Hindi News >>Home >>Odisha National-International

Russia-America: ଆମେରିକା ସମେତ ପଶ୍ଚିମ ଦେଶକୁ ନାଲି ଆଖି ଦେଖାଇଲେ ପୁତିନ, ଦେଲେ ବଡ ଯୁଦ୍ଧର ସଂକେତ

Putin Threat To Western Countries: ପାଶ୍ଚାତ୍ୟ ଦେଶମାନଙ୍କ ମଧ୍ୟରେ ତିକ୍ତତା ଜାରି ରହିଛି। ଏହାରି ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ବୁଧବାର ଆଂଶିକ ମିଲିଟାରୀ ମୋବିଲାଇଜେସନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Advertisement
Russia-America: ଆମେରିକା ସମେତ ପଶ୍ଚିମ ଦେଶକୁ ନାଲି ଆଖି ଦେଖାଇଲେ ପୁତିନ, ଦେଲେ ବଡ ଯୁଦ୍ଧର ସଂକେତ
Stop
Zee Odisha Desk|Updated: Sep 21, 2022, 03:50 PM IST

Putin Threat To Western Countries: ପାଶ୍ଚାତ୍ୟ ଦେଶମାନଙ୍କ ମଧ୍ୟରେ ତିକ୍ତତା ଜାରି ରହିଛି। ଏହାରି ମଧ୍ୟରେ ରୁଷ ରାଷ୍ଟ୍ରପତି (Russia President) ଭ୍ଲାଦିମିର ପୁତିନ ବୁଧବାର ଆଂଶିକ ମିଲିଟାରୀ ମୋବିଲାଇଜେସନ (Military Mobilization) ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସେ ପାଶ୍ଚାତ୍ୟ ଦେଶ ବିଶେଷ କରି ଆମେରିକା (America)କୁ ମଧ୍ୟ କଡା ଚେତାବନୀ ଦେଇଛନ୍ତି। ପୁତିନ କହିଛନ୍ତି ଯେ, ବର୍ତ୍ତମାନ ଦେଶରେ ୩,୦୦୦୦୦ ରିଜର୍ଭ ସୈନ୍ୟ (Reserve Military) ମୂତୟନ କରାଯିବ। ଏହି ସମୟରେ ପୁତିନ କହିଛନ୍ତି ଯେ, ପଶ୍ଚିମ ଦେଶ ଗୁଡିକ ସୀମା ଅତିକ୍ରମ କରିଛି। ରୁଷକୁ ଦୁର୍ବଳ, ବିଭାଜିତ ଏବଂ ଧ୍ୱଂସ କରିବାକୁ ଚେଷ୍ଟା କରୁଛନ୍ତି ପଶ୍ଚିମ ଦେଶ। ପୁତିନ କହିଛନ୍ତି ଯେ, ୟୁକ୍ରେନର ଲୁହାନସ୍କ ପିପୁଲ୍ସ ରିପବ୍ଲିକ୍ (LPR) ମୁକ୍ତ କାରାଯାଇଛି ଏବଂ ଡୋନେତସ୍କ ପିପୁଲ୍ସ ରିପବ୍ଲିକ୍ (ଡିପିଆର)କୁ ମଧ୍ୟ ଆଂଶିକ ମୁକ୍ତ କରାଯାଇଛି।

ବାସ୍ତବରେ ୟୁକ୍ରେନର ଦୁଇଟି ସହର ଡୋନେତସ୍କ ଏବଂ ଲୁହାନସ୍କକୁ ରୁଷର ଅଂଶ କରିବା ପାଇଁ ଯୋଜନା ଜାରି ରହିଛି। ୨୩ ସେପ୍ଟେମ୍ବରରୁ ଏଥିପାଇଁ ଭୋଟ୍ ଗ୍ରହଣ କରାଯିବ ବୋଲି ବିଶ୍ୱାସ କରାଯାଉଛି। ୟୁକ୍ରେନର ଡୋନବାସ ପ୍ରଦେଶର ଅଂଶ ଥିବା ଡୋନେତସ୍କ ଓ ଲୁହାନସ୍କ, ରୁଷ ଏବଂ ୟୁକ୍ରେନ ମଧ୍ୟରେ ତିକ୍ତତାର ଏକ ପ୍ରମୁଖ କାରଣ ଅଟେ।

ଆମେରିକା ସମେତ ପାଶ୍ଚାତ୍ୟ ଦେଶକୁ ପୁତିନ ଧମକ ଦେଇ କହିଛନ୍ତି ଯେ, ଆଣବିକ ଆକ୍ରମଣ  (Nuclear Attack)ର ଚେତାବନୀକୁ ହାଲୁକା ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ। ସେ କହିଛନ୍ତି ଯେ, ପରମାଣୁ ଚେତାବନୀ ନାଟକ ନୁହେଁ। ଯଦି ରୁଷ ଉପରେ ବିପଦ ସୃଷ୍ଟି ହୁଏ ତେବେ ପରମାଣୁ ଆକ୍ରମଣରୁ ପଛକୁ ଫେରିବ ନାହିଁ।

ପୁତିନ କହିଛନ୍ତି ଯେ, ମାତୃଭୂମି ତଥା ଏହାର ସାର୍ବଭୌମତ୍ୱର ସୁରକ୍ଷା ପାଇଁ ସେ ଆଂଶିକ ମୋବିଲାଇଜେସନ୍ ପାଇଁ ଜେନେରାଲ୍ ଷ୍ଟାଫଙ୍କ ନିଷ୍ପତ୍ତିକୁ ଗୁରୁତ୍ବପୂର୍ଣ୍ଣ ଭାବେ ବିବେଚନା କରନ୍ତି। ଏକ ରିପୋର୍ଟରେ କୁହାଯାଇଛି ଯେ, ପଶ୍ଚିମ (ଆମେରିକା-ୟୁରୋପ), ସୀମା ଅତିକ୍ରମ କରିଛି। ରୁଷକୁ ଦୁର୍ବଳ, ବିଭାଜିତ ଏବଂ ଧ୍ୱଂସ କରିବାକୁ ଚେଷ୍ଟା କରୁଛି। ଯଦି କ୍ଷେତ୍ରୀୟ ଅଖଣ୍ଡତା ପ୍ରତି ବିପଦ ଆସେ ତେବେ ରୁଷ ପାଖରେ ଥିବା ସମସ୍ତ ଜିନିଷର ବ୍ୟବହାର କରିବ ବୋଲି ପୁତିନ ଚେତାବନୀ ଦେଇଛନ୍ତି। ରାଷ୍ଟ୍ରପତିଙ୍କ ଏହି ଘୋଷଣା ଯୁଦ୍ଧର ପ୍ରସ୍ତୁତି ଭବେ ଦେଖାଯାଉଛି। ଏହି ଘୋଷଣା ପରେ ରୁଷର ବ୍ୟବସାୟୀ ତଥା ସାଧାରଣ ନାଗରିକଙ୍କୁ ଯୁଦ୍ଧ ପ୍ରୟାସରେ ଅଧିକ ସହଯୋଗ କରିବାକୁ ପଡିବ। ଆଂଶିକ ସାମରିକ ମୋବିଲାଇଜେସନ ପାଇଁ ପୁତିନ ଏହି ନିର୍ଦ୍ଦେଶରେ ଦସ୍ତଖତ କରିଛନ୍ତି ଏବଂ ଏହା ବୁଧବାର ଠାରୁ କାର୍ଯ୍ୟକାରୀ ହେଉଛି।

ଫେବୃଆରୀରେ ଆରମ୍ଭ ହୋଇଥିବା ରୁଷ ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉ ନାହିଁ । ଦିନକୁ ଦିନ ଆହୁରୀ ଜଟିଳ ହେବାରେ ଲାଗିଛି ଏହି ସ୍ଥିତି । ବିଭିନ୍ନ ପ୍ରକାର ରଣନୀତି ନେଇ ଯୁଦ୍ଧ ଜିତିବାକୁ ଚେଷ୍ଟା ଚଳାଇଛି ରୁଷ । ୟୁକ୍ରେନରେ ପ୍ରାୟ ସମସ୍ତ ବଡବଡ ସହରରେ ଆକ୍ରମଣ କରିଛି ରୁଷ । ରାଜଧାନୀ କିଭ୍ ହାତେଇବାରେ ବିଫଳ ହୋଇଥିବା ରୁଷ ଏବେ ନୂଆ ରଣନୀତିରେ ଯୁଦ୍ଧ ଆରମ୍ଭ କରିଦେଇଛି । ପ୍ରଥମ ପର୍ଯ୍ୟାୟ ଆକ୍ରମଣରେ ବିଫଳ ହୋଇଥିବା ରୁଷ ଏବେ ପୁଣି ସେନା ଠୁଳ କରିବା ପାଇଁ ଯୋଜନା କରୁଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନକ୍ସି ଯୁଦ୍ଧରୁ କୌଣସି ପ୍ରକାରେ ପଛଘୁଞ୍ଚା ଦେବନାହିଁ ବୋଲି କହିଦେଇଛି । 

Read More
{}{}