Hindi News >>Home >>Odisha National-International

Vladimir Putins New Law: ବିଦେଶୀ ଶବ୍ଦ ଉପରେ ପ୍ରତିବନ୍ଧକ ଲଗାଇଲା ଋଷିଆ, ଜାଣନ୍ତୁ କାରଣ

 Russian Law on Foreign Words:  ରିପୋର୍ଟ ମାଧ୍ୟମରେ କୁହାଯାଇଛି ଯେ, ଏହି ନିର୍ଦ୍ଦେଶ ଆସିବା ପରେ ସରକାରୀ ଆୟୋଗ ଏପରି ପ୍ରକାଶନ ପାଇଁ ଆବଶ୍ୟକତା ପ୍ରଦାନ କରୁଥିବା ଏକ ତାଲିକା ସଂକଳନ ଏବଂ ଅନୁମୋଦନ କରିବା ପାଇଁ ଏକ ପ୍ରକ୍ରିୟା ଆରମ୍ଭ କରିବ। ଏହା ସହିତ ଅଭିଧାନ ମଧ୍ୟ କ୍ୟାବିନେଟ୍ ଦ୍ୱାରା ଅନୁମୋଦନ ହେବ।

Advertisement
Vladimir Putins New Law: ବିଦେଶୀ ଶବ୍ଦ ଉପରେ ପ୍ରତିବନ୍ଧକ ଲଗାଇଲା ଋଷିଆ, ଜାଣନ୍ତୁ କାରଣ
Stop
Zee Odisha Desk|Updated: Mar 01, 2023, 05:28 PM IST

Russia Bans Foreign Words: ଦେଶର ସରକାରୀ ଅଧିକାରୀଙ୍କ ପାଇଁ ଏକ ନୂଆ ଆଦେଶ ଜାରି କରିଛନ୍ତି ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଋଷୀୟ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ସରକାରୀ କାର୍ଯ୍ୟ ସମୟରେ ଅଧିକାରୀଙ୍କୁ ବିଦେଶୀ ଶବ୍ଦ ବ୍ୟବହାର ବ୍ୟବହାର କରିବାରୁ ଦୂରେଇ ରହିବାକୁ ପଡିବ। ଭ୍ଲାଦିମିର ପୁତିନଙ୍କ ନୂତନ ନିୟମ ଅନୁଯାୟୀ ଋଷୀୟ ଅଧିକାରୀ ସରକାରୀ କାର୍ଯ୍ୟ ସମୟରେ ଋଷୀୟ ଭାଷା ବ୍ୟବହାର କରିବେ।

ନ୍ୟୁଜ ଏଜେନ୍ସି ରୟଟର୍ସ ରିପୋର୍ଟ ଅନୁଯାୟୀ ସରକାରଙ୍କ ଅଫିସିଆଲ ୱେବସାଇଟ ମାଧ୍ୟମରେ ଦର୍ଶାଯାଇଛି ଯେ ଋଷିଆର ଆଭିମୁଖ୍ୟକୁ ସୁରକ୍ଷା ତଥା ସମର୍ଥନ କରିବା ଏହି ନୂତନ ସଂଶୋଧନର ଉଦ୍ଦେଶ୍ୟ। ଏହା ସହିତ କୁହାଯାଇଛି ଯେ ଋଷିଆର ସରକାରୀ ଭାଷା ଭାବରେ ଋଷୀୟ ଭାଷାକୁ ବ୍ୟବହାର କରିବା ବେଳେ ସେହି ଶବ୍ଦ ଏବଂ ଅଭିବ୍ୟକ୍ତି ବ୍ୟବହାର କରିବାକୁ ଅନୁମତି ନାହିଁ ଯାହା ଆଧୁନିକ ଋଷିଆର ଆଦର୍ଶ ସହିତ ମେଳ ଖାଉନାହିଁ। ତଥାପି, କିଛି ବ୍ୟତିକ୍ରମ ଶବ୍ଦକୁ ଛାଡ କରାଯିବ।

ରିପୋର୍ଟ ମାଧ୍ୟମରେ କୁହାଯାଇଛି ଯେ,  ଏହି ନିର୍ଦ୍ଦେଶ ଆସିବା ପରେ ସରକାରୀ ଆୟୋଗ ଏପରି ପ୍ରକାଶନ ପାଇଁ ଆବଶ୍ୟକତା ପ୍ରଦାନ କରୁଥିବା ଏକ ତାଲିକା ସଂକଳନ ଏବଂ ଅନୁମୋଦନ କରିବା ପାଇଁ ଏକ ପ୍ରକ୍ରିୟା ଆରମ୍ଭ କରିବ। ଏହା ସହିତ ଅଭିଧାନ ମଧ୍ୟ କ୍ୟାବିନେଟ୍ ଦ୍ୱାରା ଅନୁମୋଦନ ହେବ।

ଏହି ନତନ ନିୟମ ପୂର୍ବରୁ ଅଧିକାରୀଙ୍କୁ ଅଶ୍ଳୀଳତା ସମେତ ଆଧୁନିକ ସାହିତ୍ୟିକ ଋଷୀୟ ଭାଷାର ଆଦର୍ଶ ସହିତ ମେଳ ଖାଉ ନ ଥିବା ଶବ୍ଦ ଏବଂ ବାକ୍ୟାଂଶ ବ୍ୟବହାର କରିବାକୁ ମଧ୍ୟ ବାରଣ କରାଯାଇଥିଲା। ତଥାପି ନୂତନ ନିୟମରେ ବ୍ୟକ୍ତିବିଶେଷଙ୍କ ପାଇଁ ଜରିମାନା ଅନ୍ତର୍ଭୂକ୍ତ ନୁହେଁ। ଯେଉଁମାନେ ଅପଡେଟ୍ ଆଇନ୍ ପାଳନ କରିବାରେ ବିଫଳ ହେବେ। ଏନେଇ ମିଳିଥିବା ଖବର ଅନୁସାରେ ବିଦେଶୀ ଶବ୍ଦର ଏକ ପୃଥକ ତାଲିକା ପ୍ରକାଶ ପାଇବ। ଯାହା ଏ ପର୍ଯ୍ୟନ୍ତ ବ୍ୟବହୃତ ହୋଇସାରିଛି। ଏହି ଶବ୍ଦର ତାଲିକା ଅଭିଧାନ ଏବଂ ଅନୁସରଣ କରାଯାଉଥିବା ପୁସ୍ତକରେ ପ୍ରକାଶିତ ହେବ।

 

Read More
{}{}