Hindi News >>Home >>Odisha National-International

Rojgar Mela: ଆଜି ୫୧,୦୦୦ରୁ ଅଧିକ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବେ ପ୍ରଧାନମନ୍ତ୍ରୀ

Government job: ଆଜି ପ୍ରାୟ ୫୧,୦୦୦ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ମୋଦି । ଦେଶର ୪୬ଟି ସ୍ଥାନରେ ଏହି ନିଯୁକ୍ତି ମେଳା ଅନୁଷ୍ଠିତ ହେବା ନେଇ କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ସକାଳ ୧୦ ଟା ୩୦ରେ ଭିଡିଓ କନଫରେନ୍ସିଂରେ ମାଧ୍ୟମରେ ପ୍ରାୟ ୫୧ ହଜାରରୁ ଅଧିକ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ। 

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Sep 26, 2023, 09:14 AM IST

Rojgar Mela 2023: ମଙ୍ଗଳବାର ଦିନ ରୋଜଗାର ମେଳା (Rojgar Mela 2023) କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରାୟ ୫୧,୦୦୦ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀ ରାଇସିନା ରୋଡ଼ରେ ଅବସ୍ଥିତ ନ୍ୟାସନାଲ ମିଡିଆ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହେବା ସହ ନିଯୁକ୍ତି ପତ୍ର ପ୍ରଦାନ କରିବେ।

ସୂଚନା ଅନୁଯାୟ, ଆଜି ପ୍ରାୟ ୫୧,୦୦୦ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) । ଦେଶର ୪୬ଟି ସ୍ଥାନରେ ଏହି ନିଯୁକ୍ତି ମେଳା ଅନୁଷ୍ଠିତ ହେବା ନେଇ କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ସକାଳ ୧୦ ଟା ୩୦ରେ ଭିଡିଓ କନଫରେନ୍ସିଂରେ ମାଧ୍ୟମରେ ପ୍ରାୟ ୫୧ ହଜାରରୁ ଅଧିକ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର (Appointment letter) ପ୍ରଦାନ କରିବେ। ଦେଶର ପ୍ରାୟ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ସରକାରୀ ନିଯୁକ୍ତି ଦେବା ଉଦ୍ଦେଶ୍ୟରେ ଏହି ରୋଜଗାର ମେଳା ଆୟୋଜିତ କରାଯାଉଛି । ଭାରତ ସରକାର ଓ ସହଯୋଗୀ ରାଜ୍ୟ ସରକାରଙ୍କ ଦ୍ୱାରା ମିଳିତ ଭାବେ ରୋଜଗାରର ଲକ୍ଷାଧିକ ନୂଆ ନିଯୁକ୍ତି ସୃଷ୍ଟି କରାଯାଉଛି । ଗତ ଅଗଷ୍ଟ ୨୮ ତାରିଖରେ ମଧ୍ୟ ଏହି ରୋଜଗାର ମେଳା ଅନୁଷ୍ଠିତ ହୋଇଥିଲା । ଏଥିରେ ୫୧,୦୦୦ ଯୁବକ ଓ ଯୁବତୀଙ୍କୁ ଦେଶରେ ସରକାରୀ ଚାକିରୀ (Government job) ପାଇଁ ନିଯୁକ୍ତି ପତ୍ର ଦିଆଯାଇଥିଲା। ଏହି ଦିନ, ଗୃହ ମନ୍ତ୍ରଣାଳୟର ବିଭିନ୍ନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ନୂତନ ନିଯୁକ୍ତ ପତ୍ର ପ୍ରଦାନ କରାଯାଇଥିଲା। ଏହା ଅଧୀନରେ ଯୁବବର୍ଗ ମାନେ CRPF, BSF, SSB, ଆସାମ ରାଇଫଲ୍ସ, ସିଆଇଏସ୍ଏଫ୍, ଆଇଟିବିପି, ଏନସିବି ଓ ଦିଲ୍ଲୀ ପୋଲିସରେ ନିଯୁକ୍ତି ପାଇଥିଲେ। ଅଗଷ୍ଟ ୨୮ ତାରିଖ ସୁଦ୍ଧା ଦେଶରେ ୮ଟି ରୋଜଗାର ମେଳା ଆୟୋଜିତ ହୋଇଥିବା ବେଳେ ଏଥିରେ ସମୁଦାୟ ୫.୫ ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏହାପରେ ଅଗଷ୍ଟ ୨୮ ତାରିଖରେ ଆୟୋଜିତ ରୋଜଗାର ମେଳାରେ ୫୧,୦୦୦ ଲୋକଙ୍କୁ ନିଯୁକ୍ତି ପତ୍ର (Appointment letter) ପ୍ରଦାନ କରାଯାଇଥିଲା।  ବର୍ତ୍ତମାନ ସୁଦ୍ଧା ମୋଟ ୬ ଲକ୍ଷ ଲୋକଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।

ପ୍ରକାଶ ଥାଉ କି, ଦେଶରେ ଆୟୋଜିତ ନିଯୁକ୍ତି ମେଳା (Rojgar Mela) ଅଧୀନରେ ଅଧିକାଂଶ ସମୟ ଭର୍ଚୁଆଲ୍ (virtual) ମାଧ୍ୟମରେ ଯୁବକ, ଯୁବତୀ କିମ୍ବା ନବ ନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ଦିଆଯାଇଥାଏ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିବା ସହ ଦେଶରେ ନିଯୁକ୍ତି ସ୍ଥିତି ଉପରେ ମଧ୍ୟ ଆଲୋଚନା କରିଥାଆନ୍ତି।

Also Read-PM Modi launches Whatsaap Channel: ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ଯୋଗାଯୋଗ କରିବାକୁ ଚାହୁଁଛନ୍ତି କି, ଏହି ଚ୍ୟାନେଲକୁ ଫଲୋ କରନ୍ତୁ

 

Read More
{}{}