Hindi News >>Home >>Odisha Education And Job

Indian Navy: ଭାରତୀୟ ନୌସେନାର ବେସାମରିକ ପଦବୀ ପାଇଁ ବାହାରିଲା ନିଯୁକ୍ତି, ଶ୍ରୀଘ୍ର କରନ୍ତୁ ଆବେଦନ

Indian Navy Recruitment :  ଭାରତୀୟ ନୌସେନାରେ ରେଷେୟା ପଦ ପାଇଁ ବାହରିଛି ନିଯୁକ୍ତି। ଏହି ପଦ ଲାଗି ଆବେଦନ କରିବାର ଶେଷ ତାରିଖ ହେଉଛି  ୨୦ ଜୁନ।

Advertisement
Indian Navy: ଭାରତୀୟ ନୌସେନାର ବେସାମରିକ ପଦବୀ ପାଇଁ ବାହାରିଲା ନିଯୁକ୍ତି, ଶ୍ରୀଘ୍ର କରନ୍ତୁ ଆବେଦନ
Stop
Zee Odisha Desk|Updated: Apr 26, 2023, 05:53 PM IST

Indian Navy Recruitment 2023: ବେସାମରିକ ପଦବୀରେ ଭର୍ତ୍ତି ପାଇଁ ଭାରତୀୟ ନୌସେନା ପକ୍ଷରୁ ବାହାରିଛି ନିଯୁକ୍ତି। ନୌସନେନାରା ସାଉଥ କମାଣ୍ଡ ମୁଖ୍ୟାଳୟ ପକ୍ଷରୁ ବେସାମରିକ ବିଭାଗ ପାଇଁ ଆରମ୍ଭ ହୋଇଛି ନିଯୁକ୍ତ ପ୍ରକ୍ରିୟା ରୋଷେୟା ପଦ ପାଇଁ ବାହାରିଥିବା ନିଯୁକ୍ତି ଲାଗି ଆବେଦନ କରିବାର ଶେଷ ତାରିଖ ହେଉଛି ୨୦ ଜୁନ। ଅବଶୋଷଣ ଏବଂ ସ୍ଥାନାନ୍ତର ପାଇଁ ଆଗ୍ରହୀ ରହିଥିବା ପ୍ରାର୍ଥୀ ମଧ୍ୟ ଏହି ପଦବୀ ପାଇଁ ଆବେଦନ କରିପାରିବେ।

ପ୍ରତିରକ୍ଷା ମନ୍ତ୍ରଣାଳୟ (Defense Ministry of India) ଦ୍ୱାରା ପ୍ରକାଶିତ ସୂଚନା ଅନୁଯାୟୀ, ରୋଷେୟା ନିଯୁକ୍ତି ପାଇଁ ପଦବୀ ସଂଖ୍ୟା ହେଉଛି ୯। ଏହି ୯ ପଦ ମଧ୍ୟରୁ କୋଚି ପାଇଁ ୫, ଅଲୱେଇ ପାଇଁ ୨ ଏବଂ ଲକ୍ଷ୍ମୀଦ୍ୱୀପ ଦ୍ୱୀପପୁଞ୍ଜ ପାଇଁ ୨ ଜଣଙ୍କୁ ନିଯୁକ୍ତି ଦିଆଯିବ। ଏହି ପଦବୀ ପାଇଁ ମନୋନୀତ ପ୍ରାର୍ଥୀଙ୍କୁ ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗ (Seventh Pay Commission) ଦ୍ୱାରା ସ୍ଥିର କରାଯାଇଥିବା ବେତନ ପ୍ରଦାନ କରାଯିବ।

ନିଯୁକ୍ତି ସମ୍ବନ୍ଧୀୟ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା

  • ପଦବୀର ନାମ: ରୋଷେୟା
  • ପଦବୀ ସଂଖ୍ୟା: ୯
  • ଦରମା: ୧୯ ହଜାର ୯୯୦ ଟଙ୍କାରୁ ୬୩ ହଜାର ୨୦୦ ଟଙ୍କା 
  • ଯୋଗ୍ୟତା: ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ବା ବୋର୍ଡ ଦ୍ୱାରା ମାଟ୍ରିକ୍ ପାସ ଏବଂ ବାଣିଜ୍ୟରେ ଏକ ବର୍ଷର ଅଭିଜ୍ଞତା
  • ବୟସ: ୫୬ ବର୍ଷରୁ ଅଧିକ ନ ହୋଇଥିବା ଆବଶ୍ୟକ

କିପରି କରିବେ ଆବେଦନ
ଆବେଦନକାରୀଙ୍କୁ A-4 ଆକାରର ସାଧା କାଗଜରେ ନିର୍ଦ୍ଦିଷ୍ଟ ଫର୍ମାଟ୍ ଉପରେ ଆଧାର କରି ସମସ୍ତ ଆବଶ୍ୟକୀୟ ତଥ୍ୟ ସ୍ପଷ୍ଟ ଭାବରେ ଲେଖିବାକୁ ହେବ। ଏହି ଆବେଦନ ଫର୍ମ ଉପରେ ପ୍ରାର୍ଥୀ ନିଜର ରଙ୍ଗୀନ ଫଟୋ ଲଗାଇବା ମଗାଯାଇଥିବା ସମସ୍ତ ଆବଶ୍ୟକୀୟ ଦସ୍ତାବିଜ ପ୍ରଦାନ କରିବେ। ଏହି ସମସ୍ତ ଦସ୍ତାବିଜ ଏକ ଲଫାପା ମଧ୍ୟରେ ରଖିବା ସହିତ, ରୋଷେୟା ପଦ ପାଇଁ ଆବେଦନ କରାଯାଉଥିବାର ଲେଖିବେ। ଆବେଦନ ଫର୍ମ ସ୍ପୀଡପୋଷ୍ଟ କିମ୍ବା ରେଜିଷ୍ଟର୍ଡ ପୋଷ୍ଟ ଦ୍ୱାରା ପଠାଯିବ।

ଆବେଦନ ପତ୍ର ପଠାଯିବାର ଠିକଣା: ଫ୍ଲାଗ ଅଫିସର କମାଣ୍ଡିଂ-ଇନ୍-ଚିଫ୍ (ବେସାମରିକ ନିଯୁକ୍ତି ସେଲ୍ ପାଇଁ), ମୁଖ୍ୟାଳୟ ସାଉଥ୍ ନାଭାଲ୍ କମାଣ୍ଡ, କୋଚି-୬୨୨୦୦୪। 

 

Read More
{}{}