Hindi News >>Home >>Odisha National-International

Road Accident: ଓଲଟିଲା ସ୍କୁଲ୍ ବସ୍, ଘଟଣାସ୍ଥଳରେ ୫ ମୃତ , ୧୦ ଆହତ

Road Accident:ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁ କିଛି । କ୍ଷଣିକ ମଧ୍ୟରେ ଚାଲିଗଲା  ୫ ଜୀବନ । ମୃତକଙ୍କ ମଧ୍ୟରେ ୪ ଜଣ ସ୍କୁଲ୍ ଛାତ୍ର ଓ ଜଣେ ଯୁବକ ରହିଥିବା ଜଣାପଡିଛି । ଏକ ସ୍କୁଲ୍ ବସ୍ ଓ ବାଇକ୍ ଧକ୍କା ହେବାରୁ ନିୟନ୍ତ୍ରଣ ହରାଇ ରାସ୍ତା କଡ଼କୁ ଓଲଟିପଡିଲା ବସ୍।

Advertisement
Road Accident: ଓଲଟିଲା ସ୍କୁଲ୍ ବସ୍, ଘଟଣାସ୍ଥଳରେ ୫ ମୃତ , ୧୦ ଆହତ
Stop
Zee Odisha Desk|Updated: Apr 03, 2024, 07:36 AM IST

Road Accident:ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁ କିଛି । କ୍ଷଣିକ ମଧ୍ୟରେ ଚାଲିଗଲା  ୫ ଜୀବନ । ମୃତକଙ୍କ ମଧ୍ୟରେ ୪ ଜଣ ସ୍କୁଲ୍ ଛାତ୍ର ଓ ଜଣେ ଯୁବକ ରହିଥିବା ଜଣାପଡିଛି । ଏକ ସ୍କୁଲ୍ ବସ୍ ଓ ବାଇକ୍ ଧକ୍କା ହେବାରୁ ନିୟନ୍ତ୍ରଣ ହରାଇ ରାସ୍ତା କଡ଼କୁ ଓଲଟିପଡିଲା ବସ୍। ଫଳରେ ସ୍କୁଲ୍ ବସରେ ଥିବା ୪୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଛି। ୧୦ ଜଣ ପିଲା ଗୁରୁତର ଥିବା ଜଣାପଡିଛି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍ ପଠାଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଉତ୍ତରପ୍ରଦେଶର ବାରବାଙ୍କୀରେ (Barabanki)ରେ ଏହି ଦୁର୍ଘଟଣା ଘଟିଛି।

ALSO READ: Road Accident: ଟ୍ରକକୁ ପଛରୁ ପିଟିଲା ସ୍କର୍ପିଓ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ

ALSO READ: Budh Asta 2024: ବୁଧଙ୍କ ଅସ୍ତ ୫ ରାଶି ପାଇଁ ଆଣିବ ବଡ଼ ସଙ୍କଟ, ଅଟକିବ ହେବାକୁ ଥିବା ପ୍ରମୋସନ୍, ଆୟ ତୁଳନାରେ ବଢିବ ବ୍ୟୟ

ସୂଚନା ଅନୁଯାୟୀ, ଗତକାଲି ଉତ୍ତର ପ୍ରଦେଶ ବାରବାଙ୍କୀ ଅଞ୍ଚଳର ଏକ ଘରୋଇ ସ୍କୁଲର ଛାତ୍ରଛାତ୍ରୀ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ସହ ଚିଡିଆଖାନା ବୁଲିବାକୁ ଲକ୍ଷ୍ମୌ ଯାଇଥିଲେ।  କିନ୍ତୁ ଫେରିବା ବାଟରେ ସାଲାରପୁର ଅଞ୍ଚଳରେ ଏକ ବାଇକ୍ ଚାଳକ ସ୍କୁଲ୍ ବସ୍ ଆଗକୁ ମାଡି଼ ଆସିଥିଲା। ଫଳରେ ବାଇକ୍ ଚାଳକଙ୍କୁ ବଂଚାଇବାକୁ ଯାଇ ବସ୍ ଡ୍ରାଇଭର ଗାଡି଼ଟିକୁ ବ୍ରକ୍ ମାରିବାରୁ ବସ୍ ଟି ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ୪ ସ୍କୁଲ୍ ଛାତ୍ରଙ୍କ ମୃତ୍ୟୁ ଘଟିବା ସହିତ ବାଇକ୍ ଚାଳକଙ୍କ ମଧ୍ୟ ଜୀବନ ଯାଇଥିଲା। ଏବଂ ଏହି ଦୁର୍ଘଟଣାରେ ୧୦ ଜଣ ସ୍କୁଲ୍ ପିଲା ମଧ୍ୟ ଆହତ ହୋଇଛନ୍ତି।  ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ପୋଷ୍ଟ ମର୍ଟମ୍ ପାଇଁ ପଠାଇଛି। ଆହତଙ୍କୁ ମେଡିକାର ପଠାଯାଇଛି । କିନ୍ତୁ ଆହତଙ୍କ ଅବସ୍ଥା ଅଧିକ ଖରାପ ଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ଏବଂ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। 

 

Read More
{}{}