Hindi News >>Home >>Odisha National-International

ଗୋପନୀୟତା ଅଧିକାର ଜଣେ ବ୍ୟକ୍ତିର ମୃତ୍ୟୁ ସହିତ ଶେଷ ହୁଏ ନାହିଁ, କୋଲକାତା ହାଇକୋର୍ଟ

Right to Privacy: ଗୋପନୀୟତା ଅଧିକାରକୁ ନେଇ କୋଲକାତା ହାଇକୋର୍ଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଜଣେ ବ୍ୟକ୍ତିର ମୃତ୍ୟୁ ସହିତ ତାର ଗୋପନୀୟତାର ଅଧିକାର ଶେଷ ହୁଏନାହିଁ । ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ମୃତ ବ୍ୟକ୍ତିଙ୍କୁ ସମ୍ମାନ ଦେବା ଦାୟିତ୍ୱ ଉପରେ ଗୁରୁତ୍ୱ ଦେଇ ହାଇକୋର୍ଟ ଏହା କହିଛନ୍ତି।

Advertisement
ଗୋପନୀୟତା ଅଧିକାର ଜଣେ ବ୍ୟକ୍ତିର ମୃତ୍ୟୁ ସହିତ ଶେଷ ହୁଏ ନାହିଁ, କୋଲକାତା ହାଇକୋର୍ଟ
Stop
Durga Madhaba Pattanayak|Updated: Oct 01, 2022, 11:45 PM IST

Kolkata High Court: ଗୋପନୀୟତା ଅଧିକାରକୁ ନେଇ କୋଲକାତା ହାଇକୋର୍ଟ(Kolkata High Court) ଏକ ବଡ ନିଷ୍ପତ୍ତି ନେଇଛନ୍ତି । ହାଇକୋର୍ଟ ଗୋଟିଏ ମାମଲାରେ କହିଛନ୍ତି ଯେ ଗୋପନୀୟତା ଅଧିକାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ସହିତ ଶେଷ ହୁଏ ନାହିଁ। ଆରଟିଆଇ ଅଧିନିୟମ(RTI Act) ଅନୁଯାୟୀ, ଜଣେ ମୃତ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଚାଟ୍ କିମ୍ବା ବ୍ୟକ୍ତିଗତ ଫଟୋଗ୍ରାଫ୍ ସାର୍ବଜନୀନ କରାଯାଇପାରିବ ନାହିଁ । ହାଇକୋର୍ଟ କୋଲକାତା ପୋଲିସକୁ ନିର୍ଦ୍ଦେଶ ଦେଇ ଏହା କହିଛନ୍ତି ଯେ, ରଶିକା ଜୈନ(Rashika Jain)ଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ବନ୍ଧୁଙ୍କୁ ସେୟାର କରିଥିବା ତାଙ୍କ ହ୍ୱାର୍ଟଅପ ମେସେଜ ଏବଂ ଫଟୋ ଗୁଡିକୁ(WhatsApp messages and photos) ଆରଟିଆଇ ଅଧିନିୟମ ଅନୁସାରେ  'ବ୍ୟକ୍ତିଗତ ସୂଚନା' (personal information)ରୂପେ ଗ୍ରହଣ କରିବେ ।

ରଶିକା ଜୈନଙ୍କ ପିତାମାତାଙ୍କ ଆବେଦନ ଉପରେ ହାଇକୋର୍ଟଙ୍କ ନିଷ୍ପତ୍ତି
ବାସ୍ତବରେ, ରଶିକା ଜୈନ ୨୦୨୦ ରେ କୁଶ ଅଗ୍ରୱାଲ (Kush Agarwal)ଙ୍କୁ ବିବାହ କରିଥିଲେ। କିନ୍ତୁ ଏହାର ଗୋଟିଏ ବର୍ଷ ପରେ ସେ ରହସ୍ୟମୟ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ । ତାଙ୍କ ପିତାମାତା ଏବଂ ଶାଶୁଘର ଲୋକେ ପରସ୍ପର ବିରୋଧରେ ମାମଲା ଦାୟର କରିଥିଲେ। ଏହି ମାମଲାରେ ବହୁ ହଙ୍ଗାମା ପରେ  ରଶିକାଙ୍କ ସ୍ୱାମୀ କୁଶଲଙ୍କୁ ଗତ ଜୁଲାଇରେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (Special Investigation Team) ଗିରଫ କରିଥିଲା । ଅନୁସନ୍ଧାନ ରିପୋର୍ଟରେ, ବିବାହ ପୂର୍ବରୁ ରଶିକା ଏବଂ ତାଙ୍କ ବନ୍ଧୁଙ୍କ ମଧ୍ୟରେ ହ୍ୱାଟସ୍ ଆପ୍ ଚାଟ୍ ବିଷୟରେ ପୋଲିସ ଉଲ୍ଲେଖ କରିଛି। ତାଙ୍କ ଶାଶୁଘର ଲୋକେ ସେମାନଙ୍କର ଚାଟ୍ ର ବିବରଣୀ ଜାଣିବାପାଇଁ ଆରଟିଆଇ ଜରିଆରେ ଏକ  ଆବେଦନ କରିଥିଲେ। ଆରଟିଆଇ ଅଧିନିୟମ ଅନୁଯାୟୀ ପୋଲିସ ୨୦୨୨ ମସିହାରେ  ଏହାର ସୂଚନା ପ୍ରକାଶ କରିଥିଲା। ଏହା ପରେ ରଶିକାଙ୍କ ପିତାମାତା ଏହାକୁ ବିରୋଧ କରି  ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ।

ବ୍ୟକ୍ତିଗତ ସ୍ଥାନ ସୁରକ୍ଷିତ ହେବା ନିତ୍ୟାନ୍ତ ଆବଶ୍ୟକ 
ହାଇକୋର୍ଟ କହିଛନ୍ତି ଯେ ଏହି ଆଇନ ନିଶ୍ଚିତ କରିଛି ଯେ ବ୍ୟକ୍ତିଗତ ସ୍ଥାନର ସୁରକ୍ଷା ନିହାତିଭାବରେ ଆବଶ୍ୟକ ଏବଂ ସେଠାରୁ ବାହାରୁଥିବା ସୂଚନାର କୌଣସି ପ୍ରକାଶ ସ୍ୱେଚ୍ଛାକୃତ (Voluntary) ଏବଂ ବିନା ବାଧାରେ(without compulsion) ହେବା ଉଚିତ। ମୃତ ବ୍ୟକ୍ତିଙ୍କୁ ସମ୍ମାନ ଦେବା ("obligation to respect the dead")ଦାୟିତ୍ୱ ଉପରେ ଗୁରୁତ୍ୱ ଦେଇ ହାଇକୋର୍ଟ କହିଛନ୍ତି ଯେ ଏହି ଦାୟିତ୍ୱ ଏକ ଉଚ୍ଚ ନୈତିକ ଭିତ୍ତିଭୂମି ଅଟେ କାରଣ ମୃତ ବ୍ୟକ୍ତି ଏପରି କୌଣସି ବିରୁଦ୍ଧରେ ନିଜକୁ ରକ୍ଷା କରିପାରିବ ନାହିଁ ।

Read More
{}{}