Hindi News >>Home >>Odisha National-International

Rahul on Bharat Jodo Programme: ରାହୁଲଙ୍କ ପାଇଁ ଆସିଲା ବିବାହ ପ୍ରସ୍ତାବ, ଜାଣନ୍ତୁ କିଏ ଦେଲା ଏହି ପ୍ରସ୍ତାବ

ଶନିବାର ମାର୍ତଡୋମର କିଛି ମହିଳା ମନରେଗା କର୍ମଚାରୀଙ୍କୁ ଭେଟିଥିଲେ ରାହୁଲ ଗାନ୍ଧୀ। ଏହି ସମୟରେ କଂଗ୍ରେସର ସାଂସଦ ଜୟରାମ ରମେଶ ମଧ୍ୟ ସେହି ସମୟରେ ଉପସ୍ଥିତ ଥିଲେ।

Advertisement
Rahul on Bharat Jodo Programme: ରାହୁଲଙ୍କ ପାଇଁ ଆସିଲା ବିବାହ ପ୍ରସ୍ତାବ, ଜାଣନ୍ତୁ କିଏ ଦେଲା ଏହି ପ୍ରସ୍ତାବ
Stop
Zee Odisha Desk|Updated: Sep 11, 2022, 04:07 PM IST

Rahul on Bharat Jodo Programme:  ନୂଆଦିଲ୍ଲୀ: କଂଗ୍ରେସର (Congress) ପୂର୍ବତନ ଅଧ୍ୟକ୍ଷ (President) ତଥା ସାଂସଦ (MP) ରାହୁଲ ଗାନ୍ଧୀ (Rahul Gandhi) ବର୍ତ୍ତମାନ ଭାରତ ଯୋଡ଼ୋ (Bharat Jodo) କାର୍ଯ୍ୟକ୍ରମରେ ପଦଯାତ୍ରା କରୁଛନ୍ତି। ଦୀର୍ଘ ୫ ମାସ ପାଇଁ ଏହି ଭାରତ ଯୋଡ଼ୋ (Bharat Jodo) କାର୍ଯ୍ୟକ୍ରମରେ ରହିବେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ତୃଣମୂଳସ୍ତରରେ ଲୋକମାନଙ୍କ ସହିତ ମିଶିବାକୁ ପ୍ରୟାସ କରୁଛନ୍ତି ରାହୁଲ। ଏହାରି ମଧ୍ୟରେ ଅନେକ ଅଜବ ଘଟଣାକୁ ମଧ୍ୟ ସାମ୍ନା କରୁଛନ୍ତି ରାହୁଲ ଗାନ୍ଧୀ (Rahul Gandhi)। ତାମିଲନାଡ଼ୁ ରାହୁଲ ଗାନ୍ଧୀ ପଦଯାତ୍ରା କରୁଥିବା ବେଳେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। 

ଶନିବାର ମାର୍ତଡୋମର କିଛି ମହିଳା ମନରେଗା କର୍ମଚାରୀଙ୍କୁ ଭେଟିଥିଲେ ରାହୁଲ ଗାନ୍ଧୀ। ଏହି ସମୟରେ କଂଗ୍ରେସର ସାଂସଦ ଜୟରାମ ରମେଶ ମଧ୍ୟ ସେହି ସମୟରେ ଉପସ୍ଥିତ ଥିଲେ। ତେବେ ଏହି ବୈଠକ ସମୟରେ ହିଁ ଏକ ଅଜବ ଘଟଣା ଘଟିଥିଲା ଯାହାକୁ ନେଇ ଜୟରାମ ରମେଶ ପ୍ରକାଶ କରିଛନ୍ତି। ଜୟରାମ କହିଛନ୍ତି କି ଉକ୍ତ କର୍ମଚାରୀଙ୍କ ସହିତ ଆଲୋଚନା କରିବା ବେଳେ ଜଣେ ମହିଳା ରାହୁଲଙ୍କୁ ବିବାହ ନେଇ ଏକ ପ୍ରଶ୍ନ ପଚାରିଥିଲେ। ସେ ମହିଳା ଜଣକ କହିଥିଲେ କି ମୁଁ ତାମିଲନାଡ଼ୁ ପ୍ରତି ରାହୁଲଙ୍କ ଥିବା ଭଲପାଇବା ସମ୍ପର୍କରେ ବହୁତ ଭଲ ଭାବେ ଜାଣିଛି। ମୁଁ ଏଭଳି ଜଣେ ପୁଅକୁ ବାହା ହେବାକୁ ଚାହୁଁଛି ବୋଲି ଉକ୍ତ ଯୁବତୀ ଜଣକ କହିଥିଲେ। ଏହି ଆଲୋଚନା ସମୟରେ ରାହୁଲ ବେଶ ଖୁସି ରହିଥିବା ଦେଖିବାକୁ ମିଳିଥିଲା। 

ସୂଚନାଯୋଗ୍ୟ ଦେଶରେ ବେରୋଜଗାରୀ ଓ ଦରବୃଦ୍ଧିକୁ ବିରୋଧ କରି ଗତ ୭ ତାରିଖରୁ ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ପଦଯାତ୍ରା କାର୍ଯ୍ୟକ୍ରମ ତାମିଲନାଡ଼ୁରୁ ବାହାରି କଶ୍ମୀରରେ ଶେଷ ହେବ। ଏହି ପଦଯାତ୍ରା  ସମୟରେ ରାହୁଲ ଗାନ୍ଧୀ ଯେଉଁ ରାଜ୍ୟ ଦେଇ ଗତି କରିବେ ସେହି ଅଞ୍ଚଳର ଲୋକମାନଙ୍କୁ ଭେଟିବେ। ଏହି କ୍ରମରେ ତାମିଲନାଡ଼ୁର ମନରେଗା କର୍ମଚାରୀଙ୍କୁ ଭେଟିଥିଲେ। 

ଦଳ ଅନୁଯାୟୀ ଶନିବାର ରାହୁଲ ଗାନ୍ଧୀ ଏସିଆର ପ୍ରଥମ ମହିଳା ବସ ଚାଳକ ୬୩ ବର୍ଷୀୟ ବସନ୍ତକୁମାରୀଙ୍କ ସହିତ ସାକ୍ଷାତକରିଥିଲେ। ଏହା ସହିତ ମାର୍ତ୍ତୋଡ଼ୋମର ସଫେଇ କର୍ମଚାରୀଙ୍କୁ ମଧ୍ୟ ଭେଟିଥିଲେ। କେରଳ ସୀମାରେ ରାହୁଲ ଗାନ୍ଧୀ ତାମିଲନାଡ଼ୁର ଶେଷ ଚାହା ଦୋକାନରେ ଚାହା ପିଇବା ସହିତ ଆଲୋଚନା କରିଥିଲେ। ତେବେ ଯାତ୍ରାର ଚତୁର୍ଥ ଦିନ କେରଳରୁ ଆରମ୍ଭ ହୋଇଛି। 

ଭାରତ ଯୋଡ଼ୋ କାର୍ଯ୍ୟକ୍ରମକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଯୁକ୍ତିତର୍କ ଜାରି ରହିଛି। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସହିତ ବିଜେପିର ପ୍ରମୁଖ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମକୁ କଡ଼ା ଭାଷାରେ ସମାଲୋଚନା କରିଆସୁଛନ୍ତି। ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରିଆସୁଛନ୍ତି।  ପ୍ରଶ୍ନ କରି ବିଜେପି କହିଛି କି ଏହି ଯାତ୍ରାର କଣ ଆବଶ୍ୟକତା ରହିଛି। ଭାରତ କଣ ଏକଜୁଟ ନାହିଁ କି। ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାହୁଲଙ୍କ ଟି ସାର୍ଟକୁ ଟ୍ୱିଟ କରି କହିଛନ୍ତି କି ଯିଏ କହିଥିଲେ ଭାରତ ଏକ ରାଷ୍ଟ୍ର ନୁହେଁ, ସିଏ ଏବେ ବିଦେଶୀ ଟି ସାର୍ଟ ପିନ୍ଧି ଭାରତକୁ ଏକଜୁଟ କରିବାର ଯାତ୍ରାରେ ରହିଛନ୍ତି। 

ଅଧିକ ପଢନ୍ତୁ: Krishnam Raju Death: ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା 'ରିବେଲ ଷ୍ଟାର' କ୍ରିଷ୍ଣମ୍ ରାଜୁ

Read More
{}{}