Hindi News >>Home >>Odisha National-International

ତୃତୀୟ ବିଶ୍ୱଯୁଦ୍ଧର ବିଗୁଲ ବଜାଇଲା କି ଋଷ

ଋଷ ୟୁକ୍ରେନର ୧୮ ପ୍ରତିଶତ ସ୍ଥାନକୁ ଅକ୍ତିଆର କରିସାରିଲାଣି। ଏନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦ୍ୱାରା ଗତ ସେପ୍ଟେମ୍ବର ୩୦ ତାରିଖରେ ବିଦ୍ଧିବଦ୍ଧ ଭାବେ ଘୋଷଣା କରିଥିଲେ।

Advertisement
ତୃତୀୟ ବିଶ୍ୱଯୁଦ୍ଧର ବିଗୁଲ ବଜାଇଲା କି ଋଷ
Stop
Prabhudatta Moharana|Updated: Oct 13, 2022, 05:27 PM IST

ନୂଆଦିଲ୍ଲୀ: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ବିଗତ ୭ ମାସ ଧରି ଯୁଦ୍ଧ ଜାରି ରହିଛି। କ୍ରିମିଆକୁ (crimea) ସଂଯୋଗ କରୁଥିବା ବ୍ରିଜ ଉପରେ ଆକ୍ରମଣ ହେବା ପରେ ଋଷ ରଣନୀତିରେ ପରିବର୍ତ୍ତନ କରିଛି। ୟୁକ୍ରେନ (Ukraine) ଉପରେ ଘନଘନ ଆକ୍ରମଣ କରୁଛି ଋଷ। ସେପଟେ ଋଷର (Russia) ଏହି ଆକ୍ରମଣର ଜବାବ ୟୁକ୍ରେନ (Ukraine) ଦେଇଛି। ଏହାରି ମଧ୍ୟରେ ଋଷିଆନ (Russia) ସିକ୍ୟୁରିଟି କାଉନସିଲର (Security Council) ଜଣେ ବରିଷ୍ଠ ଅଧିକାରୀ ବୟାନ ଦେଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ସେ କହିଛନ୍ତି କି ଯଦି ୟୁକ୍ରେନ ଆମେରିକା ନେତୃତ୍ୱାଧିନ ନାଟୋ ମିଲିଟାରୀ ଆଲାଏନ୍ସର ଅଂଶବିଶେଷ ହେଉଛି ତେବେ ତୃତୀୟ ବିଶ୍ୱଯୁଦ୍ଧ ହେବା ଏକ ପ୍ରକାର ନିଶ୍ଚିତ। ଋଷର ଏହି ଚେତାବନୀ ସାମ୍ନାକୁ ଆସିବା ପରେ ସମଗ୍ର ବିଶ୍ୱରେ ଏକ ପ୍ରକାର ହଇଚଇ ପରିସ୍ଥିତି ସୃଷ୍ଟି ହୋଇଛି। 

ଋଷ ୟୁକ୍ରେନର ୧୮ ପ୍ରତିଶତ ସ୍ଥାନକୁ ଅକ୍ତିଆର କରିସାରିଲାଣି। ଏନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦ୍ୱାରା ଗତ ସେପ୍ଟେମ୍ବର ୩୦ ତାରିଖରେ ବିଦ୍ଧିବଦ୍ଧ ଭାବେ ଘୋଷଣା କରିଥିଲେ। ଏହାର କିଛି ସମୟରେ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ନାଟୋ ପ୍ରାଥମିକ ସଦସ୍ୟତା ଉପରେ ଆଲୋଚନା କରିଥିଲେ। ଯଦିଓ ୟୁକ୍ରେନକୁ ବର୍ତ୍ତମାନ ସୁଦ୍ଧା ମଧ୍ୟ ନାଟୋର ସଦସ୍ୟତା ମିଳିନାହିଁ। ଏବଂ ଏଥିପାଇଁ ଆହୁରି ୩୦ଟି ରାଷ୍ଟ୍ରର ଅନୁମୋଦନ ମିଳିବାକୁ ବାକି ରହିଛି। ସେପଟେ ଋଷର ସୁରକ୍ଷା ପରିଷଦର ଉପ ସହିବ ଆଲେକଜାଣ୍ଡାର ଭେନେଡିକ୍ଟୋଭଙ୍କ ତରଫରୁ ଟାସ କହିଛି ଯେ ନାଟୋରେ ୟୁକ୍ରେନ ସାମିଲ ହେଲେ ଏହା ତୃତୀୟ ବିଶ୍ୱଯୁଦ୍ଧକୁ ନିମନ୍ତ୍ରଣ ଦେବା ସୁନିଶ୍ଚିତ। 

ସେ ଆହୁରି ମଧ୍ୟ କହିଛନ୍ତି କି ଆମକୁ ମନେ ରଖିବାକୁ ହେବ କି ପରମାଣୁ ଯୁଦ୍ଧ ସମଗ୍ର ବିଶ୍ୱକୁ ପ୍ରଭାବିତ କରିବ। କେବଳ ଋଷ ନୁହେଁ, ସାମୁହିକ ପଶ୍ଚିମ ରାଷ୍ଟ୍ର, ଏପରିକି ପୃଥିବୀ ପୃଷ୍ଠରେ ରହିଥିବା ସମସ୍ତ ଦେଶ ଉରେ ଏହାର ପ୍ରଭାବ ପଡ଼ିବ ବୋଲି ସେ ସୂଚନା ଦେଇଥିଲେ। ପରମାଣୁ ଯୁଦ୍ଧ ସମସ୍ତ ମାନବ ଜାତି ପାଇଁ ବିନାଶକାରୀ ହେବ ବୋଲି ସେ ସୂଚନା ଦେଇ କହିଛନ୍ତି। ଭେନେଡିକ୍ଟୋଭ ବର୍ତ୍ତମାନ ଋଷର ସୁରକ୍ଷା ପରିଷଦର ସଚିବ ପଦରେ ରହିଛନ୍ତି। କେବଳ ଏତିକି ନୁହେଁ ପୁତିନଙ୍କର ଝଣେ ଶକ୍ତିଶାଳୀ ସହଯୋଗୀ ଭାବେ ମଧ୍ୟ ଗଣା ହୁଅନ୍ତି। ନିକୋଲାବ ପନ୍ନୁଶେବ କହିଛନ୍ତି କି ତାଙ୍କୁ ହୃଦବୋଧ ହେଉଛି ୟୁକ୍ରେନର ଆବେଦନ ଏକ ଗୁଜବ ଥିଲା। କାରଣ ପଶ୍ଚିମି ରାଷ୍ଟ୍ର ଗୁଡ଼ିକ ପରମାଣୁ ଆକ୍ରମଣର ପରିଣାମ ସମ୍ପର୍କରେ ବେଶ ଭଲ ଭାବେ ଅବଗତ ରହିଛନ୍ତି। 

ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନାଟୋର ପୂର୍ବ ଦିଗରେ ବିସ୍ତାର କରିବା ପାଇଁ ବିଶେଷ କରି ୟୁକ୍ରେନ ଏବଂ ଜର୍ଜିଆ ଭଳି ପୂର୍ବତନ ସୋଭିଏତ୍ ଗଣତନ୍ତ୍ର ପାଇଁ ଆମେରିକା ବିରୋଧରେ ବାରମ୍ବାର ଯୁକ୍ତି ରଖି ଆସିଥିଲେ। ସେପ୍ଟେମ୍ବର ୨୧ରେ ପୁଟିନ ପାଶ୍ଚାତ୍ୟ ଦେଶକୁ ଚେତାବନୀ ଦେଇ କହିଥିଲେ ଯେ ସେ ଋଷର ସୁରକ୍ଷା ପାଇଁ ଆଣବିକ ଅସ୍ତ୍ର ବ୍ୟବହାର କରିବାକୁ ପ୍ରସ୍ତୁତ ରହିଛନ୍ତି। ଏହା ସହିତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ୧୯୬୨ ମସିହାର କ୍ୟୁବା କ୍ଷେପଣାସ୍ତ୍ର ସଙ୍କଟ ପରେ ବିଶ୍ୱ ପରମାଣୁ ଆକ୍ରମଣର ସବୁଠାରୁ ବଡ ବିପଦର ସମ୍ମୁଖୀନ ହୋଇଛି। ନାଟୋ ଆସନ୍ତା ସପ୍ତାହରେ 'ଷ୍ଟିଡଫାଷ୍ଟ ନୁନ୍' ନାମକ ବାର୍ଷିକ ଆଣବିକ ପ୍ରସ୍ତୁତି ଅଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ରୁଷ ଏବଂ ଆମେରିକା ବର୍ତ୍ତମାନ ପର୍ଯ୍ୟନ୍ତ ବୃହତ୍ତମ ପରମାଣୁ ଶକ୍ତି। ଦୁନିଆର ପ୍ରାୟ ୯୦ ପ୍ରତିଶତ ପରମାଣୁ ଅସ୍ତ୍ର ଉପରେ ଏହି ଦୁଇ ରାଷ୍ଟ୍ରର ନିୟନ୍ତ୍ରଣ ରହିଛି।

Read More
{}{}