Hindi News >>Home >>Odisha National-International

Russia Ukraine war: ଦୋ ମୁହାଁ ୟୁକ୍ରେନ! ଯୁଦ୍ଧରେ ଭାରତୀୟ ସୈନ୍ୟ ସହାୟତା ସତ୍ତ୍ୱେ ଦୋଷ ଲଦିବାର ବ୍ୟସ୍ତ

ୟୁକ୍ରେନ ଆଉ ଋଷ ମଧ୍ୟରେ ଯେତେବେଳ ଯୁଦ୍ଧ ଆରମ୍ଭ ହୋଇଥିଲା, ୟୁକ୍ରେନ ସାରା ବିଶ୍ବର ଜନତାଙ୍କୁ ଅପିଲ୍‌ କରିଥିଲା ଯେ, ଯଦି କୌଣସି ବ୍ୟକ୍ତି ଯୁଦ୍ଧରେ ରସିଆନ୍‌ ସେନ ବିରୋଧରେ ୟୁକ୍ରେନକୁ ସାହାଯ୍ୟ କରେ, ତେବେ ୟୁକ୍ରେନ ତାକୁ ପଇସା ବା ସାଲାରି ମଧ୍ୟ ଦେବ। ଏଥିପାଇଁ ୟୁକ୍ରେନ International ଲିଜନ୍‌ ଫୋର୍ସ ଆରମ୍ଭ କରିଥିଲା, ଯେଉଁଥିରେ ଯେକ

Advertisement
ସୌ: ସୋସିଆଲ ମିଡିଆ
Stop
Zee Odisha Desk|Updated: Aug 21, 2022, 06:26 PM IST

Russia Ukraine war: ୟୁକ୍ରେନ ଆଉ ଋଷ ମଧ୍ୟରେ ଯେତେବେଳ ଯୁଦ୍ଧ ଆରମ୍ଭ ହୋଇଥିଲା, ୟୁକ୍ରେନ ସାରା ବିଶ୍ବର ଜନତାଙ୍କୁ ଅପିଲ୍‌ କରିଥିଲା ଯେ, ଯଦି କୌଣସି ବ୍ୟକ୍ତି ଯୁଦ୍ଧରେ ରସିଆନ୍‌ ସେନ ବିରୋଧରେ ୟୁକ୍ରେନକୁ ସାହାଯ୍ୟ କରେ, ତେବେ ୟୁକ୍ରେନ ତାକୁ ପଇସା ବା ସାଲାରି ମଧ୍ୟ ଦେବ। ଏଥିପାଇଁ ୟୁକ୍ରେନ International ଲିଜନ୍‌ ଫୋର୍ସ ଆରମ୍ଭ କରିଥିଲା, ଯେଉଁଥିରେ ଯେକୌଣସି ଦେଶର ଲୋକ ସ୍ବେଚ୍ଛାକୃତ ଭାବେ ୟୁକ୍ରେନ ସେନା ସହ ମିଶି ରସିଆନ୍‌ ସେନ ବିରୋଧରେ ଲଢ଼େଇ କରିପାରିବ।

ଏହା ପରେ ଏକ ଅନ୍ତର୍ଜାତୀୟ ମିଡିଆ ପକ୍ଷରୁ ଦାବି କରାଯାଇଥିଲା ଯେ, ଭାରତୀୟ ସୈନ୍ୟ ମଧ୍ୟ ୟୁକ୍ରେନ ତରଫରୁ ଲଢ଼େଇ କରିବା ପାଇଁ ସାମିଲ ହୋଇଛନ୍ତି। ହେଲେ ଭାରତ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ନାମିଳିବା ପରେ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଥିଲା। 

ହେଲେ ନିକଟରେ ଏମିତି ଏକ ଘଟଣା ଘଟିଛି, ଯାହା ପାଇଁ ୟୁକ୍ରେନ୍‌ ସୈନ୍ୟବାହିନୀରେ ଭାରତୀୟ କଥା ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ୟୁକ୍ରେନ ରଣକ୍ଷେତ୍ରରୁ ୨ଟି ଫଟୋ ଏବେ ବେସ୍‌ ଭାଇରାଲ ହେଉଛି। 

ସ୍କ୍ରିନ ଉପରେ ଦେଖୁଥିବା ଏହି ଫଟୋରେ ଏକ ଆର୍ମି ଗ୍ଲୋଭସ ଅଛି, ଏବଂ ଏଥିରେ ଲେଖାଯାଇଛି ଡିଫେଣ୍ଡ୍‌ ଧର୍ମ ଅର୍ଥାତ୍‌ ଧର୍ମକୁ ରକ୍ଷା କର। ଏହା ସହିତ ଏଥିରେ ସ୍ବସ୍ତିକ ଏବଂ ଓଁ ଚିହ୍ନ ମଧ୍ୟ ରହିଛି। ଏହା ସମସ୍ତଙ୍କୁ ଜଣା କି, ସ୍ବସ୍ତିକ ଏବଂ ଓଁ ହେଉଛି ହିନ୍ଦୁ ଧର୍ମର ପ୍ରତୀକ। ତେଣୁ ଭାରତୀୟ ବି ୟୁକ୍ରେନ ୟୁଦ୍ଧରେ ସାମିଲ ଅଛନ୍ତି ବୋଲି ବିଭିନ୍ନ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାରତୀୟମାନେ ଏହି ଗ୍ଲୋଭସ୍‌ ପିନ୍ଧି ରସିଆନ୍‌ ସେନା ବିରୋଧରେ ଯୁଦ୍ଧ କରୁଥିବା ଖବର ଭାଇରାଲ ହେବାରେ ଲାଗିଛି। ହେଲେ ଆମେ ଆପଣଙ୍କୁ କହିଦେବାକୁ ଚାହୁଁଛୁ, ଏହି କଥାରେ କୌଣସି ସତ୍ୟତା ନାହିଁ।

ଆପଣ ଜାଣି ଆଶ୍ଚର୍ଯ ହେବେ, ୟୁକ୍ରେନରେ ପାଖାପାଖି ୪୦ରୁ ୫୦ ହଜାର ହିନ୍ଦୁ ଲୋକ ବସବାସ କରନ୍ତି। ଯେଉଁମାନେ ଇସ୍କନ ପରିବାର ସହ ପଡ଼ିତ। ଏଥିପାଇଁ ୟୁକ୍ରେନରେ ୬୦ ଟିଚିଂ ସେଣ୍ଟର ୧୫ ମନ୍ଦର ମଧ୍ୟ ରହିଛି। ଏହି ବ୍ୟକ୍ତିମାନେ ୟୁକ୍ରେନର ମୂଳ ଅଧିବାସୀ। ତେବେ ଯୁଦ୍ଧକ୍ଷେତ୍ରରୁ ଭାଇରାଲ ହୋଇଥିବା ଫଟୋ ଜଣେ ହିନ୍ଦୁ ୟୁକ୍ରେନ ନାଗରିକଙ୍କ ହୋଇଥାଇପାରେ। ଯିଏ କି ନିଜ ମାତୃଭୂମିକୁ ରକ୍ଷା କରିବାକୁ ନିଜ ଧର୍ମ ଭାବେ ଗ୍ରହଣ କରି ଯୂଦ୍ଧକ୍ଷେତ୍ରକୁ ଓହ୍ଲାଇଛି। ଏଥିରେ ଭାରତ ସହିତ କୌଣସି ସମ୍ପର୍କ ନଥିବା ଜଣାପଡ଼ିଛି ।

ପୂର୍ବରୁ ୟୁକ୍ରେନ ବୈଦେଶିକ ମନ୍ତ୍ରୀ କହିଥିଲେ, “ଯେତେବେଳେ ଭାରତ ରୁଷରୁ ଅଶୋଧିତ ତୈଳ (ରିହାତିରେ) କିଣେ, ସେତେବେଳେ ଏହା ବୁଝିବାକୁ ପଡ଼ିବ ଯେ ଏହି ରିହାତି ଅନ୍ୟ ସ୍ଥାନରୁ ନୁହେଁ ବରଂ ୟୁକ୍ରେନର ରକ୍ତ ସହିତ କ୍ଷତିପୂରଣ ହେଉଛି । ଭାରତକୁ ଯୋଗାଇ ଦିଆଯାଉଥିବା ଋଷର ଅଶୋଧିତ ତୈଳର ପ୍ରତ୍ୟେକ ବ୍ୟାରେଲରେ ୟୁକ୍ରେନର ରକ୍ତ ମିଶିଛି । ଆମେ ଭାରତ ପାଇଁ ବନ୍ଧୁତ୍ୱପୂର୍ଣ୍ଣ ରହିଛୁ । ମୁଁ ଭାରତୀୟ ଛାତ୍ରମାନଙ୍କୁ ସ୍ଥାନାନ୍ତର କରିବାକୁ ସମର୍ଥନ କଲି । ଭାରତରୁ ୟୁକ୍ରେନକୁ ଅଧିକ ବ୍ୟବହାରିକ ସମର୍ଥନ ଆଶା କରିଥିଲୁ ।” ସେ ଭାରତ ଓ ୟୁକ୍ରେନକୁ ଦୁଇଟି ସମାନ ଗଣତାନ୍ତ୍ରିକ ରାଷ୍ଟ୍ର ବୋଲି ବର୍ଣ୍ଣନା କରିଛନ୍ତି ଓ କହିଛନ୍ତି, “ଦୁଇଟି ଗଣତାନ୍ତ୍ରିକ ରାଷ୍ଟ୍ର ପରସ୍ପରକୁ ପାଇଁ ଛିଡା ହେବାକୁ ପଡ଼ିବ ।”

ଏହା ବି ପଢ଼ନ୍ତୁ: Tea Side Effects: ଅଧିକ ଚା' ପିଉଛନ୍ତି କି? ହୋଇପାରେ ଏସବୁ ଘାତକ ରୋଗ

ଏହା ବି ପଢ଼ନ୍ତୁ: Asia Cup ପୂର୍ବରୁ ମୁମ୍ବାଇ ରାସ୍ତାରେ ସ୍କୁଟର ଧରି ବୁଲିଲେ ବିରାଟ-ଅନୁଷ୍କା; ଦେଖନ୍ତୁ Video

 

Read More
{}{}