Hindi News >>Home >>Odisha National-International

Accident News: ଜେସିବିକୁ ଧକ୍କା ଦେଇ ଦୁଇ ଖଣ୍ତ ହେଲା ଅଟୋ, ଚାଲିଗଲା ୭ ଜୀବନ

Accident News: ଭୟଙ୍କର ସଡ଼କ ଦୁର୍ଘଟଣା । ଜେସିବି ଓ ଯାତ୍ରାବାହୀ ଅଟୋ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବିହାର ପାଟନାରେ ।

Advertisement
Accident News: ଜେସିବିକୁ ଧକ୍କା ଦେଇ ଦୁଇ ଖଣ୍ତ ହେଲା ଅଟୋ, ଚାଲିଗଲା ୭ ଜୀବନ
Stop
Payal Priyadarshini|Updated: Apr 16, 2024, 03:12 PM IST

Accident News: ଭୟଙ୍କର ସଡ଼କ ଦୁର୍ଘଟଣା । ଜେସିବି ଓ ଯାତ୍ରାବାହୀ ଅଟୋ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବିହାର ପାଟନାରେ ।

ସୂଚନା ଅନୁଯାୟୀ, ପାଟନାର କଙ୍କଡ଼ବାଗ ଥାନା ସ୍ଥିତ ରାମଲଖନ ରୋଡ଼ରେ ଘଟିଛି ଏହି ଦୁର୍ଘଟଣା। ଦ୍ରୁତ ଗତିରେ ଆସୁଥିବା ଏକ ଯାତ୍ରାବାହୀ ଅଟୋ ମେଟ୍ରୋ କାମରେ ନିୟୋଜିତ ଥିବା ଏକ ଜିସିବିକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିରେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଜେସିବି ସହ ଧକ୍କା ହେବା ପରେ ଅଟୋର ଉପର ଛାତ ଉଡିଯିବା ସହ ଅଟୋଟି ଦୁଇ ଖଣ୍ଡ ହୋଇଯାଇଛି। ପୋଲିସର କହିବା ଅନୁଯାୟୀ, ଅଟୋରେ ୮ ଜଣ ଯାତ୍ରୀ ଥିବା ବେଳେ ଏହା ପୁରୁଣା ବସ୍‌ ଷ୍ଟାଣ୍ଡ ଆଡକୁ ଯାଉଥିଲା। ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ସାମିଲ ଜଣାପଡ଼ିଛି । ଦୁର୍ଘଟଣାର ସମୟର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି। 

Also Read- Patanjali Ads Case: 'ରାମଦେବ ସର୍ବସାଧାରଣରେ କ୍ଷମା ମାଗିବା ଉଚିତ'- ସୁପ୍ରିମକୋର୍ଟ

ପ୍ରକାଶଥାଉ କି, ପାଟନା ମେଟ୍ରୋ କାମରେ ନିୟୋଜିତ ଥିବା ଏହି ଜେସିବି ନିକଟରେ କୌଣସି ଗାର୍ଡ ଉପସ୍ଥିତ ନଥିଲେ । ଏପରିକି, ଦୁର୍ଘଟଣା ପରେ ଜେସିବି ଡ୍ରାଇଭର ତାଙ୍କ ମେସିନ୍ ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଦୁର୍ଘଟଣା ପରେ ସିସିଟିଭି ଫୁଟେଜ୍ ଯାଞ୍ଚ ହେବାପରେ ଏହି କଥା ସାମ୍ନାକୁ ଆସିଛି।  ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି। 

 

 

Read More
{}{}