Hindi News >>Home >>Odisha National-International

Shocking News: ଉଡ଼ାଣ ଭରିବାକୁ ପ୍ରସ୍ତୁତ ଥିବା ବିମାନରୁ କାହିଁକି ଓହ୍ଲାଇଲେ ୧୯ ଯାତ୍ରୀ? କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ..

Shocking News: ନିକଟରେ ଏକ ବିମାନରୁ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ । ବିମାନଟି ଟେକଅଫ ଲାଗି ପ୍ରସ୍ତୁତ ରହିଥିବା ବେଳେ ୧୯ ଜଣ ଯାତ୍ରାଙ୍କୁ ଓହ୍ଲାଇବାକୁ ପଡ଼ିଥିଲା । ତେବେ ଏହାର କାରଣ ଜାଣିଲେ ଆପଣ ଚକିତ ହେବେ ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Jul 10, 2023, 11:58 AM IST

Plane Captain Asked 20 Passengers To Leave Aircraft: ଆପଣମାନେ କେବେ ନା କେବେ ବିମାନରେ ଯାତ୍ରା କରିଥିବେ ନିଶ୍ଚୟ । ଅନେକ ସମୟରେ ବିମାନ ଓ ବିମାନବନ୍ଦରୁ ବିଭିନ୍ନ ପ୍ରକାର ଘଟଣା ଓ ଅଘଟଣ ସାମ୍ନାକୁ ଆସିଥାଏ । ତେବେ ନିକଟରେ ଏକ ବିମାନରୁ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ । ବିମାନଟି ଟେକଅଫ ଲାଗି ପ୍ରସ୍ତୁତ ରହିଥିବା ବେଳେ ୧୯ ଜଣ ଯାତ୍ରାଙ୍କୁ ଓହ୍ଲାଇବାକୁ ପଡ଼ିଥିଲା । ତେବେ ଏହାର କାରଣ ଜାଣିଲେ ଆପଣ ଚକିତ ହେବେ ।

ସୂଚନାଯୋଗ୍ୟ, ଏଭଳି ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ୟୁକେରୁ ସାମ୍ନାକୁ ଆସିଛି । ୟୁକେ ଏୟାରଲାଇନ୍ସରେ ବିମାନଟି ଟେକଅଫ ପାଇଁ ପ୍ରସ୍ତୁତ ରହିଥିବା ବେଳେ ୧୯ ଜଣ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇବାକୁ ପଡ଼ିଥିଲା (British airline Easy Jet removes 19 passengers) । ୟୁକେ Easy jet ଏୟାର ଲାଇନ୍ସରେ (Aircraft)ର Lanzaroteରୁ Liverpool ପାଇଁ ଉଡ଼ାଣ ଭରିବା ଲାଗି ପ୍ରସ୍ତୁତ ଥିବା ବିମାନଟିର ଓଜନ ଆବଶ୍ୟକତାଠାରୁ ଅଧିକ ହୋଇଯାଇଥିଲା । ଫଳରେ ବିମାନରୁ ୧୯ ଜଣ ଯାତ୍ରୀଙ୍କୁ ଓହ୍ଲାଇବା ନେଇ ନିଷ୍ପତ୍ତି ନିଆଯାଇଥିଲା । ତେବେ ନିଜ ଇଚ୍ଛାରେ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇବା ଲାଗି ବିକଳ୍ପ ବାଛିବା ପାଇଁ ବିମାନରେ ଥିବା ପାଇଲଟ ଜଣଙ୍କ କହିଥିଲେ । ଗଣମାଧ୍ଯମ ରିପୋର୍ଟ ଅନୁଯାୟୀ, ଏହି ମାମଲା ଜୁଲାଇ ୫ ତାରିଖର ଅଟେ। ଖରାପ ପାଣିପାଗ ଓ ଓଜନ ବୃଦ୍ଧି ଯୋଗୁଁ ବିମାନଟି ପ୍ରାୟ ୨ ଘଣ୍ଟା ବିଳମ୍ବ ହୋଇଥିଲା । ବିମାନଟି ରାତି ୯:୪୫ ମିନିଟ୍ ଉଡ଼ାଣ ଭରିବାକୁ ଥିବାବେଳେ ପ୍ରାୟ ଦୁଇ ଘଣ୍ଟା ବିଳମ୍ବ ଅର୍ଥାତ୍ ରାତି ପ୍ରାୟ ୧୧.୩୦ ମିନିଟ୍ ରେ ଉଡ଼ାଣ ଭରିଥିଲା । ଜଣେ ଯାତ୍ରୀଙ୍କ ଦ୍ୱାରା ରେକର୍ଡ଼ ହୋଇଥିବା ଏକ ଭିଡିଓରେ ପାଇଲଟ୍ ଜଣଙ୍କ କହୁଥିବା ଶୁଣିବାକୁ ମିଳୁଛି ଯେ, ‘ଆଜି ଏଠାକୁ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଆପଣ ଅନେକ ଲୋକେ ଥିବାରୁ ବିମାନଟି ଭାରି ହୋଇଯାଇଛି । ପବନର ସ୍ଥିତି ଓ ସୁରକ୍ଷା ପ୍ରାଥମିକତା ଯୋଗୁଁ ବିମାନ ଉଡ଼ାଣ ଭରିପାରିବ ନାହିଁ । ଆପଣମାନଙ୍କ ମଧ୍ୟରୁ ୨୦ ଜଣ ଆଜି ରାତିରେ ଲିଭରପୁଲକୁ (Liverpool) ନଯିବା ଲାଗି ବିକଳ୍ପ ବାଛିପାରନ୍ତି । ବିମାନରୁ ଓହ୍ଲାଇଥିବା ପ୍ରତ୍ୟେକ ଯାତ୍ରୀଙ୍କୁ EasyJet 500 ୟୁରୋ ପର୍ଯ୍ୟନ୍ତ ଟଙ୍କା ପ୍ରଦାନ କରିବ ।

EasyJet ଜେଟ୍ ମୁଖପାତ୍ର କହିଛନ୍ତି ଯେ, ଏହି ଆବେଦନ ପରେ ୧୯ ଜଣ ଯାତ୍ରୀ ନିଜ ଇଚ୍ଛାରେ ବିମାନରୁ ଓହ୍ଲାଇବାକୁ ରାଜି ହୋଇଥିଲେ। ସମସ୍ତ ଏୟାରଲାଇନ୍ସରେ (easyjet removed 19 passengers from plane) ସୁରକ୍ଷା ଦୃଷ୍ଟିରୁ ଓଜନ ଲାଗି କିଛି ପ୍ରତିବନ୍ଧକ ରହିଛି । ପରିସ୍ଥିତି ଅନୁଯାୟୀ, ଅନେକ ସମୟରେ ଏପରି ନିଷ୍ପତ୍ତି ନିଆଯାଇଥାଏ ।

Also Read-ସରକାରଙ୍କ ଏହି ସ୍କିମରେ ବିନିଯୋଗ କଲେ ବେସରକାରୀ କର୍ମଚାରୀଙ୍କୁ ମିଳିଥାଏ ବାର୍ଷିକ ଏତିକି ଟଙ୍କା ପେନସନ୍

Also Read-Shocking News: ୭୪ ବର୍ଷ ଚାକିରିରେ ନେଇ ନଥିଲେ ଛୁଟି, ବିଦାୟୀ ବେଳେ କମ୍ପାନୀ ପକ୍ଷରୁ ମିଳିଲା ଏପରି ସମ୍ମାନ

Also Read-Underwater Railroad India: ଦେଶକୁ ଖୁବଶୀଘ୍ର ମିଳିବ ପ୍ରଥମ ଅଣ୍ଡର ୱାଟର ରେଳରୋଡ; ଜାଣନ୍ତୁ ଏହାର ବିଶେଷତ୍ୱ

 

 

 

Read More
{}{}