Hindi News >>Home >>Odisha National-International

Shocking ! ରିପିଟ୍ ହେଲା ବୁରାରୀ କାଣ୍ଡ, ଏକାସାଥିରେ ଗୋଟିଏ ପରିବାରର ୭ଜଣଙ୍କ ଆତ୍ମହତ୍ୟା

Shocking: ଏହି ଘଟଣା ଜଣାପଡ଼ିବା ପରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି।  ଖବର ପାଇବା ପରେ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଯାଇଥିଲା ପୋଲିସ । ପାରିପାର୍ଶ୍ୱିକ ସ୍ଥିତି ଦେଖି ପୋଲିସ କହିଛି ଯେ, ଆର୍ଥିକ ଅନଟନ କାରଣରୁ ପରିବାର ଏପରି ଅଭାବନୀୟ କାଣ୍ଡ କରିଥିବା କୁହାଯାଉଛି।   

Advertisement
Shocking ! ରିପିଟ୍ ହେଲା ବୁରାରୀ କାଣ୍ଡ, ଏକାସାଥିରେ ଗୋଟିଏ ପରିବାରର ୭ଜଣଙ୍କ ଆତ୍ମହତ୍ୟା
Stop
Rasmita Sahoo|Updated: Oct 28, 2023, 06:32 PM IST

Shocking News: ଗୁଜୁରାଟ ସୁରଟରେ ଏକ ବଡ଼ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଗୋଟିଏ ପରିବାରର ୭ ଜଣଙ୍କ ଏକାସାଥୀରେ ମୃତ୍ୟୁ ଘଟିଛି। କୁହାଯାଉଛି ଯେ, ଗୋଟିଏ ପରିବାରର ଏହି  ୭ ସଦସ୍ୟ ସମସ୍ତେ ମିଶି ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ତିନୋଟି ଶିଶୁ ବି ରହିଛନ୍ତି । ତେବେ ଏହି ଘଟଣା ଜଣାପଡ଼ିବା ପରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି।  ଖବର ପାଇବା ପରେ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଯାଇଥିଲା ପୋଲିସ । ପାରିପାର୍ଶ୍ୱିକ ସ୍ଥିତି ଦେଖି ପୋଲିସ କହିଛି ଯେ, ଆର୍ଥିକ ଅନଟନ କାରଣରୁ ପରିବାର ଏପରି ଅଭାବନୀୟ କାଣ୍ଡ କରିଥିବା କୁହାଯାଉଛି। 

ଏହି ମାମଲାରେ ପୋଲିସ ଯାଞ୍ଚ କରି କହିଛି ଯେ, ଏହି ପରିବାର ଆର୍ଥିକ ଅନଟନ (Financial Crisis) କାରଣରୁ ସମୂହ ଆତ୍ମହତ୍ୟା କରିଛନ୍ତି। ସୁଇସାଇଡ୍ କରିଥିବା ସ୍ଥାନରୁ ଏକ ସୁଇସାଇଡାଲ ନୋଟ୍ ଜବତ କରାଯାଇଛି। ପୋଲିସ ସମସ୍ତ ମୃତଦେହ ଗୁଡ଼ିକୁ ଜବତ କରି ପୋଷ୍ଟମର୍ଟମ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଛି। ପୋଲିସର କହିବାନୁସାରେ, ମୃତକ  ମନୀଷ ସେଲାନକିଙ୍କ ପରିବାର ପାଲାନ ଅଞ୍ଚଳର ସିଦ୍ଧେଶ୍ବର ଆପାର୍ଟମେଣ୍ଟ ସି-୨ ବିଲ୍ଡିଂରେ ରହୁଥିଲେ । ଦୀର୍ଘଦିନ ଧରି ଏହି ପରିବାର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ପଡ଼ୋଶୀମାନେ ନିଜ ବୟାନରେ କହିଛନ୍ତି । ବ୍ୟବସାୟ ପାଇଁ ଏକ ବଡ଼ ଋଣ କରିଥିଲେ ମନୀଷ । ଯାହାକୁ ସୁଝିପାରୁନଥିବାରୁ ସେ ସଦାସର୍ବଦା ଚିନ୍ତାରେ ରହୁଥିଲେ ।

ଲୋକଙ୍କଠାରୁ ଆଣିଥିବା ଟଙ୍କା ଫେରସ୍ତ କରିବା ପାଇଁ ଫ୍ଲାଟ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଥିଲେ ବୋଲି ପଡୋଶୀ ବି ଖବର ପାଇଥିଲେ । ମାତ୍ର ଶେଷ ସମୟରେ ଫ୍ଲାଟ୍ ବିକ୍ରି ହୋଇନପାରିବାରୁ ବାଧ୍ୟ ହୋଇ ପରିବାର ଲୋକେ ଏଭଳି ଏକ ଚରମ ନିଷ୍ପତ୍ତି ନେଇଥିବା ପୋଲିସ କହିଛି। 

ମୃତକମାନେ ହେଲେ ମନୀଷ ସୋଲାଙ୍କି, ପତ୍ନୀ ରୀତା ସୋଲାଙ୍କି, ବାପା କାନୁ, ମା ଶୋଭା, ତିନିସନ୍ତାନ ଦିଶା, କାବ୍ୟା ଓ କୁଶଳ । ମନୀଷ ସିଲିଂ ଫ୍ୟାନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ତଦନ୍ତ ପରେ ପୋଲିସ ମନୀଷଙ୍କ ଏକ ସୁଇସାଇଡ ନୋଟ ଜବତ କରିଛି । ଆର୍ଥିକ ସଂକଟ କାରଣରୁ ସେମାନେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ମନୀଷ ଦର୍ଶାଇଥିବା ଜଣାଯାଇଛି । ତେବେ ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ମନୀଷଙ୍କ ଫର୍ଣ୍ଣିଚର ବିଜନେସ (Furniture Business) ଥିଲା ଏବଂ ତାଙ୍କ ନିକଟରେ ୩୫ ଜଣ କର୍ମଚାରୀ କାମ କରୁଥିଲେ । ଗତକାଲି କେତେକ କର୍ମଚାରୀ ମନୀଷଙ୍କୁ ଫୋନ କରିଥିଲେ । 

Also Read: ସରକାରଙ୍କ ବଡ଼ ନିର୍ଦ୍ଦେଶ, ୫୦ ବର୍ଷରୁ ଅଧିକ ବୟସର ପୋଲିସ କର୍ମୀ ନେବେ ବାଧ୍ୟତାମୂଳକ ଅବସର!

{}{}