Hindi News >>Home >>Odisha National-International

Putin Car Blast: ରୁଷ୍ ରାଷ୍ଟ୍ରପତି ପୁତିନଙ୍କ କାରରେ ଜୋରଦାର ବିସ୍ଫୋରଣ, ଜାଣନ୍ତୁ ପରେ କଣ ହେଲା?

 Putin Car Accident: ଏକ ଗଣମାଧ୍ୟମ ରିପୋର୍ଟ ପୁତିନଙ୍କ ବିଷୟରେ ଏକ ବଡ଼ ଖୁଲାସା କରିଛି। ରିପୋର୍ଟ ଅନୁଯାୟୀ, ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଉପରେ ଏକ ମାରାତ୍ମକ ଆକ୍ରମଣ ହୋଇଥିଲା ଯେଉଁଥିରେ ସେ ଅଳ୍ପକେ ବର୍ତ୍ତିଯାଇଛନ୍ତି।

Advertisement
ଫାଇଲ୍ ଫଟୋ
Stop
Zee Odisha Desk|Updated: Sep 15, 2022, 06:49 PM IST

Putin Car Accident: ଦୀର୍ଘ ସାତ ମାସ ଧରି ଚାଲିଥିବା ରୁଷ୍ ଏବଂ ୟୁକ୍ରେନ୍ ଯୁଦ୍ଧ (Russia-Ukraine War)ର ପରିସମାପ୍ତି କେବେ ତାହା କହିବା ଅନିଶ୍ଚିତ। ହେଲେ ଏହି ଏହି ଯୁଦ୍ଧ ଚାଲିଥିବା ବେଳେ ଏବେ ରୁଷ ରାଷ୍ଟ୍ରପତିଙ୍କୁ ନେଇ ଆସିଛି ଏକ ବଡ ଖବର। ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ (Vladimir Putin)ଙ୍କ ଉପରେ ଆକ୍ରମଣ ହୋଇଛି। ଏକ ଗଣମାଧ୍ୟମ ରିପୋର୍ଟ ପୁତିନଙ୍କ ବିଷୟରେ ଏକ ବଡ଼ ଖୁଲାସା କରିଛି। ରିପୋର୍ଟ ଅନୁଯାୟୀ, ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଉପରେ ଏକ ମାରାତ୍ମକ ଆକ୍ରମଣ ହୋଇଥିଲା ଯେଉଁଥିରେ ସେ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ରିପୋର୍ଟ ଅନୁଯାୟୀ, ପୁତିନ ତାଙ୍କ ସରକାରୀ ବାସଭବନକୁ ଫେରୁଥିବା ବେଳେ ତାଙ୍କ ସୁରକ୍ଷା ସ୍କ୍ବାର୍ଡର ପ୍ରଥମ କାରକୁ ଅଳ୍ପ ଦୂରରେ ଆମ୍ବୁଲାନ୍ସ ଦ୍ୱାରା ଅଟକାଇ ଦିଆଯାଇଥିଲା। କାରକୁ ଅଟକାଇବା ପରେ ପୁତିନଙ୍କ କାରର ବାମ ଚକରେ ଜୋରରେ ବିସ୍ଫୋରଣ ହୋଇଥିଲା। ଏହା ପରେ ପ୍ରବଳ ଧୂଆଁ ଚାରିଆଡେ ବ୍ୟାପିଗଲା। ତେବେ ସେତେବେଳକୁ ପୋଲିସ ସତର୍କ ହୋଇଯାଇଥିଲା ଏବଂ ପୁତିନଙ୍କୁ ତୁରନ୍ତ ବମ୍ ଡିସପୋଜାଲ୍ ସ୍କ୍ବାର୍ଡ ଏବଂ ବୁଲେଟପ୍ରୁଫ୍ ସୁରକ୍ଷା ବାହିନୀ ଦ୍ବାରା ଘେରାବନ୍ଦୀ କରାଯାଇଥିଲା। ଏହି ଦୁର୍ଘଟଣାରେ ପୁତିନଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଥିଲା।

ସୂତ୍ରରୁ ପ୍ରକାଶ ଯେ, ସୁରକ୍ଷାରେ ଦେଖାଦେଇଥିବା ଏହି ଛିଦ୍ର ଘଟଣାରେ ପୁତିନଙ୍କ ସୁରକ୍ଷା ସେବାର ଥିବା ଅନେକ ଲୋକଙ୍କୁ ଗିରଫ କରାଯାଇଛି । କେବଳ ଏତିକି ନୁହେଁ ପୁତିନଙ୍କ ଯାତ୍ରା ବିଷୟରେ ସୂଚନା ଲିକ୍ ହେବା ପରେ ତାଙ୍କର ଅନେକ ଅଙ୍ଗରକ୍ଷୀଙ୍କୁ ହଟାଇ ଦିଆଯାଇଛି। ପୁତିନ ବିରୋଧୀ ଜିବିଆର ଟେଲିଗ୍ରାମ ଚ୍ୟାନେଲ ଦାବି କରିଛି ଯେ, ପୁତିନଙ୍କ ସୁରକ୍ଷା ବିପଦକୁ ଲକ୍ଷ୍ୟକରି ଏକ ବିରାଟକାୟ ସୁରକ୍ଷା ଛାଉଣୀ ମଧ୍ୟରେ ତାଙ୍କୁ ତାଙ୍କ ବାସଭବନକୁ ଅଣାଯାଇଥିଲା। ବ୍ୟାକଅପ୍ କନଭେନରେ ୫ଟି ସଶସ୍ତ୍ର କାର ଥିଲା, ଯେଉଁଥିରେ ପୁତିନ ତୃତୀୟ କାରରେ ଉପସ୍ଥିତ ଥିଲେ।

ଖବର ଅନୁଯାୟୀ, ପୁତିନଙ୍କ କାରକୁ ନିୟନ୍ତ୍ରଣ କରିବାରେ ଅସୁବିଧା ହେଉଥିଲା ଏବଂ ଏହାକୁ ସୁରକ୍ଷିତ ଭାବେ ଘଟଣାସ୍ଥଳରୁ ଦୂରକୁ ନିଆଯାଇଥିଲା। ପୁତିନଙ୍କ ଉପରେ ହୋଇଥିବା ଆକ୍ରମଣ ଏପରି ସମୟରେ ଦାବି କରାଯାଇଛି ଯେତେବେଳେ ଯୁକ୍ରେନ ସେନାର ପ୍ରତିଆକ୍ରମଣରେ ରୁଷକୁ ବହୁ କ୍ଷତି ସହିବାକୁ ପଡିଛି। ଏଥିପାଇଁ ପୁତିନଙ୍କୁ ମଧ୍ୟ ସମାଲୋଚନା କରାଯାଉଛି। ଯୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଦାବି କରିଛନ୍ତି ଯେ, ଆମର ସୈନ୍ୟମାନେ ୬୦୦୦ ବର୍ଗ କିଲୋମିଟର ଅଞ୍ଚଳକୁ ରୁଷର ଦଖଲରୁ ମୁକ୍ତ କରିଛନ୍ତି।

ଏବା ବି ପଢନ୍ତୁ: Pakistan PM: ୭୫ ବର୍ଷ ଧରି ଭିକ୍ଷା ଥାଳି ନେଇ ବୁଲୁଛି ପାକିସ୍ତାନ!

ଏଠାରେ କହିରଖୁଛୁ ଯେ, ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଅବିରତ ଭାବେ ଚାଲିଛି । ପ୍ରତ୍ୟେକ ଦିନ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ହେଲେ ରୁଷ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁଁ ୟୁରୋପ ଏକ ଭୟଙ୍କର ପରିସ୍ଥିତିର ସମ୍ମୁଖିନ ହେଉଛି । କିଛିଦିନ ତଳେ ୟୁକ୍ରେନର ପରମାଣୁ ପ୍ଲାଣ୍ଟ ଚାରିପଟେ ଗୁଳିବିନିମୟ ହୋଇଥିବା ଖବର ଆସିଥିଲା । ଯେଉଁଥିପାଇଁ ୟୁକ୍ରେନ୍‌ ଓ ରୁଷ ପରସ୍ପରକୁ ଦାୟୀ କରିଥିଲା । ଏହି ଘଟଣାର ମଧ୍ୟ ଜାତିସଂଘ ସଂଜ୍ଞାନ ନେଇ ଘଟଣା ସ୍ଥଳକୁ ତଦନ୍ତକାରୀ ଦଳଙ୍କୁ ପଠାଇଥିଲେ। 

Read More
{}{}