Hindi News >>Home >>Odisha National-International

କଂଗ୍ରେସ ଛାଡ଼ୁ ଗାନ୍ଧୀ ପରିବାର, ବିସ୍ଫୋରକ ବୟାନ ଦେଲେ ଦଳର ବରିଷ୍ଠ ନେତା

କଂଗ୍ରେସର ବରିଷ୍ଠ ନେତା କପିଲ ସିବ୍ବଲ କହିଛନ୍ତି ଯେ, ଦଳର ନେତୃତ୍ବରୁ ଗାନ୍ଧୀ ପରିବାର ଅଲଗା ହେବା ଦରକାର। ବର୍ତ୍ତମାନ ସମୟରେ ଦଳର ନେତୃତ୍ବରୁ ଗାନ୍ଧୀ ପରିବାର ହଟିବା ଦରକାର।

Advertisement
କଂଗ୍ରେସ ଛାଡ଼ୁ ଗାନ୍ଧୀ ପରିବାର, ବିସ୍ଫୋରକ ବୟାନ ଦେଲେ ଦଳର ବରିଷ୍ଠ ନେତା
Stop
Ashis Kumar Rath|Updated: Mar 15, 2022, 05:45 PM IST

ନୂଆଦିଲ୍ଲୀ:  ବିରାଟ ବିପର୍ଯ୍ୟୟ ପରେ କଂଗ୍ରେସରେ ଚାଲିଛି ମାନସ ମନ୍ଥନ। ୫ ଟି ଯାକ ରାଜ୍ୟରେ କାହିଁକି ହାରିଲା ଦଳ, ତାହାର ଚାଲିଛି କାରଣ ଖୋଜା। ଦଳର ନେତୃତ୍ବକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏପରିକି ରବିବାର ଅନୁଷ୍ଠିତ ହୋଇଥିଲା CWC ବୈଠକ। ଯେଉଁଥିରେ ନିଷ୍ପତ୍ତି ହୋଇଥିଲା ଯେ, ସୋନିଆ ଗାନ୍ଧୀ ହିଁ କଂଗ୍ରେସ ଅଧ୍ୟକ୍ଷା ରହିବେ। ବୈଠକର ଦିନକ ପରେ ଅର୍ଥାତ୍‌ ମଙ୍ଗଳବାର ଦିନ କଂଗ୍ରେସର ବରିଷ୍ଠ ନେତା କପିଲ ସିବ୍ବଲ ଦେଇଛନ୍ତି ଏମିତି କିଛି ବିସ୍ଫୋରକ ବୟାନ।

କଂଗ୍ରେସର ବରିଷ୍ଠ ନେତା କପିଲ ସିବ୍ବଲ (Kapil Sibal) କହିଛନ୍ତି ଯେ, ଦଳର ନେତୃତ୍ବରୁ ଗାନ୍ଧୀ ପରିବାର ଅଲଗା ହେବା ଦରକାର। ବର୍ତ୍ତମାନ ସମୟରେ ଦଳର ନେତୃତ୍ବରୁ ଗାନ୍ଧୀ ପରିବାର ହଟିବା ଦରକାର। ଦଳର ନେତୃତ୍ବ ଭାର ଅନ୍ୟ ନେତା ବା ନୂଆ ଚେହେରାକୁ ଦେବା ଦରକାର।  ରବିବାର ଦିନ ସୋନିଆ ଗାନ୍ଧୀ (Sonia Gandhi)ଙ୍କ ନେତୃତ୍ୱ ଉପରେ ଦଳ ବିଶ୍ୱାସ ଜାରି କରିଥିବା ବେଳେ କପିଲ ସିବ୍ବଲ ଦେଇଛନ୍ତି ଏଭଳି ବିସ୍ଫୋରକ ବୟାନ।

Also Read: 'ଦ କାଶ୍ମୀର ଫାଇଲ୍ସ'କୁ ନେଇ କଙ୍ଗନାଙ୍କ ବିବାଦୀୟ ବୟାନ, କହିଲେ ବଲିଉଡ ଚାମଚାଙ୍କୁ...

ସିବ୍ବଲ ଆହୁରି କହିଛନ୍ତି ଯେ, ଦଳର ନେତୃତ୍ବ କୌଣସି ଅପହଞ୍ଚ ଜାଗାରେ ରହିଛି। ଏପରିକି ଦଳର ପତନର କାରଣ ପଚାରିଲେ ମଧ୍ୟ ନେତୃତ୍ବଙ୍କୁ ଅଜଣା। ୨୦୨୦ ମସିହାରେ ଜି-୨୩ (G-23)ନେତା ମାନେ ଦଳରେ ବଡ଼ ପରିବର୍ତ୍ତନ କରିବା ପାଇଁ ଅନୁରୋଧ କରିଥିଲେ।

Also Read: ପ୍ରକୃତିର ପ୍ରକୋପ! ଗ୍ରୀଷ୍ମ ପରେ ବାତ୍ୟା ଭୟ, ବନ୍ଦ ହେଇପାରେ...

ସେ ଆହୁରି କହିଛନ୍ତି, CWC ହିଁ ଭାରତରେ କଂଗ୍ରେସ ପାର୍ଟିର ନେତୃତ୍ବ ନେଇଥାଏ। ଯାହା ମୋତେ ଠିକ୍‌ ଲାଗୁନାହିଁ।  ଦେଶରେ ବହୁତ ସାରା କଂଗ୍ରେସ ନେତା ଅଛନ୍ତି। ଦେଶର କୋଣ ଅନୁକୋଣରେ ବହୁ ନେତା ଅଛନ୍ତି। ସବୁକୁ ନଜରରେ ରଖି ଆମକୁ କାମ କରିବା ଦରକାର। କଂଗ୍ରେସର କ୍ଷମତା କିଛି ଲୋକଙ୍କ ପାଖରେ ସୀମିତ ନରହି ସମସ୍ତଙ୍କ ପାଖରେ ପହଁଞ୍ଚୁ। ଆମକୁ ପରିବାରବାଦ କଂଗ୍ରେସ ଦରକାର ନାହିଁ ସମସ୍ତଙ୍କ କଂଗ୍ରେସ (Congress) ଦରକାର ବୋଲି ସିବ୍ବଲ କହିଛନ୍ତି।

Read More
{}{}