୍ଡ ବିମାନ ବନ୍ଦରରେ କୌଣସି ଅନ୍ତର୍ଜାତୀୟ ଯାତ୍ରୀ ପହଞ୍ଚି ପାରିବେ ନାହିଁ।

ସୋସିଆଲ ମିଡିଆ ମାଧ୍ୟମରେ ଏହି ଘଟଣାର ଭିଡ଼ିଓ ଭାଇରାଲ ହୋଇଛି। ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇଯିବା ପରେ ଗତ ରବିବାର ବିମାନ ବନ୍ଦର ଏହାର କାର୍ଯ୍ୟ ଆରମ୍ଭ କରିଛି। ଲଗାତାର ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହା ଫଳରେ ଯାତ୍ରୀ ବିମାନ ବନ୍ଦର ପରିସରରେ ବର୍ଷା ପାଣିରେ ଯିବା ଆସିବା କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗତ ଶୁକ୍ରବାର ଅକଲ୍ୟାଣ୍ଡ ଠାରେ ପ୍ରବଳ ବର୍ଷା ହୋଇଥିଲା। ଅତ୍ୟଧିକ ବର୍ଷା ହେତୁ ନ୍ୟୁଜିଲ୍ୟାଣ୍ଡର ବୃହତ୍ତମ ସହରରେ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଛି। ପ୍ରବଳ ବର୍ଷା କାରଣରୁ ହୋଇଥିବା ବନ୍ୟାରେ ଅତି କମରେ ୪ ଜଣଙ୍କ ମୃତ୍ୟୁ ହୋଇଛି। 

Read More
{}{}