Hindi News >>Home >>Odisha National-International

Saudi Arabia: ମହିଳାଙ୍କ ହଜ୍-ଉମରାହ ଯାତ୍ରା ବାବଦରେ ବଡ଼ ନିଷ୍ପତ୍ତି ନେଲେ ସାଉଦି ଆରବ ସରକାର

New Law of Saudi Arabia: ମହିଳା ହଜ ଯାତ୍ରୀଙ୍କ ବାବଦରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସାଉଦି ଆରବ ସରକାର।  

Advertisement
Saudi Arabia: ମହିଳାଙ୍କ ହଜ୍-ଉମରାହ ଯାତ୍ରା ବାବଦରେ ବଡ଼ ନିଷ୍ପତ୍ତି ନେଲେ ସାଉଦି ଆରବ ସରକାର
Stop
Subhramjit Ray|Updated: Oct 15, 2022, 11:46 PM IST

Saudi Arabia Law: ସମୟ ବଦଳିବା ସହ ଏବେ ଦେଶକୁ ବଦଳାଇବାରେ ଲାଗିଛି ମୁସଲିମ ଦୁନିଆର ସର୍ଦ୍ଦାର କୁହା ଯାଉଥିବା  ସାଉଦି ଆରବ। ବିଗତ ୧ ଦଶନ୍ଧି ମଧ୍ୟରେ କ୍ରମାଗତ ଭାବେ ଅନେକ ପରିବର୍ତ୍ତନ ଆଣିଛି ଏହି ଦେଶ। ଏବେ ମୌଳବାଦରୁ ଦୂରେଇ ଯାଇ ପ୍ରତ୍ୟେକ ଧର୍ମ ତଥା ଲିଙ୍ଗର ଲୋକଙ୍କୁ ସମାନ ଅଧିକାର ଦେବା ଦିଗରେ କାର୍ଯ୍ୟ କରୁଛି ସାଉଦି ଆରବ। ମହିଳାଙ୍କୁ ସେମାନଙ୍କର ଅଧିକାର ଦେବା ଉପରେ ଏଠାରେ ଅନେକ କାର୍ଯ୍ୟ ମଧ୍ୟ କରାଯାଉଛି। ଏହି କ୍ରମରେ ସାଉଦି ଆରବ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। 

ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ମହିଳାଙ୍କୁ (Women) ମେହରମ (Mahram) ଅର୍ଥାତ ପୁରୁଷ ସାଥୀଙ୍କ (Male Partner) ବିନା ହଜ୍ (Hajj) କିମ୍ବା ଉମରାହ (Umrah) କରିବାକୁ ଅନୁମତି ଦିଆଯିବ। ସୋମବାର ସାଉଦି ଆରବ ରାଜଧାନୀ ରିୟାଦ (Saudi Arabia Capital Riyadh) ଏହି ଘୋଷଣା କରିଛି। ଏହି ନିୟମ ଦେଶର ପ୍ରତ୍ୟେକ ମହିଳାଙ୍କ ପାଇଁ ଲାଗୁ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ମହିଳା ଏବଂ ଶିଶୁଙ୍କୁ କେବଳ ମେହରମ ସହିତ ହଜ୍ ଯିବାକୁ ଅନୁମତି ଦିଆଯାଇଥିଲା। ମେହରମ ହେଉଛି ସେହି ପୁରୁଷ ସାଥୀ ଯିଏ ପୁରା ହଜ୍ ସମୟରେ ମହିଳାଙ୍କ ସହିତ ରହିଥାନ୍ତି।

Also Read: ତବଲିଗ ଜମାତ ସଙ୍ଗଠନ ଉପରେ ବ୍ୟାନ ଲଗାଇଲା ମୁସଲିମ ଦେଶ ସାଉଦି ଆରବ

ଅତୀତରେ କେତେକ ମାମଲାରେ ୪୫ ବର୍ଷରୁ ଅଧିକ ମହିଳାଙ୍କୁ ମେହରମ ବିନା ହଜ୍ ଯାତ୍ରା କରିବାକୁ ଅନୁମତି ଦିଆଯାଇଥିଲା। ହେଲେ ଏହାକୁ ନେଇ ଅନେକ ବିବାଦ ହୋଇଥିଲା। ସମସ୍ତ ମହିଳାଙ୍କ ପାଇଁ ଏହି ଅନୁମତି ଦିଆଯାଇ ନଥିଲା। ସାଉଦି ଆରବ ହଜ୍ ଏବଂ ଉମରାହ ମନ୍ତ୍ରୀ (Saudi Arabia Hajj and Umrah Minister) ତୌଫୀକ୍ ଅଲ ରବିୟା (Dr. Tawfiq bin Fawzan Al Rabiah) କହିଛନ୍ତି ଯେ ଜଣେ ମହିଳା ବିନା ମେହରମରେ ଉମରାହ କରିବା ପାଇଁ ଆସିପାରିବେ। ଏହି ଆଦେଶ ସାଉଦି ଆରବର ଦଶନ୍ଧି ପୁରୁଣା ପ୍ରଥାକୁ (Old Tradition) ସମାପ୍ତ କରିଦେଇଛି।

Also Read: ତବଲିଗ ଜମାତ ଉପରେ କଟକଣା ଜାରି କରିବାକୁ ନେଇ ସ୍ୱର ଉଠାଇଲା ଦାରୁଲ ଉଲୁମ ଦେୱବନ୍ଦ

ହେଲେ ଦେଶର ସରକାରଙ୍କ ପକ୍ଷରୁ ନିଆ ଯାଇଥିବା ନିଷ୍ପତ୍ତିକୁ ଗ୍ରହଣ କରିନାହାଁନ୍ତି ସାଉଦି ଆରବ ଧର୍ମଗୁରୁ (Saudi Arabian Religious Leader)। ଏନେଇ ସେମାନେ କହିଛନ୍ତି ଯେ ହଜ୍ କିମ୍ବା ଉମରାହ ସମୟରେ ମହିଳାଙ୍କ ସହ ମେହରାମ ରହିବା ଆବଶ୍ୟକ। ଅନ୍ୟପକ୍ଷରେ ଅନ୍ୟ ମୁସଲିମ ବିଦ୍ୱାନ (Muslim Cleric) ଏଥିରେ ସହମତ ନୁହଁନ୍ତି। ସେମାନଙ୍କର କହିବା କଥା ଯେ ବର୍ଷକୁ ଥରେ ଆୟୋଜିତ ହେଉଥିବା ହଜ୍ ଇସଲାମର ପଞ୍ଚମ ସ୍ତମ୍ଭ (Fifth Pillar of Islam) ଭାବରେ ପରିଗଣିତ ହୁଏ। କୁହାଯାଏ ଯେ ପ୍ରତ୍ୟେକ ମୁସଲମାନ (Musalman) ତାଙ୍କ ଜୀବନରେ ଅତି କମରେ ଥରେ ହଜ୍ ଯାତ୍ରା (Hajj Pilgrimage) କରିବା ଆବଶ୍ୟକ। ଯେତେବେଳେ କି ଉମରାହ ବର୍ଷର ଯେ କୌଣସି ସମୟରେ କରାଯାଇ ପାରିବ।

 

Read More
{}{}