Hindi News >>Home >>Odisha National-International

Ranchi Violence: ହିଂସାକାଣ୍ଡ ଅଭିଯୁକ୍ତଙ୍କ ପୋଷ୍ଟର ଲଗାଇବାକୁ ନେଇ ବିବାଦ

ଏହି ଘଟଣାରେ ଝାଡଖଣ୍ଡ ଗୃହ ସଚିବ ରାଜୀବ ଅରୁଣ ଏକ୍କା ବୁଧବାର ବିଳମ୍ବିତ ରାତିରେ ରାଞ୍ଚି ପୋଲିସ ଅଧିକ୍ଷକ ସୁରେନ୍ଦ୍ର କୁମାର ଝା ଙ୍କୁ ନୋଟିସ ଜାରି କରି ୪୮ ଘଣ୍ଟା ମଧ୍ୟରେ ଏହାର ସ୍ପଷ୍ଟୀକରଣ ଦେବାକୁ କହିଛନ୍ତି।  

Advertisement
Ranchi Violence: ହିଂସାକାଣ୍ଡ ଅଭିଯୁକ୍ତଙ୍କ ପୋଷ୍ଟର ଲଗାଇବାକୁ ନେଇ ବିବାଦ
Stop
Subhramjit Ray|Updated: Jun 16, 2022, 05:35 PM IST

Ranchi Violence:ଗତ ୧୦ ତାରିଖ ଶୁକ୍ରବାର ଜୁମା ନମାଜ ପରେ ରାଜଧାନୀ ରାଞ୍ଚିରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ଜଡ଼ିତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଝାଡ଼ଖଣ୍ଡ ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ସର୍ବସାଧାରଣରେ ଉପଦ୍ରବୀଙ୍କ ପୋଷ୍ଟର ଲଗାଇଛି ରାଞ୍ଚି ପୋଲିସ। ହେଲେ ଉପଦ୍ରବୀଙ୍କ ପୋଷ୍ଟର ଲଗାଇବାକୁ ନେଇ ରାଞ୍ଚି ପୋଲିସ ଅଧିକ୍ଷକ ସୁରେନ୍ଦ୍ର କୁମାର ଝା ଙ୍କୁ ନୋଟିସ ଜାରି କରି ଏହାର ସ୍ପଷ୍ଟୀକରଣ ମାଗିଛନ୍ତି ଝାଡ଼ଖଣ୍ଡ ଗୃହ ସଚିବ। 

ଏହି ମାମଲା ଝାଡଖଣ୍ଡ ରାଜଭବନ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ଦର୍ଶାଉଛି। ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କ ବାବଦରେ କଥିତ ବିବାଦୀୟ ବୟାନକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ଗତ ୧୦ ତାରିଖ ଶୁକ୍ରବାର ଜୁମା ନମାଜ ପରେ ଝାଡଖଣ୍ଡ ରାଜଧାନୀ ରାଞ୍ଚି ସହରର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ହୋଇଥିଲା। ଏହି ଘଟଣାରେ ଜଡିତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଝାଡ଼ଖଣ୍ଡ ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ଜୁନ ୧୪ ତାରିଖ ମଙ୍ଗଳବାର ସନ୍ଧ୍ୟାରୁ ରାଜଧାନୀର ସାର୍ବଜନୀନ ସ୍ଥାନରେ ଉପଦ୍ରବୀଙ୍କ ପୋଷ୍ଟର ଲଗାଇଥିଲା ରାଞ୍ଚି ପୋଲିସ।  

ଏହି ଘଟଣାରେ ଝାଡଖଣ୍ଡ ଗୃହ ସଚିବ ରାଜୀବ ଅରୁଣ ଏକ୍କା ବୁଧବାର ବିଳମ୍ବିତ ରାତିରେ ରାଞ୍ଚି ପୋଲିସ ଅଧିକ୍ଷକ ସୁରେନ୍ଦ୍ର କୁମାର ଝା ଙ୍କୁ ନୋଟିସ ଜାରି କରି ୪୮ ଘଣ୍ଟା ମଧ୍ୟରେ ଏହାର ସ୍ପଷ୍ଟୀକରଣ ଦେବାକୁ କହିଛନ୍ତି।  

ଏନେଇ ଜାରି କରାଯାଇଥିବା ନୋଟିସରେ ୨୦୨୦ ମାର୍ଚ୍ଚ ୯ ତାରିଖରେ ଆହ୍ଲାବାଦ ହାଇକୋର୍ଟ ଦ୍ୱାରା ଦିଆଯାଇଥିବା ରାୟ ବାବଦରେ ଉଲ୍ଲେଖ କରାଯାଇଥିଲା। ଯେଉଁଥିରେ କୁହାଯାଇଥିଲା ଗତ ଜୁନ ୧୦ ତାରିଖରେ ରାଜଧାନୀରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ଜଡିତ ରହିଥିବା ଲୋକଙ୍କ ପୋଷ୍ଟର ଜୁନ ୧୪ ତାରିଖ ମଙ୍ଗଳବାର ସନ୍ଧ୍ୟାରୁ ରାଜଧାନୀର ସାର୍ବଜନୀନ ସ୍ଥାନରେ ରାଞ୍ଚି ପୋଲିସ ପକ୍ଷରୁ ଲଗାଯାଇଥିଲା।  ଯେଉଁଥିରେ କେତେକ ଲୋକଙ୍କ ନାଁ ସହ ଠିକଣା ଲେଖା ଯାଇଥିଲା। ହେଲେ ଏହା ଆଇନର ସମ୍ମାନ ନୁହେଁ ବୋଲିକ କୁହାଯାଇଛି।         

ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ଝାଡଖଣ୍ଡ ଗୃହ ସଚିବ ରାଜୀବ ଅରୁଣ ଏକ୍କା କହିଛନ୍ତି  ସର୍ବସାଧାରଣ ସ୍ଥାନରେ ହିଂସାକାଣ୍ଡ ଘଟଣାରେ ଲଗାଯାଇଥିବା ପୋଷ୍ଟର ତୁରନ୍ତ ହଟାଇବାକୁ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଆହ୍ଲାବାଦ ହାଇକୋର୍ଟ। ଏନେଇ କୋର୍ଟ କହିଥିଲେ ବିନା ଆଇନଗତ ଅଧିକାରରେ କୌଣସି ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ରହିଥିବା ପୋଷ୍ଟର ରାସ୍ତାରେ ଲଗାନ୍ତୁ ନାହିଁ। କାରଣ ଏପରି କରିବା  ଭାରତୀୟ ସମ୍ବିଧାନର ୨୧ ଧାରାକୁ ଉଲଂଘନ କରୁଛି। 

ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇବା ପରେ ବୈଷୟିକ ତ୍ରୁଟି କାରଣରୁ ପୋଲିସ ଏହାକୁ ହଟାଇ ଦେଇଥିଲା। ମାତ୍ର ପରେ ଏହାର ସଂଶୋଧନ କରି ପୋଷ୍ଟର ଲଗାଇବ ପୋଲିସ। 

Also Read: Prophet Muhammad Row Protest: ନପୁର ଶର୍ମାଙ୍କ ବାହାନାରେ ରାଞ୍ଚିରେ ଉପଦ୍ରବୀଙ୍କ ହିଂସା; କର୍ଫ୍ୟୁ ଘୋଷଣା

 

 

Read More
{}{}