Hindi News >>Home >>Odisha National-International

Rajiv Gandhi assassination case: ଜେଲରୁ ବାହାରିଲା ପରେ ଏମିତି ମନ୍ତବ୍ୟ ଦେଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟାକାରୀ

Rajiv Gandhi assassination case:  ୩୦ ବର୍ଷ କାଳ କୋଠରୀରେ ରହିବା ପରେ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାର ଛଅ ଦୋଷୀ ଦୋଷମୁକ୍ତ ହୋଇଛନ୍ତି। ତେବେ ଜେଲରୁ ବାହାରିଲାପରେ ଦୋଷୀମାନେ ଯେଉଁଭଳି ମନ୍ତ୍ରବ୍ୟ ଦେଇଛନ୍ତି, ତାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି।

Advertisement
Rajiv Gandhi assassination case: ଜେଲରୁ ବାହାରିଲା ପରେ ଏମିତି ମନ୍ତବ୍ୟ ଦେଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟାକାରୀ
Stop
Zee Odisha Desk|Updated: Nov 13, 2022, 02:30 PM IST

Rajiv Gandhi assassination case, ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାର ଛଅ ଦୋଷୀଙ୍କୁ ଜେଲରୁ ମୁକ୍ତ କରାଯାଇଛି। ୩୦ ବର୍ଷ କାଳ କୋଠରୀରେ ରହିବା ପରେ ସେମାନେ ଦୋଷମୁକ୍ତ ହୋଇଛନ୍ତି। ପୂର୍ବରୁ କୋର୍ଟ ସେମାନଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ। ତେବେ ଜେଲରୁ ବାହାରିଲାପରେ ଦୋଷୀମାନେ ଯେଉଁଭଳି ମନ୍ତ୍ରବ୍ୟ ଦେଇଛନ୍ତି, ତାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି।

ଦୀର୍ଘ ୩୧ ବର୍ଷ ଜେଲରେ ରହିବା ପରେ ଆରପି ରବିଚନ୍ଦ୍ରନ ଜେଲରୁ ମୁକୁଳିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ସେ ତିନି ଦଶନ୍ଧି ପର୍ଯ୍ୟନ୍ତ ଜେଲରେ ଥିଲେ। ଜେଲରୁ ମୁକୁଳିବା ପରେ ରବିଚନ୍ଦ୍ରନ କହିଛନ୍ତି ଯେ, ସେମାନଙ୍କୁ ଆତଙ୍କବାଦୀ କିମ୍ବା ହତ୍ୟାକାରୀ ଦୃଷ୍ଟିରେ ନ ଦେଖି ପୀଡିତ ଭାବେ ଦେଖାଯିବ ଉଚିତ। କାରଣ ସେମାନଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମଦୁରାଇ କେନ୍ଦ୍ରୀୟ କାରାଗାରରୁ ବାହାରିବା ପରେ ରବିଚନ୍ଦ୍ରନ, ଏଏନଆଇକୁ ଏକ ସାକ୍ଷାତକାର ଦେଇ ଏହା କହିଥିଲେ।

Also Read: Malkangiri Encounter: ଗଞ୍ଜେଇ ମାଫିଆଙ୍କୁ ଗୁଳି କରି ମାଓବାଦୀ ସଜାଇ ଦେଲେ ସୁରକ୍ଷାକର୍ମୀ!

ଆରପି ରବିଚନ୍ଦ୍ରନ କହିଛନ୍ତି, "ଦକ୍ଷିଣ ଭାରତର ଲୋକ ଆମକୁ ଆତଙ୍କବାଦୀ କିମ୍ବା ହତ୍ୟାକାରୀ ବଦଳରେ ପୀଡିତ ଭାବେ ଦେଖୁଛନ୍ତି। ସମୟ ଆଉ କ୍ଷମତା ନିର୍ଦ୍ଧାରଣ କରେ କିନଏ ହତ୍ୟାକାରୀ ଓ କିଏ ସ୍ୱାଧିନତା ସଂଗ୍ରାମୀ। ଆମେ ଆତଙ୍କୀ ଭାବେ ବଦନାମ ହୋଇଇଛୁ ତଥାପି ସମୟ ଆମକୁ ଅନୁଧ୍ୟାନ କରି ନିର୍ଦ୍ଦୋଷ କରିଛି।" ରବିଚନ୍ଦ୍ରନଙ୍କ ବ୍ୟତୀତ ନଳିନୀ ଶ୍ରୀହରନ ମଧ୍ୟ ଜେଲରୁ ବାହାରିଛନ୍ତି। ନଳିନୀ ସେହି ପାଞ୍ଚ ଜଣ ସଦସ୍ୟଙ୍କ ମଧ୍ୟରୁ ଏକ ମାତ୍ର ଜୀବନ୍ତ ଦୋଷୀ, ଯିଏ ରାଜୀବ ଗାନ୍ଧିଙ୍କୁ ହତ୍ୟା କରିଥିଲେ। 

ଜେଲରୁ ମୁକୁଳିବା ପରେ ନଳିନୀ ଶ୍ରୀହରନ କହିଛନ୍ତି, "ମୁଁ ଗାନ୍ଧି ପରିବାରର କୌଣସି ସଦସ୍ୟଙ୍କୁ ମିଶିବା ପାଇଁ ଯୋଜନା କରିନାହିଁ। ଆମେ ଏବେ ବି ସେହି ମାମଲା ଭିତରେ ଅଛୁ। ଗାନ୍ଧି ପରିବାରକୁ ସାକ୍ଷାତ କରିବା ସମ୍ଭବପର ନୁହଁ।" ନିର୍ଦ୍ଦୋଷରେ ଖଲାସ ହେବା ପାଇଁ ନଳିନୀ, ତାମିଲନାଡୁ ସରକାର ଓ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଦୁଇ ସରକାରଙ୍କ ସହାୟତାରେ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀମାନେ ଜେଲରୁ ବାହାରିଛନ୍ତି।

Also Read: ରାଷ୍ଟ୍ରପତିଙ୍କୁ ନେଇ TMC ମନ୍ତ୍ରୀଙ୍କ ଆପତ୍ତିଜନକ ଟିପ୍ପଣୀ, ଗିରଫ ଦାବି କଲା ବିଜେପି, ନିରବ ମମତା

ନଳିନୀ କହିଛନ୍ତି, "ଆମର ବିଚାରପତିମାନେ ସବୁ ଜାଣନ୍ତି। ସେମାନେ ଆମର ମାମଲାକୁ ଷ୍ଟଡି କରିଛନ୍ତି। ସେମାନେ ଜାଣନ୍ତି ଯେ, କେଉଁଟା ଭୁଲ ଓ କେଉଁଟା ଠିକ୍ ଏବେ ସେମାନେ କଣ କରିପାରିବେ। ଆଉ ସେହି ଅନୁସାରେ ସେମାନେ ଆଜି ତାହା କରିଛନ୍ତି।" ସୂଚନାଯୋଗ୍ୟ, ୧୯୯୧ ସାଧାରଣ ନିର୍ବାଚନ କ୍ୟାମ୍ପେନିଂ ବେଳେ ତାମିଲନାଡୁର ଶ୍ରୀପେରୁମ୍ୱୁଦୁରରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ହତ୍ୟା କରାଯାଇଥିଲା। ଶ୍ରୀଲଙ୍କାର ଆତଙ୍କବାଦୀ ସଂଗଠନ LTTE ଦ୍ୱାରା ମାନବ ବୋମା (ଧନୁ) ଦ୍ୱାରା ତାଙ୍କୁ ହତ୍ୟା କରାଯାଇଥିଲା।  

 

Also Read: ED Investigation start: ଇଡ଼ିର ଖୋଳତାଡ଼ ଆରମ୍ଭ, ୬ଟି ଜାଗାରେ ଚଢାଉ

 

Read More
{}{}