Hindi News >>Home >>Odisha National-International

Satyendar Jain: ଜଜଙ୍କ ଉପରୁ ତୁଟିଲା ଯାଞ୍ଚ ଅଧିକାରୀଙ୍କ ବିଶ୍ୱାସ: କରିଦେଲେ ଏଭଳି କିଛି ଦାବି, ଯାହାକୁ ଶୁଣିଲେ ନିନ୍ଦା କରି ନପାରି ରହିପାରିବେନି ଆପଣ

ସତ୍ୟେନ୍ଦ୍ର ଜୈନଙ୍କ ପକ୍ଷରୁ ବରିଷ୍ଠ ଓକିଲ ଏନ ହରିହରନ ସ୍ୱତନ୍ତ୍ର ବିଚାରପତି ଗୀତାଞ୍ଜଳି ଗୋଏଲଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଏହା ପ୍ରକୃତରେ ଅନ୍ୟାୟ ବୋଲି କହିଥିଲେ।

Advertisement
 Satyendar Jain: ଜଜଙ୍କ ଉପରୁ ତୁଟିଲା ଯାଞ୍ଚ ଅଧିକାରୀଙ୍କ ବିଶ୍ୱାସ: କରିଦେଲେ ଏଭଳି କିଛି ଦାବି, ଯାହାକୁ ଶୁଣିଲେ ନିନ୍ଦା କରି ନପାରି ରହିପାରିବେନି ଆପଣ
Stop
Zee Odisha Desk|Updated: Sep 18, 2022, 05:01 PM IST

Satyendar Jai: ନୂଆଦିଲ୍ଲୀ: ଅର୍ଥ ହେରଫେର ମାମଲାରେ ବର୍ତ୍ତମାନ ଜେଲରେ ରହିଛନ୍ତି ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ତେବେ ତାଙ୍କ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲା ଶୁଣାଣୀ କରୁଥିବା ବିଚାରପତିଙ୍କ ବଦଳି ଦାବି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଇଡ଼ି ରାଉଜ ଏଭେନ୍ୟୁ କୋର୍ଟର ମୁଖ୍ୟ ଜିଲ୍ଲା ନ୍ୟାୟଧିଶ ସମକକ୍ଷ ଅନ୍ୟ ବିଚାରପତିଙ୍କ ବଦଳି କରିବାକୁ ଦାବି କରିଛି। ତେବେ ଇଡ଼ି ଯାଚିକା ଉପରେ ଆସନ୍ତା ୧୯ ତାରିଖରେ ମୁଖ୍ୟ ବିଚାରପତି ଜିଲ୍ଲା ନ୍ୟାୟଧିଶ ବିନୟ କୁମାର ଗୁପ୍ତା ଶୁଣାଣି କରିବେ। ଏହା ପୂର୍ବରୁ ସତ୍ୟେନ୍ଦ୍ର ଜୈନଙ୍କ ମାମଲାର ଶୁଣାଣି କରିବା ପାଇଁ ନ୍ୟାୟଧୀଶ ଗୀତାଞ୍ଜଳି ଗୋଏଲଙ୍କ ବଦଳି ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦାବି କରିଛି। 

ଗତ କିଛି ଶୁଣାଣିରେ ସ୍ୱତନ୍ତ୍ର ବିଚାରପତି ଗୀତାଞ୍ଜଳି ଗୋଏଲ ଅର୍ଥ ହେରଫେର ମାମଲାରେ ଶୁଣାଣୀ ସମୟରେ ତଦନ୍ତକାରୀ ଏଜେନ୍ସି ଉପରେ ବର୍ଷିଥିଲେ। ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନ ଉପରେ କିଛି ଯୁକ୍ତି ଉପସ୍ଥାପନ କରିବା ପରେ ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ମାମଲାକୁ ସ୍ୱତନ୍ତ୍ର ବିଚାରପତି ଗୀତାଞ୍ଜଳି ଗୋଏଲଙ୍କ ନିକଟକୁ ସ୍ଥାନାନ୍ତର କରିବାକୁ ଇଡି ପକ୍ଷରୁ ଅନୁରୋଧ କରାଯାଇଛି।

ଏହି ଅର୍ଥ ହେରଫେର ମାମଲାରେ ସତ୍ୟେନ୍ଦ୍ର ଜୈନ ଓ ଅନ୍ୟ ଦୁଇ ସହଯୋଗୀ ଅଙ୍କୁଶ ଜୈନ ଓ ବୈଭବ ଜୈନଙ୍କୁ ଜାମିନ ଦେବା ଉପରେ ଏକ ଦୀର୍ଘ ସମୟ ଧରି ଶୁଣାଣି କରି ଆସୁଛନ୍ତି। ଅଭିଯୁକ୍ତଙ୍କ ଜାମିନ ଉପରେ ଅନ୍ତିମ ପର୍ଯ୍ୟାୟରେ ଶୁଣାଣି ରହିଛି। ଇଡିରେ ହାଜର ହୋଇ ଅତିରିକ୍ତ ସଲିସିଟର ଜେନେରାଲ (ଏଏସଜି) ଏସ.ଭି ରାଜୁ ସେପ୍ଟେମ୍ବର ୧୫ରେ କୋର୍ଟଙ୍କୁ ସୂଚନା ଦେଇଛନ୍ତି ଯେ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନକୁ ବର୍ତ୍ତମାନର କୋର୍ଟରୁ ସ୍ଥାନାନ୍ତର କରିବାକୁ ସେମାନେ ଆବେଦନ କରିଛନ୍ତି।

ସତ୍ୟେନ୍ଦ୍ର ଜୈନଙ୍କ ପକ୍ଷରୁ ବରିଷ୍ଠ ଓକିଲ ଏନ ହରିହରନ ସ୍ୱତନ୍ତ୍ର ବିଚାରପତି ଗୀତାଞ୍ଜଳି ଗୋଏଲଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଏହା ପ୍ରକୃତରେ ଅନ୍ୟାୟ ବୋଲି କହିଥିଲେ। ଏହା ବାସ୍ତବ କ୍ଷେତ୍ରରେ ଅନୁଚିତ ବୋଲି ସେ କହିଥିଲେ। ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ୨୦୧୭ରେ AAP ନେତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ସିବିଆଇ ଏଫ୍ଆଇଆର୍ ଆଧାରରେ ମନି ଲଣ୍ଡରିଂ ମାମଲାରେ ଇଡି ସତ୍ୟେନ୍ଦ୍ର ଜୈନ ଏବଂ ଅନ୍ୟ ଦୁଇଜଣଙ୍କୁ ଗିରଫ କରିଥିଲା। କେବଳ ଏତିକି ନୁହେଁ ୧୬ ସେପ୍ଟେମ୍ବର ଦିନ ଏକ୍ସାଇଜ୍ ପଲିସି ମାମଲାରେ ଇଡି ତିହାର ଜେଲ ଭିତରେ ସତ୍ୟେନ୍ଦ୍ର ଜୈନଙ୍କୁ ପଚରାଉଚରା କରିଥିଲା।

ଏକ୍ସାଇଜ୍ ପଲିସି ମାମଲାରେ ସତ୍ୟେନ୍ଦ୍ର ଜେନାଙ୍କୁ ପ୍ରଶ୍ନ କରିବା ପାଇଁ ଅନୁମତି ମାଗି ସ୍ୱତନ୍ତ୍ର ବିଚାରପତି ଗୀତାଞ୍ଜଳି ଗୋଏଲ ଇଡିଙ୍କ ଆବେଦନକୁ ଗ୍ରହଣ କରିଥିଲେ। ନିକଟରେ, ଅର୍ଥ ହେରଫେର ମାମଲାରେ ଚାରିଟି ସଂସ୍ଥା ସମେତ ସତୀନ୍ଦର ଜୈନ, ତାଙ୍କ ପତ୍ନୀ ଏବଂ ଅନ୍ୟ ୮ ଜଣଙ୍କ ବିରୋଧରେ ଇଡି ଦାଖଲ କରିଥିବା ପ୍ରବର୍ତ୍ତନ ଅଭିଯୋଗ (ଚାର୍ଜସିଟ୍) କୁ କୋର୍ଟ ମଧ୍ୟ ଗ୍ରହଣ କରିଛନ୍ତି।

Read More
{}{}