Hindi News >>Home >>Odisha National-International

Karnatka Assembly 2023: "ଚାଷୀ ପୁଅକୁ ବାହା ହେଲେ ମିଳିବ ୨ ଲକ୍ଷ ଟଙ୍କା "

Karnatka Assembly 2023 News In Odia: ଚାଷୀ ପରିବାର ପୁଅକୁ ବାହା ହେଲେ ମିଳିବ ୨ ଲକ୍ଷ ଟଙ୍କା(Rs 2 lakh ) । ନିର୍ବାଚନ ମାହୋଲରେ ଭୋଟ୍ ପାଇବା ପାଇଁ ନେତାମାନେ ବିଭିନ୍ନ ପ୍ରକାରର ପ୍ରତିଶ୍ରୁତି ଦିଅନ୍ତି । ହେଲେ ଏଭଳି କିଛି ପ୍ରତିଶ୍ରୁତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା କହିଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ (ସେକ୍ୟୁଲର) ନେତା ଏଚ୍‌ଡି କୁମାରସ୍ୱାମୀ(former Chief Minister and JD(S) leader HD Kumaraswamy)। 

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: Apr 11, 2023, 08:07 PM IST

Karnatka Assembly 2023 News In Odia: ଚାଷୀ ପରିବାର ପୁଅକୁ ବାହା ହେଲେ ମିଳିବ ୨ ଲକ୍ଷ ଟଙ୍କା(Rs 2 lakh ) । ନିର୍ବାଚନ ମାହୋଲରେ ଭୋଟ୍ ପାଇବା ପାଇଁ ନେତାମାନେ ବିଭିନ୍ନ ପ୍ରକାରର ପ୍ରତିଶ୍ରୁତି ଦିଅନ୍ତି । ହେଲେ ଏଭଳି କିଛି ପ୍ରତିଶ୍ରୁତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା କହିଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ (ସେକ୍ୟୁଲର) ନେତା ଏଚ୍‌ଡି କୁମାରସ୍ୱାମୀ(former Chief Minister and JD(S) leader HD Kumaraswamy)। କର୍ଣ୍ଣାଟକ ନିର୍ବାଚନ (Karnatka Assembly) ପୂର୍ବରୁ କୁମାରସ୍ୱାମୀ ସୋମବାର ଘୋଷଣା କରିଛନ୍ତି ଯେ, ତାଙ୍କ ଦଳ ଚାଷୀ ପୁଅକୁ ବାହା ହେଉଥିବା ମହିଳାଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରିବ (marry farmers' sons)।

ତେବେ ଏହି ନିଷ୍ପତ୍ତି ବର୍ତ୍ତମାନ ଲାଗୁ କରାଯାଇ ନାହିଁ । କିନ୍ତୁ କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ଏ ନେଇ ଘୋଷଣା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନତା ଦଳର ନେତା ଏଚ.ଡି କୁମାରସ୍ୱାମୀ (Kumaraswamy's poll promise in Karnataka)। ତେବେ ଯଦି ଜନତା ଦଳ ନିର୍ବାଚନରେ ବିଜୟୀ ହୋଇ କ୍ଷମତାକୁ ଆସିବ, ଏହି ନିୟମ ଲାଗୁ କରାଯିବ ବୋଲି ସେ ଘୋଷଣା କରିଛନ୍ତି । କୋଲାରରେ ଅନୁଷ୍ଠିତ ‘ପଞ୍ଚାରାଥନା’ ସମାବେଶକୁ ସମ୍ବୋଧିତ କରି ଏହି ଘୋଷଣା କରିଛନ୍ତି ଏଚ.ଡି କୁମାରସ୍ୱାମୀ । ଚାଷୀ ପରିବାରର ପୁଅମାନଙ୍କୁ ବିବାହ କରିବାକୁ ଉତ୍ସାହିତ କରିବା ସହ ପ୍ରୋତ୍ସାହନ କରିବା ପାଇଁ ଏପରି ଏକ ନିଷ୍ପତ୍ତି ନିଆଯିବା ଉଚିତ ବୋଲି ସେ କହିଛନ୍ତି ।

Also Read: Archana Nag: ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ, ଘରେ ଲାଗିବ କି ପୁଣିଥରେ ବଡ଼ବଡ଼ିଆଙ୍କ ଗହଳି !

Also Read: Odisha Education Calender: ଜାଣନ୍ତୁ କେତେ ଦିନ ହେବ ପାଠପଢା , କେତେ ଦିନ ରହିବ ସ୍କୁଲ୍ ଛୁଟି?

ତେବେ ଏଚ.ଡି କୁମାରସ୍ୱାମୀ କହିଛନ୍ତି ଯେ, ମୋତେ ଏକ ଆବେଦନ ପତ୍ର ମିଳିଛି । ଆଜିକାଲିର ଚାଷୀମାନେ ପୁଅଙ୍କୁ ବିବାହ କରିବା ପାଇଁ ରାଜି ହେଉନାହାନ୍ତି । ତେଣୁ ଚାଷୀର ପୁଅଙ୍କୁ ବିବାହ କରିବା ପାଇଁ ରାଜି ହେଉଥିବା ଝିଅମାନଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବା ଉଚିତ ବୋଲି ଏଥିରେ ଉଲ୍ଲେଖ ରହିଛି । ଏଭଳି ଏକ ନିଷ୍ପତ୍ତି ନେଲେ ଚାଷୀଙ୍କ ପୁଅଙ୍କୁ ନେଇ ରହିଥିବା ବିବାହ ସମସ୍ୟା ଦୂର ହୋଇପାରିବ ବୋଲି ଆଶା କରାଯାଉଛି ।

ମେ ୧୦ରେ କର୍ଣ୍ଣାଟକରେ ମତଦାନ ହେବ ( (Karnataka Election 2023) । ମେ ୧୩ରେ ଫଳାଫଳ ଘୋଷଣା କରାଯିବ। ବିଜେପି, କଂଗ୍ରେସ ଠାରୁ ଆରମ୍ଭ କରି କୁମାରସ୍ୱାମୀଙ୍କ ଜେଡିଏସ୍, ସମସ୍ତେ ଏବେ ଜୋରସୋରରେ ପ୍ରଚାରରେ ଲାଗି ପଡ଼ିଛନ୍ତି । ୨୨୪ ସିଟ୍‌ରୁ ଅତି କମରେ ୧୨୩ ଟି ସିଟ୍ ଜିତିବାର ଲକ୍ଷ୍ୟ ରଖିଛି ଜେଡି (ଏସ୍) (Karnataka Election 2023)।

Also Read:  Papaya Disadvantages: ଏହି ଲୋକଙ୍କ ପାଇଁ ବିଷ ସଦୃଷ ହୋଇଥାଏ ଅମୃତଭଣ୍ତା, ଭୁଲରେ ବି ଖାଆନ୍ତୁନି

​Also Read: Benefits Of Lady Finger: ଏହି ସବୁ ରୋଗର ରାମବାଣ ହେଉଛି ଭେଣ୍ତି, ଫାଇଦା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

​Also Read: Aishwarya Rai Bachchan: ପବ୍ଲିକ୍ ପ୍ଲେସରେ ଅଭିଷେକଙ୍କୁ ଏମିତି ବ୍ୟବହାର ଦେଖାଇଲେ ଐଶ୍ବର୍ଯ୍ୟା

​Also Read: Air India Food Menu: ଯାତ୍ରୀଙ୍କୁ ମିଳିବ ଟେଷ୍ଟି ଟେଷ୍ଟି ଖାଦ୍ୟ, Odisha Passengers ଙ୍କୁ ମିଳିବ ଓଡ଼ିଆ ଛୁଙ୍କ !

Read More
{}{}