Hindi News >>Home >>Odisha National-International

ବୁର୍ଖା ପିନ୍ଧି ନିଜ ପ୍ରେମିକାଙ୍କୁ ଭେଟିବାକୁ ଆସିଥିଲେ ଯୁବକ, ଗ୍ରାମବାସୀ ଜାଣିଦେଲେ ଓ ତାପରେ ...

Shahjahanpur: ଉତ୍ତରପ୍ରଦେଶର ଶାହାଜାହାନପୁରରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ନିଜ ଗର୍ଲଫ୍ରେଣ୍ଡଙ୍କୁ ଭେଟିବା ପାଇଁ ବୁର୍ଖା ପିନ୍ଧି ପହଞ୍ଚିଥିଲେ, ସେତେବେଳେ ତାଙ୍କୁ ଗ୍ରାମବାସୀ ଧରି ନେଇଥିଲେ ।

Advertisement
ସୌ: ସୋସିଆଲ ମିଡିଆ
Stop
Jagdish Barik|Updated: Aug 18, 2022, 03:23 PM IST

Shahjahanpur News: ପ୍ରେମରେ ପ୍ରେମୀଯୁଗଳ ସମସ୍ତ ସୀମା ଅତିକ୍ରମ କରନ୍ତି । ଆପଣ ନିଶ୍ଚିତ ଭାବରେ ଏହି ପ୍ରବାଦଟି ଅନେକ ଥର ଶୁଣିଥିବେ ଓ ଆପଣ ନିଶ୍ଚିତ ଭାବରେ ଅନେକ ଫିଲ୍ମରେ ଏହିପରି ଅନେକ କାହାଣୀ ମଧ୍ୟ ଦେଖିଥିବେ । ବର୍ତ୍ତମାନ ଉତ୍ତରପ୍ରଦେଶର (Uttar Pradesh) ଶାହାଜାହାନପୁର (Shahjahanpur) ଜିଲ୍ଲାରୁ ମଧ୍ୟ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକ ନିଜ ଗର୍ଲଫ୍ରେଣ୍ଡଙ୍କୁ ଭେଟିବା ପାଇଁ ଏପରି ଏକ ଜୁଗାଡ୍ ତିଆରି କରିଥିଲେ, ଯାହା ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ମାମଲା ସିଦ୍ଧୁଲି ପୋଲିସ ଷ୍ଟେସନ ଅଞ୍ଚଳର ମହମ୍ମଦପୁର ଗାଁର ଅଟେ । ଏଠାରୁ ଜଣେ ୨୫ ବର୍ଷୀୟ ଯୁବକ ନିଜ ଗର୍ଲଫ୍ରେଣ୍ଡଙ୍କୁ ଭେଟିବା ପାଇଁ ବୁର୍ଖା ପିନ୍ଧି ଏଠାକୁ ଆସିଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ସହିତ ଯାହା ଘଟିଲା, ତାହା ଅତ୍ୟନ୍ତ ଚକିତ ଥିଲା ...

ବାସ୍ତବରେ ଶାହାଜାହାନପୁର ଜିଲ୍ଲାରେ ବୁର୍ଖା ପିନ୍ଧି ନିଜ ପ୍ରେମିକାଙ୍କୁ ଭେଟିବାକୁ ଯାଇଥିବା ଏହି ଯୁବକ ଜଣକୁ ଗ୍ରାମବାସୀ ଜଣେ ବଦମାସ ଭାବିଥିଲେ, ଓ ତାଙ୍କୁ ଅତି ନିର୍ମମ ଭାବେ ପିଟିଥିଲେ । ପରେ ସ୍ଥାନୀୟ ପୋଲିସ ଆସି ଯୁବକଙ୍କୁ ଗିରଫ କରି ପୋଲିସ ଷ୍ଟେସନକୁ ନେଇଥିଲା।  ଅତିରିକ୍ତ ପୋଲିସ ଅଧୀକ୍ଷକ (ଗ୍ରାମୀଣ) ସଞ୍ଜୀବ ବାଜପାଇ ଗୁରୁବାର ଦିନ ଏହି ଘଟଣା ସମ୍ପର୍କରେ ନ୍ୟୁଜ୍ ଏଜେନ୍ସି 'ପିଟିଆଇ-ଭାଷା'କୁ ସୂଚନା ଦେଇଛନ୍ତି ।

ସଞ୍ଜୀବ ବାଜପାଇ କହିଛନ୍ତି ଯେ ସୈଫ ଅଲି (୨୫) ନାମକ ଜଣେ ଯୁବକ ନିଜ ପ୍ରେମିକାଙ୍କୁ ଭେଟିବା ପାଇଁ ବୁର୍ଖା ପିନ୍ଧି ସିଦ୍ଧୁଲି ପୋଲିସ ଷ୍ଟେସନ ଅଞ୍ଚଳର ମେହମଦପୁର ଗ୍ରାମରେ ପହଞ୍ଚିଥିଲେ । ଗ୍ରାମବାସୀ ସନ୍ଦେହ କରି ତାଙ୍କୁ ଧରି ବୁର୍ଖା ହଟାଇବାକୁ କହିଥିଲେ । ବୁର୍ଖା ହଟାଇବା ପରେ ଯୁବକଙ୍କୁ ଗ୍ରାମବାସୀ ଚିହ୍ନିଥିଲେ ଓ ପରେ ତାଙ୍କୁ ମାଡ଼ ମାରିଥିଲେ ।

ସଞ୍ଜୀବ ବାଜପାଇ କହିଛନ୍ତି ଯେ ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ ପୋଲିସ ପହଞ୍ଚି ଯୁବକଙ୍କୁ ନିଜ ହେପାଜତରେ ନେଇଥିଲା । କେହି କେହି ଏହି ଘଟଣାର ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବାଜପାଇ କହିଛନ୍ତି ଯେ ଗିରଫ ହୋଇଥିବା ଯୁବକଙ୍କର ସେହି ଗାଁର ଜଣେ ଝିଅ ସହିତ ଚାରି ବର୍ଷ ପ୍ରେମ ସମ୍ପର୍କ ରହିଛି । ସେ କହିଥିଲେ ଯେ ଯୁବକ ଜଣକ ବାହାରକୁ ଚାକିରୀ କରିବାକୁ ଯାଉଥିଲେ, ତେଣୁ ସେ ନିଜ ପ୍ରେମିକାଙ୍କୁ ଭେଟିବାକୁ ଚାହୁଁଥିଲେ । ଗର୍ଲଫ୍ରେଣ୍ଡ ତାଙ୍କୁ ଫୋନରେ କହିଥିଲେ ଯେ ଗାଁର ଲୋକମାନେ ତାଙ୍କୁ ଚିହ୍ନିଛନ୍ତି, ତେଣୁ ସେ ଛଦ୍ମବେଶରେ ଆସିଥିଲେ । ଶାନ୍ତି ଭଙ୍ଗ ସହ ଜଡିତ ଧାରା ଅଧୀନରେ ଗିରଫ କରି ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ: ଏକସମୟରେ ୧୩ ଜଣ ଦୋଷୀଙ୍କୁ ଦିଆଗଲା ଫାଶୀଦଣ୍ଡ, କଏଦୀଙ୍କୁ ଜେଲରେ କରିଥିଲେ ହତ୍ୟା

ଏହା ବି ପଢ଼ନ୍ତୁ: ଟ୍ୱିଟ୍ କରିବା ପାଇଁ ମିଳିଲା ଚରମ ଶାସ୍ତି, ଯୁବତୀକୁ ଭୋଗିବାକୁ ପଡ଼ିବ ୩୪ ବର୍ଷର କାରାଦଣ୍ଡ; ଜାଣନ୍ତୁ କ'ଣ ରହିଛି କାରଣ

 

 

Read More
{}{}