Hindi News >>Home >>Odisha National-International

Russia Ukraine War: ଋଷିଆକୁ ଲାଗିଲା ଜୋରଦାର ଝଟକା, ୮୦୦ ସୈନ୍ୟଙ୍କୁ ହତ୍ୟା କରିଥିବା ନେଇ ଦାବି କଲା ୟୁକ୍ରେନ

Ukraine Advance Against Russia:  ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବର୍ଷେ ପୂରଣ ହେବାକୁ ଯାଉଛି। ଯୁଦ୍ଧରେ ୮୦୦ ଋଷୀୟ ସୈନିକ ପ୍ରାଣ ହରାଇବା ସହ ଗୋଟିଏ ବିମାନ, ହେଲିକପ୍ଟର ଏବଂ ତିନୋଟି ଟ୍ୟାଙ୍କ ନଷ୍ଟ ହୋଇ ଯାଇଥିବା  ନେଇ ଦାବି କରିଛି ୟୁକ୍ରେନ।   

Advertisement
Russia Ukraine War: ଋଷିଆକୁ ଲାଗିଲା ଜୋରଦାର ଝଟକା, ୮୦୦  ସୈନ୍ୟଙ୍କୁ ହତ୍ୟା କରିଥିବା ନେଇ ଦାବି କଲା ୟୁକ୍ରେନ
Stop
Zee Odisha Desk|Updated: Jan 05, 2023, 09:06 PM IST

Ukraine Claims it Killed 800 Russian Soldiers: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବର୍ଷେ ପୂରଣ ହେବାକୁ ଯାଉଛି। ଗତ ବର୍ଷ ଫେବୃଆରୀ ମାସରେ ଆରମ୍ଭ ହୋଇଥିଲା ଏହି ଯୁଦ୍ଧ। ଋଷିଆ ବିରୋଧରେ ଚାଲିଥିବା ଯୁଦ୍ଧ ବେଳେ ୟୁକ୍ରେନ ସୈନ୍ୟବାହିନୀ ଗୁରୁବାର ଏକ ବଡ଼ ଦାବି କରିଛି। ଏନେଇ ୟୁକ୍ରେନ ପକ୍ଷରୁ କୁହାଯାଇଛି ଡୋନେସ୍କ ଅଞ୍ଚଳରେ ଚାଲିଥିବା ଯୁଦ୍ଧରେ ପ୍ରାୟ ୮୦୦ ଋଷୀୟ ସୈନିକ ପ୍ରାଣ ହରାଇଛନ୍ତି। ୟୁକ୍ରେନ ସେନା କହିଛି ଋଷୀୟ ସେନ୍ୟବାହନୀ ବାକମୁଟ୍ ସେକ୍ଟର ଠାରେ ଆକ୍ରମଣ କରିବା ଉପରେ ଧ୍ୟାନ ଦେଇଥିଲେ। ଅଭିଡିଭକା ଏବଂ କୁପିଆନସ୍କ ସେକ୍ଟର ଠାରେ ଋଷିଆ ଦ୍ୱାରା କରାଯାଇଥିବା ଆକ୍ରମଣ ବିଫଳ ହୋଇଛି।

ଯୁଦ୍ଧରେ ୮୦୦ ଋଷୀୟ ସୈନିକ ପ୍ରାଣ ହରାଇବା ସହ ଗୋଟିଏ ବିମାନ, ହେଲିକପ୍ଟର ଏବଂ ତିନୋଟି ଟ୍ୟାଙ୍କ ନଷ୍ଟ ହୋଇ ଯାଇଥିବା  ନେଇ ଦାବି କରିଛି ୟୁକ୍ରେନ। ଋଷିଆ ପକ୍ଷରୁ ହୋଇଥିବା ବାୟୁ, କ୍ଷେପଣାସ୍ତ୍ର ଏବଂ ରକେଟ୍ ଆକ୍ରମଣରେ କେତେ ସଂଖ୍ୟକ ଲୋକ ପ୍ରାଣ ହରାଇଛନ୍ତି ସେନେଇ ୟୁକ୍ରେନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଋଷିଆ ପକ୍ଷରୁ କରାଯାଇଥିବା ଏହି ଆକ୍ରମଣ ବାକମୁଟ୍ ସହ ଡୋନେସ୍କ ଅଞ୍ଚଳର କୋଷ୍ଟିଆଣ୍ଟିନିଭିକା ଏବ କୁରାଖୋଭ ଠାରେ କରାଯାଇଥିଲା। ଅନ୍ୟପଟେ ୟୁକ୍ରେନର କୌଣସି ଅଞ୍ଚଳର ଜନବସତିକୁ ଟାର୍ଗେଟ କରି ସ୍ୱତନ୍ତ୍ର ସାମରିକ ଅପରେସନ୍ କାର୍ଯ୍ୟକାରୀ କରାଯାଇନାହିଁ ବୋଲି ଋଷିଆ ସ୍ପଷ୍ଟ କହିଛି। 

ନିକଟରେ ଭିଡିଓ ସମ୍ବୋଧନ ମାଧ୍ୟମରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ୟୁକ୍ରେନ ଏହାର ପ୍ରତିଦ୍ୱନ୍ଦ୍ୱିଙ୍କୁ ଜବରଦସ୍ତ ଜବାବ ଦେଇଛି। ଯୁଦ୍ଧରେ ଶତ୍ରୁ ପକ୍ଷ ପ୍ରବଳ କ୍ଷତି ସହିଛି।  ଯୁଦ୍ଧରେ ଋଷିଆ ୟୁକ୍ରେନର ଯେଉଁ ଅଞ୍ଚଳ ଦଖଲ କରିଥିଲା ସେଠାରେ ନିଜର ସୈନ୍ୟବାହିନୀ ଗଠନ କରୁଥିଲା ବୋଲି ଏକ ଚମକାଇବା ଭଳି ବୟାନ ଦେଇଛନ୍ତି ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି। 

ଋଷିଆ ଅଧିକୃତ ଜାପୋରିଜିଆ ଅଞ୍ଚଳର ଗଭର୍ଣ୍ଣର ୟେଗେନି ବାଲିଟସ୍କି କହିଛନ୍ତି ଯେ ୟୁକ୍ରେନ ତୋପମାଡରେ ୫ ଜଣଙ୍କ ମୃତ୍ୟୁ ହେବା ସହ ୧୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ ଜଣ ଜରୁରୀକାଳୀନ ସେବା କର୍ମଚାରୀ ରହିଛନ୍ତି। 
ୟୁକ୍ରେନ କହିଛି ଯେ ଡୋନେସ୍କ ଅଞ୍ଚଳର ଏକ ସ୍କୁଲ ଉପରେ ହୋଇଥିବା ଆକ୍ରମଣରେ ଶହ ଶହ ଋଷୀୟ ସୈନିକଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ଋଷିଆ ପକ୍ଷରୁ କୁହାଯାଇଛି ଯେ ସଦ୍ୟ ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣରେ ଏହାର ୮୯ ଜଣ କର୍ମାଚାରୀଙ୍କ ମୃତ୍ୟୁ ଘଟିଛି। କ୍ଷେପଣାସ୍ତ୍ର ଆକ୍ରମଣରେ ୬୩  ଜଣ ଲୋକ ପ୍ରାଣ ହରାଇଥିବା ନେଇ ପ୍ରଥମେ କୁହାଯାଉଥିଲା। ହେଲେ ପରେ ମୃତକଙ୍କ ସଂଖ୍ୟ ବୃଦ୍ଧି ହୋଇଥିଲା।   

ଗୁରୁବାର ଋଷୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ ୟୁକ୍ରେନ ସେନା ଆକ୍ରମଣରେ ୮୦୦ ଋଷୀୟ ସୈନିକ ପ୍ରାଣ ହରାଇଛନ୍ତି। ଅନ୍ୟପଟେ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ସେମାନେ ୮୦୦ ଋଷୀୟ ସୈନ୍ୟଙ୍କୁ ହତ୍ୟା କରିବା ସହ ଗୋଟିଏ ଯୁଦ୍ଧ ବିମାନ, ଅନ୍ୟ ଗୋଟିଏ ହେଲିକପ୍ଟର ଏବଂ ତିନୋଟି ଟ୍ୟାଙ୍କ ନଷ୍ଟ ଧ୍ୱଂସ କରି ଦେଇଛନ୍ତି। 

ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଋଷୀୟ ସୈନ୍ୟବାହିନୀ ଯୁଦ୍ଧ ପ୍ରଭାବିତ ଅଞ୍ଚଳର ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଛି। ଏହା ସହିତ ଋଷିଆ ପକ୍ଷରୁ ନିକ୍ଷେପ କରାଯାଇଥିବା ଅନେକ କ୍ଷେପଣାସ୍ତ୍ରକୁ ନଷ୍ଟ କରିଦେଇଛି। ହେଲେ ଋଷିଆ ୟୁକ୍ରେନ ପକ୍ଷରୁ କରାଯାଉଥିବା ଏଭଳି ଦାବିକୁ ପ୍ରତ୍ୟାଖ୍ୟାନ କରିଛି। ଏନେଇ ଋଷିଆ ପକ୍ଷରୁ କୁହାଯାଇଛି ଯୁଦ୍ଧରେ କୌଣସି ସାଧାରଣ ୟୁକ୍ରେନ ନାଗରିକଙ୍କୁ ଟାର୍ଗେଟ କରା ଯାଇନାହିଁ।

 

Read More
{}{}