Hindi News >>Home >>Odisha National-International

Indian Embassy: ପୁଣି ସତର୍କତା ଜାରି କଲା ଭାରତୀୟ ଦୂତାବାସ, କହିଲା...

Indian Embassy Advisory:  ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ଚଳିତ ମାସରେ ତୃତୀୟ ଥର ପାଇଁ ଭାରତୀୟ ନାଗରିକଙ୍କ ଲାଗି ଚେତାବନୀ ଜାରି କରିଛି ଭାରତୀୟ ଦୂତବାସ। 

Advertisement
Indian Embassy: ପୁଣି ସତର୍କତା ଜାରି କଲା ଭାରତୀୟ ଦୂତାବାସ, କହିଲା...
Stop
Subhramjit Ray|Updated: Oct 25, 2022, 11:38 PM IST

Russia Ukraine War: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ପ୍ରବାସୀ ଭାରତୀୟଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡ଼ିଛି ଭାରତୀୟ ଦୂତାବାସ। ୟୁକ୍ରେନରେ ବିଗୁଡିଥିବା ପରିସ୍ଥିତକୁ ନଜରରେ ରଖି ଭାରତୀୟ ଦୂତାବାସ କ୍ରମାଗତ ଭାବରେ ଭାରତୀୟ ନାଗରିକଙ୍କ ପାଇଁ ସତର୍କତା ଜାରି କରିବାରେ ଲାଗିଛି। ହେଲେ ବର୍ତ୍ତମାନ ତୁରନ୍ତ ୟୁକ୍ରେନ ଛାଡିବା ଲାଗି ଭାରତୀୟଙ୍କୁ ପରାମର୍ଶ ଦେଇଛି ଦୂତାବାସ। ଅକ୍ଟୋବର ୨୫ ତାରିଖ ମଙ୍ଗଳବାର ଭାରତୀୟ ନାଗରିକଙ୍କ ଉଦ୍ଦେଶ୍ୟରେ ପୁନର୍ବାର ଚେତାବନୀ ଜାରି କରିଛି ଭାରତୀୟ ଦୂତାବାସ। ଯେଉଁଥିରେ ତୁରନ୍ତ ୟୁକ୍ରେନ ଛାଡିବାକୁ ଭାରତୀୟ ପରାମର୍ଶ ଦେଇଛି ଦୂତାବାସ। ଏନେଇ ଭାରତୀୟ ଦୂତାବାସ ପକ୍ଷରୁ  କୁହାଯାଇଛି ଯେ  ଗତ  ୧୯ ତାରିଖରେ ଜାରି ହୋଇଥିବା ପୂର୍ବ ପରାମର୍ଶ ମୁତାବକ କିଛି ଭାରତୀୟ ୟୁକ୍ରେନ ଛାଡି ସାରିଛନ୍ତି।

ସଦ୍ୟ ୟୁକ୍ରେନ ରାଜଧାନୀ କୀଭସ୍ଥିତ (Ukraine Capital Kiev) ଭାରତୀୟ ଦୂତାବାସ ଏକ ବିବୃତ୍ତି ଜାରିକରିଛି। ଯେଉଁଥିରେ କୁହାଯାଇଛି ୧୯  ଅକ୍ଟୋବରରେ ଜାରି କରାଯାଇଥିବା ପରାମର୍ଶକୁ ଦୋହରା ଯାଇଛି। ବର୍ତ୍ତମାନ ୟୁକ୍ରେନରେ ମହଜୁଦ ରହିଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ଉପଲବ୍ଧ ଉପାୟରେ ତୁରନ୍ତ ୟୁକ୍ରେନ ଛାଡିବାକୁ ପରାମର୍ଶ ଦିଆଯାଇଛି। ପୂର୍ବ ପରାମର୍ଶ ଆଧାରରେ କିଛି ଭାରତୀୟ ନାଗରିକ ୟୁକ୍ରେନ ଛାଡି ସାରିଛନ୍ତି।

ଭାରତୀୟ ଦୂତାବାସ (Embassy of India in Ukraine) ପକ୍ଷରୁ କିଛି ନମ୍ବର ମଧ୍ୟ ବଣ୍ଟାଯାଇଛି। ଯେଉଁଠାରେ ସୀମା ଅତିକ୍ରମ କରୁଥିବା ଭାରତୀୟ ନାଗରିକ କୌଣସି ପ୍ରକାର ସହାୟତା ପାଇଁ ଯୋଗାଯୋଗ କରିପାରିବେ। ଗତ ୧୯ ଅକ୍ଟୋବରେ ଜାରି ହୋଇଥିବା ପରାମର୍ଶ ଅନୁସାରେ ଭାରତୀୟଙ୍କୁ ୟୁକ୍ରେନ ଛାଡିବାକୁ କିମ୍ବା ନିରାପତ୍ତା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶ ମଧ୍ୟରେ ଯାତ୍ରା ନ କରିବାକୁ ଚେତାବନୀ ଦିଆ ଯାଇଥିଲା। 

Also Read: Russia Ukraine War: ପୁଣି ଭାରତୀୟଙ୍କ ପାଇଁ ଚେତାବନୀ ଜାରି କଲା ଭାରତୀୟ ଦୂତାବାସ

ଭାରତୀୟ ନାଗରିକଙ୍କୁ ଯଥାଶୀଘ୍ର ୟୁକ୍ରେନ ଛାଡିବାକୁ ନିବେଦନ କରିଥିଲା ଦୂତାବାସ। ଏନେଇ ଦୂତାବାସ ପକ୍ଷରୁ କୁହାଯାଇଥିଲା ଯେ ୟୁକ୍ରେନରେ ଚାଲିଥିବା ବିବାଦକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକଙ୍କୁ ୟୁକ୍ରେନ ମଧ୍ୟରେ ଅନାବଶ୍ୟକ ଭ୍ରମଣ କରିବାରୁ ଦୂରେଇ ରହିବାକୁ କୁହାଯାଉଛି। 

ବୁଧବାର ଜାରି ହୋଇଥିବା ଚେତାବନୀରେ କୁହାଯାଇଛି ଭାରତୀୟ ନାଗରିକ ୟୁକ୍ରେନ ସରକାର ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ସୁରକ୍ଷା ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରନ୍ତୁ। ୟୁକ୍ରେନର ଅନ୍ୟାନ୍ୟ ସ୍ଥାନରେ ବିସ୍ଫୋରଣ ଘଟିଥିବାର ଖବର ମିଳିଛି। ଭାରତୀୟ ଯଥାଶୀଘ୍ର ୟୁକ୍ରେନ ଛାଡନ୍ତୁ। ୟୁକ୍ରେନ ମଧ୍ୟରେ ଅନାବଶ୍ୟକ ଭ୍ରମଣ କରିବାରୁ ଦୂରେଇ ରୁହନ୍ତୁ। ଏଭଳି ଚେତାବନୀ ୟୁକ୍ରେନ ଠାରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ ଜାରି କରିଥିଲା ଭାରତୀୟ ଦୂତାବାସ।

ଏହା ପୂର୍ବରୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ ୟୁକ୍ରେନରେ ବିବାଦ ବଢିବାରୁ ଆମେ ଗଭୀର ଭାବେ ଚିନ୍ତିତ। ଯେଉଁଥିରେ ଭିତ୍ତିଭୂମି ତଥା ସାଧାରଣ ନାଗରିକଙ୍କ ମୃତ୍ୟୁ ଲକ୍ଷ୍ୟ ରହିଛି। ଆମେ ଦୋହରାଉଛୁ ଯେ ଶତ୍ରୁତା ବୃଦ୍ଧି କରିବା କାହାର ସ୍ୱାର୍ଥରେ ନୁହେଁ।

Alos Read: Russia Ukraine War: ମିସାଇଲ ଆକ୍ରମଣ ପରେ ଭାରତ ସରକାର ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ପୂ୍ର୍ବରୁ ଋଷିଆ ପକ୍ଷରୁ କରାଯାଇଥିବା କ୍ଷେପଣାସ୍ତ୍ର ଆକ୍ରମଣ ପରେ ୟୁକ୍ରେନ ରାଜଧାନୀ କୀଭସ୍ଥିତ ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କ ଲାଗି ଚେତାବନୀ ଜାରି କରିସାରିଛି। ଅନ୍ୟାବଶ୍ୟକ ୟୁକ୍ରେନ ଯାତ୍ରା କରିବାରୁ ଦୂରେଇ ରହିବା ପାଇଁ ଦୂତାବାସ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦେଇଛି। ୟୁକ୍ରେନ ଠାରେ ଉପସ୍ଥିତ ଥିବା ଭାରତୀୟଙ୍କୁ ସେମାନଙ୍କ ଉପସ୍ଥିତି ବାରେ ଅବଗତ କରିବାକୁ ଅନୁରୋଧ କରିଛି ଦୂତାବାସ। ଯାହା ଦ୍ୱାରା ଆବଶ୍ୟକ ହେଲେ ସେମାନଙ୍କ ସହ ଯୋଗାଯୋଗ କରାଯାଇ ପାରିବ। ଏହା ସହିତ ଭାରତୀୟ ନାଗରିକଙ୍କୁ ୟୁକ୍ରେନ ସରକାର ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ସୁରକ୍ଷା ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ କୁହାଯାଇଛି।

 

 

 

{}{}