Hindi News >>Home >>Odisha National-International

Rajasthan Election 2023: ରାଜସ୍ଥାନରେ ମତଦାନ ଜାରି, ସନ୍ଧ୍ୟା ୬ଟା ଯାଏଁ ଚାଲିବ ଭୋଟିଂ

Rajasthan Election: ଭୋଟ ଦେଉଛି ରାଜସ୍ଥାନ। ଶନିବାର କଡ଼ା ବଳୟ ମଧ୍ଯରେ ରାଜସ୍ଥାନ ବିଧାନସଭା ପାଇଁ ଚାଲିଛି ଭୋଟ ଗ୍ରହଣ । ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Nov 25, 2023, 10:00 AM IST

Rajasthan Election 2023: ଭୋଟ ଦେଉଛି ରାଜସ୍ଥାନ। ଶନିବାର କଡ଼ା ବଳୟ ମଧ୍ଯରେ ରାଜସ୍ଥାନ ବିଧାନସଭା ପାଇଁ ଚାଲିଛି ଭୋଟ ଗ୍ରହଣ । ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ।

ସୂଚନାଯୋଗ୍ୟ, ୨୦୦ ଆସନ ବିଶିଷ୍ଟ ବିଧାନସଭାରେ ୧୯୯ଟି ଆସ ପାଇଁ ଭୋଟ ଗ୍ରହଣ ଜାରି ରହିଛି । ଶ୍ରୀଗଙ୍ଗାନଗରର କରନପୁର ଆସନରେ କଂଗ୍ରେସ ପ୍ରାର୍ଥୀ ଗୁରମିତ ସିଂହ କୁନରଙ୍କ ମୃତ୍ୟୁ ଯୋଗୁଁ ସେଠାରେ ନିର୍ବାଚନକୁ ସ୍ଥଗିତ କରାଯାଇଛି । ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ। ତେବେ ୫୨ ହଜାର ପୋଲିଂ ବୁଥରେ ୧ ହଜାର ୮୭୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପ୍ରାୟ ୫ କୋଟିରୁ ଅଧିକ ଭୋଟର । ରାଜସ୍ଥାନରେ କଂଗ୍ରେସ ଓ ବିଜେପି ମଧ୍ୟରେ ଦ୍ବିମୁଖୀ ଲଢେଇ ହେବ । ରାଜ୍ୟରେ ବର୍ତ୍ତମାନ କଂଗ୍ରେସ କ୍ଷମତାସୀନ ଅଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନା ଉପରେ ନିର୍ଭର କରି କଂଗ୍ରେସ ନିର୍ବାଚନୀ ବୈତରଣୀ ପାର୍‌ କରିବାକୁ ନିର୍ଭର କରୁଥିବାବେଳେ ବିଜେପି କଂଗ୍ରେସର ଦୁର୍ନୀତି ଏବଂ ତୁଷ୍ଟୀକରଣ ରାଜନୀତିକୁ ଟାର୍ଗେଟ କରିଛି।

Also Read-Tribikram Besa: ପଞ୍ଚୁକର ତୃତୀୟ ଦିନରେ ମହାପ୍ରଭୁଙ୍କ ତିବିକ୍ରମ ବେଶ ଅନୁଷ୍ଠିତ

ପ୍ରକାଶ ଥାଉ କି, ମତଦାନକୁ ଶୃଙ୍ଖଳିତ କରିବା ପାଇଁ ୧ ଲକ୍ଷ ୭୧ ହଜାର ପୋଲିସ କର୍ମୀ ମୁତୟନ କରାଯାଇଛି । ଯେଉଁଥିରେ ରାଜସ୍ଥାନ ପୋଲିସର ୭୦ ହଜାର ଅଧିକ ଯବାନ ରହିଥିବା ବେଳେ ୧୮ ହଜାର ହୋମଗାର୍ଡ଼, ୨ ହଜାର ରାଜସ୍ଥାନ ବୋର୍ଡ଼ର ହୋମଗାର୍ଡ଼, ଏହାଛଡ଼ା ଉତ୍ତର ପ୍ରଦେଶ, ଗୁଜୁରାଟ, ହରିୟାଣା ଓ ମଧ୍ଯପ୍ରଦେଶରୁ ୧୫ ହଜାର ହୋମଗାର୍ଡ଼ ଓ ଆରଏସିର ୧୨୦ କମ୍ପାନୀ ସାମିଲ ରହିଛନ୍ତି ।

 

 

 

 

Read More
{}{}