Hindi News >>Home >>Odisha National-International

South Korea: ଦକ୍ଷିଣ କୋରିଆରେ ଚିହ୍ନଟ ହେଲା 'ମସ୍ତିଷ୍କ ଖାଉଥିବା ଆମୋଏବା', ଚାଲିଗଲା ଜଣଙ୍କ ଜୀବନ

South Korea News: ଦକ୍ଷିଣ କୋରିଆ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ଥାଇଲ୍ୟାଣ୍ଡରୁ ଫେରିବା ପରେ ଦେଶର ଜଣେ ୫୦ ବର୍ଷୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ସେଠାରେ ୪ ମାସ ରହିବା ପରେ ଗତ ୧୦ ଡିସେମ୍ବରେ ସ୍ୱଦେଶ ଫେରିଥିଲେ। ଏହାର ପର ଦିନ ତାଙ୍କୁ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତ ବୁଧବାର ତାଙ୍କର ମୃତ୍ୟୁ ହୋଇଥିଲା।

Advertisement
South Korea: ଦକ୍ଷିଣ କୋରିଆରେ ଚିହ୍ନଟ ହେଲା 'ମସ୍ତିଷ୍କ ଖାଉଥିବା ଆମୋଏବା', ଚାଲିଗଲା ଜଣଙ୍କ ଜୀବନ
Stop
Zee Odisha Desk|Updated: Dec 26, 2022, 11:45 PM IST

Brain Eating Amoeba: ସଦ୍ୟ ଦକ୍ଷିଣ କୋରିଆରେ ଏକ ଚହଳ ସୃଷ୍ଟି କରିବା ଭଳି ଘଟଣା ଘଟିଛି। ଏହି ଦେଶର ପ୍ରଥମ ଥର ପାଇଁ "ନାଗେରିଆ ଫାଉଲେରୀ" ଅର୍ଥାତ 'ମସ୍ତିଷ୍କ ଖାଉଥିବା ଆମୋଏବା' ଚିହ୍ନଟ କରାଯାଇଛି। ସୋମମବାର ଏ ସମ୍ପର୍କରେ ଜଣାଇ ଦକ୍ଷିଣ କୋରିଆ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ କହିଛନ୍ତି ଏହି ସଂକ୍ରମଣ ଜନିତ ପ୍ରଥମ ମାମଲା ଚିହ୍ନଟ ହୋଇଛି। 

ଦକ୍ଷିଣ କୋରିଆ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ ଏଜେନ୍ସି ( Korea Disease Control and Prevention Agency) କେଡ଼ିସିଏ (KDCA) ପକ୍ଷରୁ କୁହାଯାଇଛି ଯେ ଥାଇଲ୍ୟାଣ୍ଡରୁ ଫେରିବା ପରେ ଦେଶର ଜଣେ ୫୦ ବର୍ଷୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ସେଠାରେ ୪ ମାସ ରହିବା ପରେ ଗତ ୧୦ ଡିସେମ୍ବରେ ସ୍ୱଦେଶ ଫେରିଥିଲେ। ଏହାର ପର ଦିନ ତାଙ୍କୁ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତ ବୁଧବାର ତାଙ୍କର ମୃତ୍ୟୁ ହୋଇଥିଲା।

କେଡ଼ିସିଏ ପକ୍ଷରୁ କୁହାଯାଇଛି ଯେ  ତିନି ପ୍ରକାରର ପାଥୋଜେନ ଉପରେ ଜେନେଟିକ ପରୀକ୍ଷଣ କରି। ଯାହା ଦ୍ୱାରା "ନାଗେରିଆ ଫାଉଲେରୀ" (Naegleria Fowleri) କାରଣରୁ ମୃତ୍ୟୁ ହୋଇଛି ନା ନାହିଁ ତାହା ନିଶ୍ଚିତ କରାଯାଇ ପାରିବ। ଏହି ପରୀକ୍ଷଣରେ ନିଶ୍ଚିତ ହୋଇଛି ଯେ ପୁରୁଷଙ୍କ ଶରୀରରେ ଥିବା ୯୯.୬% ଜିନ୍ ବିଦେଶରେ ରିପୋର୍ଟ ହୋଇଥିବା ମେନିଞ୍ଜାଇଟିସ୍ ରୋଗୀଙ୍କ ସହ ସମାନ। ଦକ୍ଷିଣ କୋରିଆରେ ଏହା ହେଉଛି ଏହି ରୋଗର ପ୍ରଥମ ଜଣାଶୁଣା ସଂକ୍ରମଣ। ଗତ ୧୯୩୭ ମସିହାରେ ଭର୍ଜିନିଆ ଠାରେ ଏହାର ପ୍ରଥମ ମାମଲା ରିପୋର୍ଟ କରାଯାଇଥିଲା।

"ନାଗେରିଆ ଫାଉଲେରୀ" ହେଉଛି ଏକ ଆମୋଏବା (Amoeba)। ଏହା ହେଉଛି ଏକ କୋଷ ବିଶିଷ୍ଟ ଜୀବ। ଯିଏ ପୃଥିବୀର ବିଭିନ୍ନ ସ୍ଥାନର ମାଟି ସହିତ ଉଷ୍ମ ମଧୁର ଜଳ ସହ ହ୍ରଦ ଏବଂ ନଦୀରେ ବାସ କରେ। ଆମୋଏବା ନିଶ୍ୱାସ ପ୍ରଶ୍ୱାସ ମାଧ୍ୟମରେ ମଣିଷ ଶରୀରରେ ପ୍ରବେଶ କରି ମସ୍ତିଷ୍କ ଠାରେ ପହଞ୍ଚି ଯାଇଥାଏ। ଯଦି ଥରେ ଆମୋଏବା ମଣିଷ ଶରୀରେ ପ୍ରବେଶ କରିଯାଏ ମୁଣ୍ଡବିନ୍ଧା, ଜ୍ୱର, ବାନ୍ତି ଭଳି ଲକ୍ଷଣ ଦେଖିବାକୁ ମିଳିଥାଏ। ଯଦି ଥରେ "ନାଗେରିଆ ଫାଉଲେରିଆ" ମଣିଷ ଶରୀରରେ ପ୍ରବେଶ କରେ ତାହେଲେ ଏହାର ପ୍ରଭାବ ୨-୩ ଦିନରୁ ୧୫ ଦିନ ପର୍ଯ୍ୟନ୍ତ ରହିଥାଏ।

ଯଦିଓ ମାନବ-ମାନବ ମଧ୍ୟରେ "ନାଗେରିଆ ଫାଉଲେରିଆ" ସଂକ୍ରମଣ ଅସମ୍ଭବ, ହେଲେ କେଡିସିଏ ଏହି ରୋଗ ଆରମ୍ଭ ହୋଇଥିବା ଅଞ୍ଚଳ ତଥା ପଡ଼ୋଶୀ ଅଞ୍ଚଳରେ ଗାଧୋଇବାକୁ ଲୋକଙ୍କୁ ବାରଣ କରିଛି। ଏନେଇ କୁହାଯାଇଛି ଯେ ଯଦିଓ ସଂକ୍ରମଣର ଆଶଙ୍କା ଅଧିକ ନାହିଁ, ହେଲେ ଅଧିକାଂଶ କ୍ଷେତ୍ରରେ ଏହାର ସଂକ୍ରମଣ ପହଁରିବାରୁ ଆରମ୍ଭ ହୋଇଥାଏ।

ଏନେଇ ପ୍ରତିକ୍ରିୟା ରଖିଛନ୍ତି କେଡେସିଏ ମୁଖ୍ୟ ଜି ୟଙ୍ଗ-ମେ। ଏନେଇ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ସେ କହିଛନ୍ତି ଯେ, "ନାଗେରିଆ ଫାଉଲେରିଆ" ସଂକ୍ରମଣକୁ ରୋକିବା ପାଇଁ ଆମେ ପହଁରିବା ଏବଂ ଅବକାଶ କିମ୍ବା ଛୁଟି ସମ୍ବନ୍ଧୀୟ କାର୍ଯ୍ୟକଳାପରୁ ଦୂରେଇ ରହିବା ଏବଂ ବିଶୁଦ୍ଧ ଜଳ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥାଉ। ବିଶୁଦ୍ଧ ଜଳ କୌଣସି ପ୍ରକାର ଜଳକୁ ବୁଝାଏ ଯାହା ଦୂଷିତ ହୋଇନାହିଁ। ହେଲେ ଲୋକ ଦୂଷିତ ଜଳ ବ୍ୟବହାର କଲେ ମଧ୍ୟ "ନାଗେରିଆ ଫାଉଲେରିଆ" ଦ୍ୱାରା ସଂକ୍ରମିତ ହୋଇପାରିବେ ନାହିଁ। ଗ୍ରୀଷ୍ମ ଋତୁରେ ଜଳର ତାପମାତ୍ରା ବଢୁଥିବାରୁ ଏ ସମ୍ପର୍କିତ ବିପଦ ସେତେବେଳେ ବଢି ଯାଇଥାଏ।

 ଗତ ୨୦୧୮ ବର୍ଷରୁ ସାରା ବିଶ୍ୱରେ  "ନାଗେରିଆ ଫାଉଲେରିଆ" ସହ ଜଡ଼ିତ ୩୮୧ ମାମଲା ଭାରତ, ଥାଇଲ୍ୟାଣ୍ଡ, ଆମେରିକା, ଚୀନ୍ ଏବଂ ଜାପାନ ଭଳି ଦେଶରେ ରିପୋର୍ଟ ହୋଇଛି। ଗତ ୧୯୯୨ ମସିହାରୁ ଗତ ବର୍ଷ ମଧ୍ୟରେ  କେବଳ ଆମେରିକାରେ ଏପରି ୧୫୪ ସଂକ୍ରମଣ ମାମଲା ରିପୋର୍ଟ ହୋଇଥିଲା। ଆମେରିକା ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ଅନୁଯାୟୀ କେବଳ ଏହା ଦ୍ୱାରା ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରୁ କେବଳ ୪ ଜଣ ବଞ୍ଚିଛନ୍ତି। ଯେଉଁଥିରେ ମୃତ୍ୟୁ ହାର ୯୭ ପ୍ରତିଶତରୁ ଅଧିକ ରହିଛି।

 

Read More
{}{}