Hindi News >>Home >>Odisha National-International

Russia Ukraine war: ବର୍ବରତାର ସୀମା ଟପିଲା ଋଷ! ଦୁଷ୍କର୍ମ ପାଇଁ ସୈନ୍ୟଙ୍କୁ ଉସୁକାଉଛି, Viagra ଦେଇ ୟୁକ୍ରେନ ପଠାଉଛି


Russia Ukraine war: ଜାତିସଙ୍ଘର ଜଣେ ଅଧିକାରୀଙ୍କ କହିଛନ୍ତି ଯେ, ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ଋଷ ଏକ ନୂଆ ମିଲିଟାରୀ ଷ୍ଟ୍ରାଟେଜି ତିଆରି କରିଛି। ଋଷ ତାର ସୈନିକମାନଙ୍କୁ Viagra ଦେଇ ଯୁଦ୍ଧ କ୍ଷେତ୍ରକୁ ପଠାଉଛି। ସୈନିକମାନଙ୍କୁ ୟୁକ୍ରେନ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଉସୁକା ଯାଉଛି।

Advertisement
Russia Ukraine war: ବର୍ବରତାର ସୀମା ଟପିଲା ଋଷ! ଦୁଷ୍କର୍ମ ପାଇଁ ସୈନ୍ୟଙ୍କୁ ଉସୁକାଉଛି, Viagra ଦେଇ ୟୁକ୍ରେନ ପଠାଉଛି
Stop
Zee Odisha Desk|Updated: Oct 16, 2022, 03:52 PM IST

Russia Ukraine War: ପ୍ରାୟ ଆଠ ମାସ ହେଲା ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଏହି ସମୟ ମଧ୍ୟରେ ୟୁକ୍ରେନବାସୀ ବହୁ ଭୟାବହ ଦୃଶ୍ୟ ଦେଖିଛନ୍ତି। ଋଷର ମିଶାଇଲ ମାଡରେ ସହର ଗୁଡିକ ଧ୍ୱଂସ ହୋଇଯାଇଛି। ହଜାର ହଜାର ଲୋକଙ୍କ ଜୀବନ ଯାଇଛି। ଯୁଦ୍ଧରେ କେବଳ ଋଷ ଓ ୟୁକ୍ରେନ ନୁହଁ କ୍ଷତିଗ୍ରସ୍ତ ହୋଇନାହାନ୍ତି, ବିଶ୍ୱ ସମୁଦାୟ ଉପରେ ମଧ୍ୟ ଏହାର କୁପ୍ରଭାବ ପଡିଛି। ୟୁକ୍ରେନରେ ଋଷ ସୈନିକମାନେ ମହିଳାଙ୍କୁ ଟାର୍ଗେଟ କରୁଛନ୍ତି। ସେମାନେ ୟୁକ୍ରେନକୁ ଦଖଲ କରିବା ବେଳେ ଋଷ ସେନାମାନେ ବର୍ବରତ୍ତାର ସବୁ ସୀମା ପାର କରୁଛନ୍ତି। ସେମାନେ ବନ୍ଧୁକ ମୁନରେ ମହିଳାଙ୍କ ସହ ଦୁଷ୍କର୍ମ କରୁଥିବା ଜାତିସଂଘ ପକ୍ଷରୁ କୁହାଯାଇଛି।

ଜାତିସଙ୍ଘର ଜଣେ ଅଧିକାରୀଙ୍କ କହିଛନ୍ତି ଯେ, ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ଋଷ ଏକ ନୂଆ ମିଲିଟାରୀ ଷ୍ଟ୍ରାଟେଜି ତିଆରି କରିଛି। ଋଷ ତାର ସୈନିକମାନଙ୍କୁ Viagra ଦେଇ ଯୁଦ୍ଧ କ୍ଷେତ୍ରକୁ ପଠାଉଛି। ସୈନିକମାନଙ୍କୁ ୟୁକ୍ରେନ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଉସୁକା ଯାଉଛି। ଜାତିସଙ୍ଘର ସ୍ୱତନ୍ତ୍ର ପ୍ରତିନିଧି Pramila Patten କହିଛନ୍ତି, "ଯେତେବେଳେ ଜଣେ ମହିଳା କହୁଛନ୍ତି ଯେ, ଋଷ ସୈନିକମାନଙ୍କ ନିକଟରେ ଭାଇଗ୍ରା ଅଛି, ସେତେବେଳେ ଏହା ସ୍ପଷ୍ଟ ହେଉଛି ଯେ, ଋଷ ତାର ସୈନ୍ୟ ରଣନୀତି ପ୍ରସ୍ତୁତ କରିଛି।"

Also Read: Contractual System Abolished: ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି, ବାଦ୍ ପଡ଼ିଲେ ୧୩ ହଜାର କର୍ମଚାରୀ

Pramila Patten ପୁଣି କହିଛନ୍ତି ଯେ, ୟୁକ୍ରେନରେ ଋଷର ଆକ୍ରମଣ ପରଠାରୁ ଜାତିସଂଘ ସାମନାରେ ଶତାଧିକ ଦୁଷ୍କର୍ମ ଓ ଯୌନ ନିର୍ଯାତନା ମାମଲା ଆସିଛି। କେବଳ ମହିଳା ଓ ନବାଳିକା ନୁହଁ, ପୁରୁଷ ଓ ବାଳକ ବି ଏହାର ଶିକାର ହୋଇଛନ୍ତି। ଏହା ପୂର୍ବରୁ ୟୁକ୍ରେନ ଅଭିଯୋଗ କରିଥିଲା ଯେ, ଋଷ ସୈନିକମାନେ ଯୁଦ୍ଧ ଅପରାଧ କରୁଛନ୍ତି। ସେମାନେ ସାଧାରଣ ନାଗରିକଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେଉଛନ୍ତି, ଦୁଷ୍କର୍ମ କରୁଛନ୍ତି ଓ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ରହୁଛନ୍ତି ବୋଲି ୟୁକ୍ରେନ ଅଭିଯୋଗ କରିଥିଲା। ଏହାପରେ ଜାତିସଙ୍ଘର Independent International Commission of Inquiry ଏହାର ତଦନ୍ତ କରିଥିଲା।

Commission ତାର ତଦନ୍ତ ବେଳେ ଜାଣିବାକୁ ପାଇଛି ଯେ, ଯୁଦ୍ଧ ଆରମ୍ଭ ଠାରୁ ୟୁକ୍ରେନରେ ଚାରି ରୁ ୮୨ ବର୍ଷ ବୟସର ମହିଳାମାନେ ଦୁଷ୍କର୍ମ ଓ ଯୌନହିଂସାର ଶିକାର ହୋଇଛନ୍ତି। Pramila Patten କହିଛନ୍ତି ଯେ, ଯୁଦ୍ଧରେ କେତେ ଜଣ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି ତାହାର ପ୍ରକୃତ ସଂଖ୍ୟା ଜଣାପଡିନପାରେ। କିନ୍ତୁ ସଂଖ୍ୟା କୌଣସି ମାଇନା ରଖେନାହିଁ କାରଣ ଯୌନ ହିଂସା ହେଉଛି ଏକ ସାଇଲେଣ୍ଟ କ୍ରାଇମ ବା ନୀରବ ଅପରାଧ। ସେପଟେ ୟୁକ୍ରେନ ଓ ଜାତିସଙ୍ଘର ଅଭିଯୋଗକୁ ଋଷ ଖଣ୍ଡନ କରିଛି। ପୁଟିନ ସରକାର କହିଛି ଯେ, ଋଷ କେବଳ ନିଜ ଅଞ୍ଚଳ ଦଖଲ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି।

 

 

 

 

 

 

 

 

 

Read More
{}{}