Hindi News >>Home >>Odisha National-International

Road Accident: ୨ଟି କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ୪ ଛାତ୍ର ମୃତ

Road Accident: ବାଟର ଛକି ବସିଥିଲା ଯମ। ଅକାଳରେ ଚାଲିଗଲା ୪ ଜୀବନ।  କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। ୨ଟି କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ଘଟଣାର ଛାନଭିନ୍ ଜାରି ରଖିଛି। 

Advertisement
Road Accident: ୨ଟି କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ୪ ଛାତ୍ର ମୃତ
Stop
Narmada Behera|Updated: May 19, 2024, 09:40 AM IST

Road Accident: ଏ-ମିତି ବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। ଦୁଇଟି କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ସମସ୍ତ ମୃତକ ରାଜୀବ ଗାନ୍ଧି  ନ୍ୟାସନାଲ୍ ୟୁନିଭରସିଟି ଅଫ ଲ' ର ଛାତ୍ର । ପଟିଆଲା- ବାଦୋସନ୍ ରୋଡରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଜାରି ରଖିଛି। 

ଏହାବି ପଢନ୍ତୁ : Road Accident: ମଥୁରାରୁ ଫେରିବା ବେଳେ ଜଳିଗଲା ଟୁରିଷ୍ଟ ବସ, ଥିଲେ ୬୦ରୁ ଅଧିକ ପର୍ଯ୍ୟଟକ

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ରାଜୀବ ଗାନ୍ଧି ନ୍ୟାସନାଲ୍ ୟୁନିଭରସିଟି ଅଫ ଲ' କଲେଜର ୪ ଜଣ ଛାତ୍ର ଏକ କାର ଯୋଗେ ପଟିଆଲା ନିକଟକୁ ଏକ ଫଙ୍କସନରେ ଯୋଗ ଦେବାକୁ ଯାଇଥିଲେ। କିନ୍ତୁ ଫେରିବା ବାଟରେ ଏକ କାର୍ ଛାତ୍ରଙ୍କ କାରକୁ ସାମ୍ନାପଟୁ ପିଟି ଦେଇଥିଲା। ଫଳରେ ଘଚଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏବଂ କାର ଭିତରୁ ମୃତଦେହ ଉଦ୍ଧାର କରି ପୋଷ୍ଟ ମଟମ୍ ପାଇଁ ପଠାଇଛି। ଏବଂ ଘଟଣାର ତଦନ୍ତ ଜାରି ରଖିଛି। ମୃତକ ମାନେ ହେଲେ ରିତ୍ କୌର ବ୍ରିକ୍, ଇସାନ୍ ସୁଦ୍, ରିବୁ ସେଗଲ୍ ଓ କୌଶାଗ୍ରା ୟାଦବ୍। ତେବେ, ଏହି ଦୁର୍ଘଟଣାଟି ରାତିପ୍ରାୟ ୨ ଟା ବେଳେ ଘଟିଛି। 

ଗତକାଲି ମଧ୍ୟ ଏଭଳି ଏକ ଭୟଙ୍କର ଦୁର୍ଘଟଣା ହରିୟାଣାର ନୁହରେ (Haryana Nuh Road Accident ) ଘଟିଯାଇଛି।ଏକ ଚଳନ୍ତା ବସ୍ ରେ ନିଆଁ ଲାଗିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ୨୪ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ  ଏକ ଟୁରିଷ୍ଟ ବସରେ ୬୦ ଜଣ ଯାତ୍ରୀ ବୃନ୍ଦାବନରୁ ଦର୍ଶନ ସାରି ପଞ୍ଜାବ ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ ବସଟି ହରିୟାଣାର ନୁହ ଜିଲ୍ଲାରେ କୁଣ୍ତଲୀ ମାନେସର ପଲଓ୍ବାର ଏକ୍ସପ୍ରେସ୍ ଓ୍ବେରେ ପହଞ୍ଚିବା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା। କ୍ଷଣିକ ମଧ୍ୟରେ ବସଟି ହୁତୁ ହୁତୁ ହୋଇ ଜଳି ଉଠିଥିଲା। ଫଳରେ ଘଟଣାସ୍ଥଳରେ ୮ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ଏବଂ ୨୪ ଜଣ ପୋଡି ଗୁରୁତର ଆହତ ହୋଇଛନ୍ତି । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।  ପୋଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏବଂ ଜଳୁଥିବା ବସ୍ ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ। ଏବଂ ମୃତଦେହ ଉଦ୍ଧାର କରି ପୋଷ୍ଟ ମଟମ୍ ପାଇଁ ପଠାଯାଇଛି। ତେବେ, କେଉଁ ପରିସ୍ଥିତିରେ ବସ୍ ରେ ନିଆଁ ଲାଗିଲା ତାହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ସେପଟେ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ବସରେ ଥିବା ସମସ୍ତ ଯାତ୍ରୀଙ୍କ ସଂଖ୍ୟା ୬୦ ହେବ। ଏବଂ ସମସ୍ତଙ୍କ ଘର  ପଞ୍ଜାବରେ ହୋଇଥିବା ଜଣାପଡିଛି।

Read More
{}{}