Hindi News >>Home >>Odisha National-International

Road Accident: ଗଙ୍ଗା ନଦୀକୁ ଖସିଲା ମାକ୍ସ ଗାଡ଼ି, ୩ ମୃତ ଓ ୫ ଗୁରୁତର, ଅନ୍ୟ ତିନି ଜଣଙ୍କ ପତ୍ତା ପାଉନି ପୋଲିସ

Road Accident: ମ୍ୟାକ୍ସ ଗାଡ଼ିରେ ଥିବା ୩ ଜଣ ଯାତ୍ରୀ ନିଖୋଜ ଥିବାବେଳେ ୩ ଜଣ ମୃତ୍ୟବରଣ କରିଛନ୍ତି । ସେହିପରି ଗାଡ଼ରେ ଥିବା ୫ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। 

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Jul 09, 2023, 03:47 PM IST

Road Accident: ଋଷିକେଶରେ ଭୟଙ୍କର ସଡ଼କ ଦୁର୍ଘଟଣା । ସୋନପ୍ରୟାଗରୁ ଋଷିକେଶକୁ ଆସୁଥିବା ଏକ ମ୍ୟାକ୍ସ ଗାଡ଼ିଟି ଭାରସାମ୍ୟ ହରାଇ ନଦୀକୁ ଖସି ପଡ଼ିଛି। ଫଳରେ ମ୍ୟାକ୍ସ ଗାଡ଼ିରେ ଥିବା ୩ ଜଣ ଯାତ୍ରୀ ନିଖୋଜ ଥିବାବେଳେ ୩ ଜଣ ମୃତ୍ୟବରଣ କରିଛନ୍ତି । ସେହିପରି ଗାଡ଼ରେ ଥିବା ୫ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ପାହାଡରୁ ଏକ ପଥର ଖସିବାରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ, ଫଳରେ ମ୍ୟାକ୍ସ ଗାଡ଼ିଟି ଖାଲକୁ ଖସିବା ପରେ ଗଙ୍ଗା ନଦୀରେ ବୁଡ଼ିଯାଇଥିଲା ।

ସୂଚନା ଅନୁଯାୟୀ, ସୋନପ୍ରୟାଗରୁ ଋଷିକେଶକୁ ଆସୁଥିବା ଏକ ମ୍ୟାକ୍ସ ଗାଡି଼ ଭାରସାମ୍ୟ ହରାଇ ମାଲାକୁଣ୍ଟି ନିକଟରେ ଗଙ୍ଗା ନଦୀକୁ ଖସିପଡ଼ିଥିଲା । ଏଥିରେ ଡ୍ରାଇଭରଙ୍କ ସମେତ ୧୧ ଜଣ ଯାତ୍ରୀ ଥିବା ଜଣାପଡ଼ିଛି । ଦୁର୍ଘଟଣା ଖବର ପାଇ ପୋଲିସ ଓ ଏସଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ନଦୀରୁ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ୩ ଜଣ ନିଖୋଜ ଥିବା ଜଣାପଡ଼ିଛି । ଗାଡ଼ିରେ ଥିବା ଅନ୍ୟ ୫ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ହୋଇଛି । ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉଦ୍ଧାର ହୋଇଥିବା ଯାତ୍ରୀମାନେ କହିଛନ୍ତି ଯେ, ସେମାନେ ଭିନ୍ନ ଭିନ୍ନ ସ୍ଥାନର ବାସିନ୍ଦା ଅଟନ୍ତି । ଶନିବାର ଦିନ ରାତି ୮ଟା ବେଳେ ସୋନପ୍ରୟାଗରୁ ଏକ ମ୍ୟାକ୍ସ ଗାଡ଼ିରେ ବସିଥିଲେ । ରାତି ପ୍ରାୟ ୩ଟାରେ ମାଲାକୁଣ୍ଟି ବ୍ରିଜ ନିକଟରେ ବର୍ଷା ହୋଇଥିଲା । ଫଳରେ ପାହାଡ଼ରୁ ହଠାତ୍ ପଥର ଖସିବା ଆରମ୍ଭ ହୋଇଥିଲା । ପଥର ଖସିବା କାରଣରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ । ଫଳରେ କାରଟି ଭାରସାମ୍ୟ ହରାଇ ନଦୀକୁ ଖସିପଡିଥିଲା।

ସୂଚନାଥାଉ କି, ଶନିବାର ଦିନ ବାଲେଶ୍ବର (Balasore) ଜିଲ୍ଲା ସୋର ରେଳ ଷ୍ଟେସନରେ (Soro railway station) ଟ୍ରେନରେ କଟି ଦୁଇ ଜଣ ଯୁବକ ପୃଥକ ପୃଥକ ଭାବେ ମୃତ୍ୟୁବରଣ କରିଥିଲେ । ଜଣେ ମୃତକ ବାଲେଶ୍ବର ଜିଲ୍ଲା ସୋର ବ୍ଲକ ସିଙ୍ଗାଖୁଣ୍ଟା ପଞ୍ଚାୟତ ନୂଆସାହିର ହରେକୃଷ୍ଣ ପାଣ୍ତବ ଓ ଅନ୍ୟ ଜଣେ ବିହାର ଅଞ୍ଚଳର ଅବଦୁଲ କ୍ବାଦିର ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ହରେକୃଷ୍ଣ ଏକ ହୋଟେଲରେ କାମ କରୁଥିବା ବେଳେ ଶୁକ୍ରବାର ଦିନ ରାତିରେ ସେ କାମ ସାରି ବାହାରକୁ ଯାଇଥିଲେ । ବିଳମ୍ବିତ ରାତିରେ ଡ଼ାଉନ ଲାଇନର ଜଗନ୍ନାଥ ଏକ୍ସପ୍ରେସ ସାମ୍ନାକୁ ଆସି ଟ୍ରେନ୍ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିଲା,  ସେହିପରି ବିହାରର ଅବଦୁଲ ଆନକୁଲାମ ଏକ୍ସପ୍ରେସରେ ନିଜ ସାଙ୍ଗମାନଙ୍କ ସହ ପାଟନାରୁ ବିଶାଖାପାଟଣା ଅଭିମୁଖେ ଯାଇଥିଲେ । ସେ ଯାଉଥିବା ଟ୍ରେନରେ ବସିବା ଲାଗି ଖାଲି ସିଟ୍ ନଥିବାରୁ ବିଳମ୍ବିତ ରାତିରେ ସେ ଟ୍ରେନ୍ (train) ଡ଼ୋର ନିକଟରେ ବସିଥିବା ସମୟରେ ସୋର ଷ୍ଟେସନର (Soro railway station) ଅନତି ଦୂରରେ ଥିବା ତଳନଗର ନିକଟରେ ସେ ଖସି ପଡ଼ିଥିଲେ । ଅବଦୁଲଙ୍କ ସାଙ୍ଗମାନେ ଟ୍ରେନର ଚେନ୍ ଟାଣି ରେଳ ଅଟକାଇବା ସହ ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତାଙ୍କୁ ଉଦ୍ଧାର କରି ଡ଼ାକ୍ତରଖାନା ପଠାଇଥିଲେ । ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ସେହିପରି, ଶନିବାର ଦିନ ସକାଳୁ ସକାଳୁ ସମ୍ବଲପୁର ଜିଲ୍ଲାରେ ଘଟିଥିଲା ଏକ ମର୍ମନ୍ତୁଦ ଦୁର୍ଘଟଣା (Accident) । ରେଲୱ ଟ୍ରାକକୁ (railway track) ଚଢିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏକ ଯାତ୍ରୀବାହୀ ବସ । ଫଳରେ ଏଥିରେ ଥିବା ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ବସ ହେଲପରଙ୍କ ଗୋଡ଼ ଛିଣ୍ତିଯାଇଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ବସଟି୍ ଦୀର୍ଘ ସମୟ ଧରି ଟ୍ରାକ ଉପରେ ଥିବାରୁ ଏହି ଟ୍ରାକ୍ ଦେଇ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା  । ସୂଚନାଯାଗ୍ୟ, ନଡ଼ିଆରାଣୀ ନାମକ ଏକ ଘରୋଇ ବସଟି ସମ୍ବଲପୁର ଲକ୍ଷ୍ମୀ ଡୁଙ୍ଗୁରୀ ଅଭିମୁଖେ ଯାଉଥିବା ସମୟରେ କୌଣସି କାରଣବଶତଃ ଭାରସାମ୍ୟ ହରାଇ ଟ୍ରେନ୍ ଟ୍ରାକ ଉପରକୁ ଚଢିଯାଇଥିଲା । ଫଳରେ ବସର ସମୁଖ ଭାଗ ସମୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଏଥିରେ ଥିବା ଯାତ୍ରୀ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । 

Read More
{}{}