Hindi News >>Home >>Odisha National-International

Road Accident: ଅଭିଶାପ ପାଲଟିଲା ଦେବୀ ଦର୍ଶନ! ଗାଡ଼ି ପୂଜା କରି ଫେରିବା ବେଳେ ଦୁର୍ଘଟଣା, ଚାଲିଗଲା ୭ ଜୀବନ

Road Accident: ରାସ୍ତା ଉପରେ ଛିଡ଼ା ହୋଇଥିବା କଣ୍ଟେନରକୁ ପଛରୁ ପିଟିଲା ସ୍କର୍ପିଓ । ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଥିବା ଜଣାପଡ଼ିଛି । 

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Aug 30, 2023, 10:38 AM IST

Road Accident: ବିହାରରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତା ଉପରେ ଛିଡ଼ା ହୋଇଥିବା କଣ୍ଟେନରକୁ ପଛରୁ ପିଟିଲା ସ୍କର୍ପିଓ । ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଥିବା ଜଣାପଡ଼ିଛି । ସମସ୍ତ ମୃତକ କୁଡାରି ଗାଁର ବାସିନ୍ଦା ବୋଲି ଜଣାପଡି଼ଛି ।

ସୂଚନା ଅନୁଯାୟୀ, ସିଦ୍ଧେଶ୍ୱର ଶର୍ମା ନାମକ ଜଣେ ବ୍ୟକ୍ତି ନିଜ ପରିବାର ଲୋକଙ୍କ ସହ ବୋଧ ଗୟାରୁ କେମୁରି ଜିଲ୍ଲା ଅନ୍ତର୍ଗତ କୁଡାରି ଗାଁକୁ ଫେରୁଥିଲେ । ଭୋର ସମୟରେ ଡ୍ରାଇଭରଙ୍କ ଆଖି୍ ଲାଗି ଯାଇଥିଲା । ଫଳରେ ଗାଡ଼ି଼ଟି ଆଗରେ ଯାଉଥିବା ଏକ କଣ୍ଟେନରକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସ୍କର୍ପିଓର ସମ୍ମୁଖ ଭାଗ କଣ୍ଟେନର ଭିତରେ ପଶିଯାଇଥିଲା । ଏନେଇ ସ୍ଥାନୀୟ ଲୋକେ ପୋଲିସ ସୂଚନା ଦେବା ପରେ ସ୍କର୍ପିଓ ଟାଣି ବାହାର କରିଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସଦର ହସ୍ପିଟାଲରେ ଚିକିତ୍ସା ବେଳେ ଆଉ ଜଣଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ଅନ୍ୟ ୫ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ସିଦ୍ଧେଶ୍ୱର ଶର୍ମା ମାତ୍ର ତିନି ଦିନ ପୂର୍ବରୁ ଏହି ସ୍କର୍ପିଓ କାରଟି କିଣିଥିଲେ। ଗାଡ଼ି ପୂଜା କରିବା ନେଇ ସମ୍ପର୍କୀୟଙ୍କ ସହ ସିଦ୍ଧେଶ୍ୱର ରଜରପ୍ପା ସ୍ଥିତ ଛିନ୍ନମସ୍ତିକା ଦେବୀ ମନ୍ଦିରକୁ ଯାଇଥିଲେ। ସେଠାରୁ ପୂଜା ସାରି ମଙ୍ଗଳବାର ଦିନ ଦର୍ଶନ ପାଇଁ ବୋଧ ଗୟା ଯାଇଥିଲେ। ଏହାପରେ ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ବୋଧ ଗୟା ଠାରୁ ଗାଁ ଅଭିମୁଖେ ବାହାରି ଥିଲେ । ଭୋର ପ୍ରାୟ ୪ଟା ବେଳେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିବା ପୋଲିସ କହିଛି । ତେବେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Also Read-Rule Changes in September: ସେପ୍ଟେମ୍ବର ମାସରେ ବଦଳିଯିବ ଏହି ୭ଟି ବଡ଼ ନିୟମ, ଜାଣି ନିଅନ୍ତୁ ପୂରା ଡିଟେଲ୍ସ

Also Read-LPG Price Cut: ୪୦୦ ଟଙ୍କାରେ ଶସ୍ତାରେ ମିଳିବ ଘରୋଇ ଗ୍ୟାସ !

ପ୍ରକାଶ ଥାଉ କି, ମୃତକ ମାନେ ହେଲେ ୧୮ ବର୍ଷୀୟା ତାରା କୁମାରୀ, ୧୫ ବର୍ଷିୟା ଚାନ୍ଦନୀ କୁମାରୀ, ୫୦ ବର୍ଷିୟ ଅରବିନ୍ଦ ଶର୍ମା, ୫୦ ବର୍ଷିୟା ରାଜମତି ଦେବୀ, ୮ ବର୍ଷୀୟ ଆଦିତ୍ୟ କୁମାର, ୯ ବର୍ଷିୟା ରିୟା କୁମାରୀ ଓ ୩୫ ବର୍ଷୀୟ ସୋନି କୁମାରୀ । ଆହତମାନେ ହେଲେ, ସିଦ୍ଧେଶ୍ୱର ଶର୍ମା, ରବିଚନ୍ଦ୍ର ପ୍ରିୟଦର୍ଶୀ (୩୦), ରିତୁ ଶର୍ମା (୧୪), ଦିବ୍ୟା କୁମାରୀ (୨୬) ଓ ଉପେନ୍ଦ୍ର ଶର୍ମା (୩୨) । ସମସ୍ତ ଆହତଙ୍କୁ ଗୁରୁତର ଅବସ୍ଥାରେ ସର୍ ହସ୍ପିଟାଲ୍ ସାସରାମରୁ ଉଚ୍ଚ କେନ୍ଦ୍ରକୁ ପଠାଯାଇଥିବା ଜଣାପଡ଼ିଛି । ଏଥି ମଧ୍ଯରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।

Read More
{}{}