Hindi News >>Home >>Odisha National-International

Shocking News: ବିମାନ ଯାତ୍ରା ବେଳେ ଚର୍ଚ୍ଚାକୁ ଆସିଲେ ମହିଳା ଯାତ୍ରୀ, କାରନାମା ଶୁଣିଲେ ଉଡ଼ିଯିବ ହୋସ

US Female Flight Passenger: ଯାତ୍ରା ବେଳେ ମହିଳା ଯାତ୍ରୀ ଜଣଙ୍କ ବିମାନ ଦ୍ୱାର ଖୋଲିବାକୁ କାହିଁକି ଉଦ୍ୟମ କରିଥିଲେ ତାହା ଜାଣିବା ପରେ ଲୋକେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ। ଏହି ଘଟଣା ଗତ ନଭେମ୍ବର ୨୬ ତାରିଖରେ ଘଟିଥିବା କୁହାଯାଉଛି। 

Advertisement
Shocking News: ବିମାନ ଯାତ୍ରା ବେଳେ ଚର୍ଚ୍ଚାକୁ ଆସିଲେ ମହିଳା ଯାତ୍ରୀ, କାରନାମା ଶୁଣିଲେ ଉଡ଼ିଯିବ ହୋସ
Stop
Zee Odisha Desk|Updated: Dec 02, 2022, 07:31 PM IST

US Flight News: ବିମାନ ଯାତ୍ରା ବେଳେ ନିଜର କାରନାମା ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଜଣେ ମହିଳା ଯାତ୍ରୀ। ଯୁକ୍ତରାଷ୍ଟ୍ର ଆମେରିକାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଏଠାରେ ଜଣେ ମହିଳା ଯାତ୍ରୀ ନିଜର ଯାତ୍ରା ବେଳେ ୩୭ ହଜାର ଫୁଟ ଉଚ୍ଚତାରେ ଏକ ବିମାନର ଦ୍ୱାର ଖୋଲିବାକୁ ଉଦ୍ୟମ କରିଛନ୍ତି। ମହିଳା ଯାତ୍ରୀଙ୍କ ଏଭଳି କାର୍ଯ୍ୟ ପାଇଁ ବିମାନର ଜରୁରୀକାଳୀନ ଅବତରଣ କରିବାକୁ ପଡୁଛି। ଏହା ପରେ ପୋଲିସ ଏହି ଘଟଣା ପାଇଁ  ଉକ୍ତ ମହିଳାଙ୍କୁ ଗିରଫ କରିଛି।

ଯାତ୍ରା ବେଳେ ମହିଳା ଯାତ୍ରୀ ଜଣଙ୍କ ବିମାନ ଦ୍ୱାର ଖୋଲିବାକୁ କାହିଁକି ଉଦ୍ୟମ କରିଥିଲେ ତାହା ଜାଣିବା ପରେ ଲୋକେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ। ଏନେଇ ମତ ରଖି ମହିଳା ଜଣକ କହିଥିଲେ ଯେ ତାଙ୍କୁ ଭଗବାନ ଯୀଶୁ ଏହା କରିବାକୁ ତାଙ୍କୁ କହିଥିଲେ। ଏହି ଘଟଣା ଗତ ନଭେମ୍ବର ୨୬ ତାରିଖରେ ଘଟିଥିବା କୁହାଯାଉଛି। ନିକଟରେ ଆମେରିକା ପୋଲିସ ଜିଲ୍ଲା ଅଦାଲତରେ ଏହି ଘଟଣାର ସମ୍ପୂର୍ଣ୍ଣ ବିବରଣୀ ଉପସ୍ଥାପନ କରିଥିଲା। ଯାହା ପରେ ଏହି ଖବର ସାମ୍ନାକୁ ଆସିଥିଲା। 

ଏହି ଘଟଣାରେ ପ୍ରତିକ୍ରିୟା ରଖିଛି ଆମେରିକା ପୋଲିସ। ଏନେଇ କୁହାଯାଇଛି ସାଉଥ ୱେଷ୍ଟ ଫ୍ଲାଇଟ ୧୯୨ ଦେଶର ଟେକ୍ସାସ ପ୍ରଦେଶର ହ୍ୟୁସ୍ଟନ ସହରରୁ ଓହିଓସ୍ଥିତ କଲମ୍ବସ ଆଡ଼କୁ ଯାତ୍ରା କରୁଥିଲା। ଏହି ବିମାନରେ ଯାତ୍ରା କରୁଥିବା ଆଲୋମ ଆଗବେଗ୍ନିନା ନାମକ ଜଣେ ମହିଳା ହଠାତ୍ ବିମାନର ଦ୍ୱାର ଖୋଲିବାକୁ ଆରମ୍ଭ କରିଥିଲେ। ଯେତେବେଳେ ଜଣେ ଯାତ୍ରୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କଲେ, ସେତେବେଳେ ସେହି ବ୍ୟକ୍ତିଙ୍କୁ ଜଙ୍ଘକୁ କାମୁଡ଼ି ଦେଇଥିଲେ। ଯେତେବେଳେ ବିମାନ କର୍ମଚାରୀ ତାଙ୍କୁ ପଚାରିଲେ ସେ କାହିଁକି ଏପରି କରୁଛନ୍ତି, ଆଲୋମ ଜବାବ ଦେଇଥିଲେ ଯେ ଯୀଶୁ ତାଙ୍କୁ ଏହା କରିବାକୁ କହିଥିଲେ।

ଅଦାଲତରେ ପୋଲିସ କହିଛି ଯେ, ଆଲୋମ ଆଗବେଗ୍ନିନା ନିଜର ଆସନରୁ ଅଚାନକ ଉଠି ବିମାନର ପ୍ରସ୍ଥାନ ଦ୍ୱାର ଆଡ଼କୁ ଯାଇଥିଲେ। ଏହାକୁ ଦେଖି ଜଣେ ବିମାନ କର୍ମଚାରୀ (ଫ୍ଲାଇଟ ଆଟେଣ୍ଡାଣ୍ଟ) ତାଙ୍କୁ ତାଙ୍କ ନିଜ ଆସନରେ ବସିବାକୁ କହିଥିଲେ। ଏହା ପରେ ସେ ତାଙ୍କୁ ପ୍ରସ୍ଥାନ ଦ୍ୱାରର ଝରକା ଖୋଲିବାକୁ ଅନୁମତି ମାଗିଥିଲେ। ହେଲେ ଫ୍ଲାଇଟ ଆଟେଣ୍ଡାଣ୍ଟ ଏପରି କରିବାକୁ ମନା କରି ଦେଇଥିଲେ। ଚାଳକ ଦଳ ସଦସ୍ୟଙ୍କ କଥା ଶୁଣିବା ପରେ ଆଲୋମ ଆଗବେଗ୍ନିନା ତାତି ଉଠିଥିଲା। ସେ ଜବରଦସ୍ତ ପ୍ରସ୍ଥାନ ଦ୍ୱାର ହ୍ୟାଣ୍ଡେଲ ଧରି ନେଇ ଏହାକୁ ଟାଣିବାକୁ ଲାଗିଲେ। ଏହି ସମୟରେ ବିମାନ ୩୭ ହଜାର ଫୁଟ ଉଚ୍ଚରେ ଉଡୁଥିଲା।
 
ବିମାନ କର୍ମଚାରୀଙ୍କ ସହ ମହିଳା ଯାତ୍ରୀ ଜଣଙ୍କ ଯୁକ୍ତିତର୍କ କରୁଥିବା ଦେଖି କିଛି ଅନ୍ୟ ବିମାନ ଯାତ୍ରୀ ପାଟି କରିବାକୁ ଲାଗିଲେ। ମହିଳା ଜଣଙ୍କ ବିମାନ ପ୍ରସ୍ଥାନ ଦ୍ୱାର କବାଟ ଖୋଲିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଥିଲେ। ଏହା ଦ୍ୱାରା ବିମାନରେ ଉପସ୍ଥିତ ଯାତ୍ରୀ ଡରି ଯାଇଥିଲେ। ଏହି ସମୟରେ ଜଣେ ଯାତ୍ରୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଉଭୟଙ୍କ ମଧ୍ୟରେ ଏହାକୁ ନେଇ ବିବାଦ ହୋଇଥିଲା। ଉଭୟେ ବିମାନରେ ପଡ଼ିଯାଇଥିଲେ। ଏହି ସମୟରେ ମହିଳା ଯାତ୍ରୀ ଅନ୍ୟ ଯାତ୍ରୀଙ୍କ ଜଙ୍ଘକୁ କାମୁଡ଼ି ଦେଇଥିଲେ। ସେ ଏଠାରେ ଅଟକି ନଥିଲେ। ଏହା ପରେ ଅନ୍ୟ ଯାତ୍ରୀ ଜଣଙ୍କ ମହିଳାଙ୍କ ଆଙ୍ଗୁଠିକୁ ତାଙ୍କୁ ଦାନ୍ତରେ କାମୁଡ଼ି ଦେଇଥିଲେ। ଏହି ସମୟରେ ମହିଳା ଜଣକ ମଧ୍ୟ ତାଙ୍କ ମୁଣ୍ଡକୁ ବିମାନରେ ପିଟିବାରେ ଲାଗିଥିଲେ।

ପୋଲିସ କହିଛି ଯେ, ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ନ ଜଣାଇ ଘରୁ ବାହାରି ଆସିଥିଲେ। ବିମାନରେ ତାଙ୍କର କୌଣସି ସାମଗ୍ରୀ ନଥିଲା। ଜେରା ବେଳେ ମହିଳା ଜଣକ କହିଥିଲେ ଯେ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଛି।  ତେଣୁ ସେ ନିଜ ଆସନରୁ ଉଠି ଆସିଥିଲେ। ସେ ଯାତ୍ରା ବେଳେ ଅଶାନ୍ତ ଏବଂ ବିବ୍ରତ ହୋଇପଡ଼ିଥିଲେ। ତେଣୁ ସେ କହିଥିଲେ ଯେ ଯୀଶୁ ତାଙ୍କୁ କବାଟ ଖୋଲିବାକୁ କହିଥିଲେ। ମହିଳା ଜଣକ ଏହା ମଧ୍ୟ କହିଛନ୍ତି ଯେ ଯଦି ସେ ସ୍ୱାଭାବିକ ରହିଥାନ୍ତେ, ତାହେଲେ ଏପରି କାର୍ଯ୍ୟ କରି ନଥାନ୍ତେ।

Read More
{}{}