Hindi News >>Home >>Odisha National-International

Russia Ukraine War: ହଜାର ହଜାର ଲୋକଙ୍କ ମୃତ୍ୟୁ, ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ସହର, ଗୋଟିଏ ବର୍ଷ ପରେ କେଉଁଠି ପହଞ୍ଚିଛି ଋଷିଆ-ୟୁକ୍ରେନ ଯୁଦ୍ଧ?

Russia Ukraine War Update: ଋଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ବିଗତ ବର୍ଷେ ମଧ୍ୟରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଗାଁ ଠାରୁ ସହର ପର୍ଯ୍ୟନ୍ତ ଅନେକ ଜନବସତି ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି। ଋଷିଆ ସେନା ଆକ୍ରମଣରେ ଲକ୍ଷ ଲକ୍ଷ ୟୁକ୍ରେନ ନାଗରିକ ନିଜ ଦେଶ ଛାଡି ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି।

Advertisement
 Russia Ukraine War: ହଜାର ହଜାର ଲୋକଙ୍କ ମୃତ୍ୟୁ, ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ସହର, ଗୋଟିଏ ବର୍ଷ ପରେ କେଉଁଠି ପହଞ୍ଚିଛି ଋଷିଆ-ୟୁକ୍ରେନ ଯୁଦ୍ଧ?
Stop
Zee Odisha Desk|Updated: Feb 25, 2023, 06:53 PM IST

Russia Ukraine War Anniversary: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଗୋଟିଏ ବର୍ଷ ପୂରଣ ହୋଇସାରିଛି। ଆଜକୁ ଠିକ ବର୍ଷେ ତଳେ ଆରମ୍ଭ ହୋଇଥିବା ଯୁଦ୍ଧ ଏପର୍ଯ୍ୟନ୍ତ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚି ପାରିନାହିଁ। ୨୦୨୧ ଫେବୃଆରୀ ୨୪ ତାରିଖରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଏହାର ପ୍ରଥମ ବର୍ଷ ପୂର୍ତ୍ତି ପାଳନ କରୁଛି। ଋଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ବିଶ୍ୱ ଏବେ ଦୁଇ ଗୋଷ୍ଠୀରେ ବାଣ୍ଟି ହୋଇସାରିଛି। ଯୁଦ୍ଧ ବର୍ତ୍ତମାନ ଦ୍ୱିତୀୟ ବର୍ଷରେ ପ୍ରବେଶ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରସଙ୍ଗରେ ଉଭୟ ଋଷିଆ-ୟୁକ୍ରେନ ମଧ୍ୟରେ କୌଣସି ସହମତି ହୋଇପାରି ନାହିଁ। ଋଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ବିଗତ ବର୍ଷେ ମଧ୍ୟରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଗାଁ ଠାରୁ ସହର ପର୍ଯ୍ୟନ୍ତ ଅନେକ ଜନବସତି ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି। ଋଷିଆ ସେନା ଆକ୍ରମଣରେ ଲକ୍ଷ ଲକ୍ଷ ୟୁକ୍ରେନ ନାଗରିକ ନିଜ ଦେଶ ଛାଡି ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି।

ୟୁକ୍ରେନକୁ କଥିତ ରୂପେ ମୁକ୍ତ କରିବା ଲକ୍ଷ୍ୟରେ ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଗତ ବର୍ଷ ୨୪ ଫେବୃଆରୀରେ ୟୁକ୍ରେନ ଉପରେ ସାମରିକ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ରାଷ୍ଟ୍ରପତି ପୁତିନ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଫଳତା ପାଇ ନାହାଁନ୍ତି। ବିଶାଳକାୟ ଦେଶ ଋଷିଆ ପକ୍ଷରୁ କରାଯାଇଥିବା ଆକ୍ରମଣର ସାମ୍ନା ସାହସର ସହ କରିଛି ୟୁକ୍ରେନ ସୈନ୍ୟବାହିନୀ। ଏପରିକି ବିଶ୍ୱ ସମୁଦାୟ ଆଗରେ ନିଜର ସାହସିକତାର ପରିଚୟ ଦେଇଥିବା ୟୁକ୍ରେନ ସେନା ନିଜ ଦେଶର କୌଣସି ଅଞ୍ଚଳ ଶତ୍ରୁ ପକ୍ଷ ଋଷିଆ ଦଖଲକୁ ଯିବାକୁ ଦେଇନାହାଁନ୍ତି। ଅର୍ଥାତ ଯୁଦ୍ଧ ସମୟରେ ଋଷୀୟ ସେନା ଦେଶର ଯେଉଁ ଅଞ୍ଚଳ ଦଖଲ କରିଥିଲା ତାହାକୁ ପୁନର୍ବାର ଶତ୍ରୁପକ୍ଷ କବଳରୁ ମୁକ୍ତ କରିବାରେ ସଫଳ ହୋଇଛି ୟୁକ୍ରେନ। ଏବେ ଉଭୟ ୟୁକ୍ରେନ ସେନା ନିଜ ଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଋଷିଆ ସେନା ସହ ମୁହାଁମୁହିଁ ଅବସ୍ଥାରେ ରହିଛି। ହେଲେ ତଥାପି ଅନେକ ୟୁକ୍ରେନ ଅଞ୍ଚଳ ଯଥା କ୍ରୀମିୟା ଉପଦ୍ୱୀପ, ଲୁହାନସ୍କ, ଡୋନେସ୍କ ଏବଂ ସେଭଷ୍ଟିପୁଲ ସହର ଏବେ ଋଷୀୟ ସୈନ୍ୟବାହିନୀ ନିୟନ୍ତ୍ରଣରେ ରହିଛି। ଏହି କାରଣରୁ ଋଷିଆ-ୟୁକ୍ରେନ ଯୁଦ୍ଧ ଜାରି ରହିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଯେ କୌଣସି ଶାନ୍ତି ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି।

ଯୁଦ୍ଧରେ ୟୁକ୍ରେନ କୁ ସମର୍ଥନ କରୁଥିବା ପାଶ୍ଚାତ୍ୟ ଦେଶ ଉପରେ ଋଷିଆ କ୍ରୋଧିତ ହୋଇଉଠିଛି। ଏପରିକି ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ପାଶ୍ଚାତ୍ୟ ଦେଶକୁ ଜବାବ ଦେବା ଭଳି ଚେତାବନୀ ଦେଉଥିବାର ଦେଖାଯାଉଛି। ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁ କହିଛନ୍ତି ଯେ ଏହି ସଂଗ୍ରାମ ପାଶ୍ଚାତ୍ୟ ଦେଶର ଅସ୍ତିତ୍ୱ ପାଇଁ ଲେଇ। ଋଷିଆର ଯୋଜନା ହେଉଛି ୟୁକ୍ରେନ ଦଖଲ କରି ପଶ୍ଚାତ୍ୟ ଦେଶକୁ ନିୟନ୍ତ୍ରଣ କରିବା। ହେଲେ ଋଷିଆ ଦ୍ୱାରା କରାଯାଉଥିବା ପ୍ରୟାସ ବିଫଳ ହେବ ବୋଲି କହିଛନ୍ତି ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରୀ। 

ଋଷିଆ-ୟୁକ୍ରେନ ଯୁଦ୍ଧର ପ୍ରଥମ ବାର୍ଷିକୀ ଅବସରରେ ମିଳିତ ଜାତିସଂଘର ସାଧାରଣ ସଭା ପକ୍ଷରୁ ଏକ ସଂକଳ୍ପ ପାରିତ ହୋଇଥିଲା। ଏହି ସଂକଳ୍ପରେ ଋଷିଆକୁ ୟୁକ୍ରେନ ବିରୋଧୀ ଯୁଦ୍ଧ ବନ୍ଦ କରିବାକୁ ଏବଂ ନିଜର ସୈନ୍ୟ ପ୍ରତ୍ୟାହାର କରିବାକୁ କୁହାଯାଇଥିଲା। ଏହି ପ୍ରସ୍ତାବକୁ ସମର୍ଥନ କରି ୧୪୧ ଦେଶ ଏହାର ସପକ୍ଷରେ ମତଦାନ କରିଥିଲେ। ଅନ୍ୟପଟେ ୩୨ ଦେଶ ମତଦାନରୁ ଦୂରେଇ ଯାଇଥିଲେ। ମତଦାନରୁ ଦୂରେଇ ଯାଇଥିବା ଦେଶ ହେଉଛନ୍ତି ବେଲାଋଷ, ଉତ୍ତର କୋରିଆ, ଏରିଟ୍ରିଆ, ମାଲି, ନିକାରାଗୁଆ, ସିରିଆ ଏବଂ ଭାରତ।

ଅନ୍ୟପକ୍ଷରେ ଋଷିଆ ଜାତିସଂଘ ସାଧାରଣ ସଭା ଦ୍ୱାରା ଆଗତ ହୋଇଥିବା ପ୍ରସ୍ତାବକୁ 'ଅଦରକାରୀ' ବୋଲି କହି ପ୍ରତ୍ୟାଖ୍ୟାନ କରିଦେଇଛି। ଅନ୍ୟପଟେ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ଜାତିସଂଘ ସାଧାରଣ ସଭା ଦ୍ୱାରା ଆଗତ ହୋଇଥିବା ପ୍ରସ୍ତାବ ୟୁକ୍ରେନ ପାଇଁ ବିଶ୍ୱ ସମର୍ଥନର ଏକ ଶକ୍ତିଶାଳୀ ସଙ୍କେତ। ଆମେରିକା ମଧ୍ୟ ଏହାର ପ୍ରତିକ୍ରିୟା ରଖିଛି। ଏନେଇ ଆମେରିକୀୟ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ ୟୁକ୍ରେନକୁ ସମର୍ଥନ ଜଣାଇବା ପାଇଁ ଋଷିଆ-ୟୁକ୍ରେନ ଯୁଦ୍ଧ ବର୍ଷପୂର୍ତ୍ତି ଅବସରରେ ଆମେରିକା ରାଷ୍ଟ୍ରପତି ବାଇଡେନ G7 ନେତା ଏବଂ ୟୁକ୍ରେନ ପ୍ରତିପକ୍ଷ ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିବେ। ଏହି ବୈଠକ ପରେ ରାଷ୍ଟ୍ରପତି ବାଇଡେନ ଋଷିଆ ବିରୋଧରେ ନୂତନ କଟକଣା ଘୋଷଣା କରିପାରନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରାୟ ବର୍ଷେ କାଳ ଧରି ଚାଲିଥିବା ୟୁକ୍ରେନ ବିରୋଧୀ ଯୁଦ୍ଧରେ ବିଜୟ ନ ମିଳିବା ସତ୍ତ୍ୱେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଯୁଦ୍ଧକୁ ଆହୁରି ଆଗକୁ ନେବାକୁ ଚାହୁଁଛନ୍ତି। ଋଷୀୟ ରାଷ୍ଟ୍ରପତିଙ୍କ ଯୋଜନା ହେଉଛି ଏହି ଯୁଦ୍ଧକୁ ଆହୁରି ଜୋରଦାର କରିବା। ଏହାର ଏକ ଉଦାହରଣ ହେଉଛି ଆନଃମହାଦେଶୀୟ କ୍ଷେପଣାସ୍ତ୍ର ନିୟୋଜନ କରିବାକୁ ଘୋଷଣା କରିବା। ଏହା ସହିତ ପୁଟିନ ମଧ୍ୟ ଆଣବିକ ଅସ୍ତ୍ର ନିୟନ୍ତ୍ରଣ ଉପରେ ଆମେରିକା ସହିତ ହୋଇଥିବା ବୁଝାମଣାକୁ ସ୍ଥଗିତ ରଖିଛନ୍ତି।

 

Read More
{}{}