Hindi News >>Home >>Odisha National-International

Panjab News: ପାକିସ୍ତାନ ଜେଲରେ ପ୍ରାଣ ହରାଇଥିବା ସରବଜିତ୍ ସିଂଙ୍କ ପତ୍ନୀ ସୁଖପ୍ରୀତଙ୍କ ମୃତ୍ୟୁ

Sukhpreet Kaur Die: ଗୁପ୍ତଚର ଅଭିଯୋଗରେ (SPY Allegation) ପାକିସ୍ତାନ କୋର୍ଟ (Pakistan Court) ଲଖପତ ଜେଲରେ ପ୍ରାଣ ହରାଇଥିବା ସରବଜିତ ସିଂଙ୍କ ପତ୍ନୀ (Sarabjit Singhs Wife) ସୁଖପ୍ରୀତ କୌର (Sukhpreet Kaur)ଙ୍କ ସୋମବାର (Monday) ଦେହାନ୍ତ ହୋଇଛି।

Advertisement
ଫାଇଲ୍ ଫଟୋ
Stop
Zee Odisha Desk|Updated: Sep 12, 2022, 08:35 PM IST

Sukhpreet Kaur Die: ଗୁପ୍ତଚର ଅଭିଯୋଗରେ (SPY Allegation) ପାକିସ୍ତାନ କୋର୍ଟ (Pakistan Court) ଲଖପତ ଜେଲରେ ପ୍ରାଣ ହରାଇଥିବା ସରବଜିତ ସିଂଙ୍କ ପତ୍ନୀ (Sarabjit Singhs Wife) ସୁଖପ୍ରୀତ କୌର (Sukhpreet Kaur)ଙ୍କ ସୋମବାର (Monday) ଦେହାନ୍ତ ହୋଇଛି। ରବିବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା (Road Accident)ରେ ସୁଖପ୍ରୀତ କୌର ଗୁରୁତର ଆହତ ହୋଇଥିଲେ। ସୋମବାର ଅମୃତସରର ମହାଜନ ଡାକ୍ତରଖାନାରେ ସେ ପ୍ରାଣ ତ୍ୟାଗ କରିଥିଲେ। ମଙ୍ଗଳବାର ଦିନ ସୁଖପ୍ରୀତ କୌରଙ୍କ ଶେଷକୃତ୍ୟ କରାଯିବ।

ସରବଜିତ ସିଂଙ୍କ ଝିଅ ସ୍ବପ୍ନଦୀପ କୌରଙ୍କୁ ରାଜସ୍ୱ ବିଭାଗରେ ଜଳନ୍ଧରର ଆଡିଶନାଲ ତହସିଲଦାର ଭାବରେ ପୋଷ୍ଟ କରାଯାଇଛି। ସ୍ବପ୍ନଦୀପ କୌର ରବିବାର ଦିନ ତାଙ୍କ ମା ସୁଖପ୍ରୀତ କୌର (୫୫)ଙ୍କୁ ଜଲନ୍ଦର ଆସିବାକୁ ଡାକିଥିଲେ। ସୁଖପ୍ରୀତ ତାଙ୍କ ଝିଅ ସହିତ ଜଳନ୍ଧର ବସ୍‌ରେ ଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିଲେ। ସେଥିପାଇଁ ସେ ପଡୋଶୀ ରାଜୱନ୍ତ ସିଂଙ୍କୁ ସ୍କୁଟି ଯୋଗେ ଅମୃତସର ବସ୍ ଷ୍ଟାଣ୍ଡରେ ଛାଡିଦେବାକୁ କହିଥିଲେ। ଯାହାଦ୍ବାରା ସେ ଅମୃତସରରୁ ଜଳନ୍ଧର ପର୍ଯ୍ୟନ୍ତ ଏକ ବସ୍ ଧରି ପାରିବେ। ରାଜଓ୍ବନ୍ତ ସିଂ ସୁଖପ୍ରୀତ କୌରଙ୍କୁ ଏକ ସ୍କୁଟିରେ ଅମୃତସର ବସ୍ ଷ୍ଟାଣ୍ଡକୁ ନେଉଥିବା ବେଳେ ସୁଖପ୍ରୀତଙ୍କ ହଠାତ୍ ମୁଣ୍ଡ ବୁଲାଇବା ଆରମ୍ଭ କରିଥିଲା। ଅମୃତସରର ପତାହପୁର ଠାରେ ମୁଣ୍ଡ ବୁଲାଇରୁ ସେ ସ୍କୁଟିରୁ ରାସ୍ତା ଉପରେ ପଡ଼ିଯାଇଥିଲେ। ପଡିଯିବା ହେତୁ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିଲା।

ଆଡିଶନାଲ ତହସିଲଦାର ସ୍ବପ୍ନଦୀପ କୌର କହିଛନ୍ତି ଯେ, ତାଙ୍କ ମା ସୁଖପ୍ରୀତ କୌରଙ୍କୁ ଚିକିତ୍ସା ପାଇଁ ଅମୃତସରର ମହାଜନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ସୋମବାର ମୃତ୍ୟୁ ବରଣ କରିଛନ୍ତି। ସୋମବାର ଦିନ ପତାହପୁର ପୋଲିସ, ବ୍ୟବଚ୍ଛେଦ ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରିଛି। ମଙ୍ଗଳବାର ଦିନ ସକାଳ ୧୧ଟାରେ ସୁଖପ୍ରୀତ କୌରଙ୍କୁ ଭିଖିବିନ୍ଦ ଠାରେ ଦାହ କରାଯିବ। 

ସରବଜିତ ସିଂଙ୍କ ଭଉଣୀ ବିବି ଦଲବୀର କୌର ଜୁନ୍ ୨୬ ତାରିଖରେ ଅମୃତସରର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ। ଆସ୍ତମା ରୋଗରେ ପୀଡିତ ଦଲବୀର କୌରଙ୍କ ମୃତ୍ୟୁ ପରେ ସୁଖପ୍ରୀତ କୌରଙ୍କ ଦେହାନ୍ତ, ପରିବାର ଲୋକଙ୍କୁ ଶୋକ ସାଗରରେ ଭଷାଇ ଦେଇଛି। 

Read More
{}{}