Hindi News >>Home >>Odisha National-International

Rajasthan: ଯେଉଁ ଥାଳିରେ ପରସାଯାଏ ଇନ୍ଦିରା ରୋଷେଇ ଖାଦ୍ୟ, ଦେଖନ୍ତୁ ତାହାର ତାହାର ଚମତ୍କାର ଚିତ୍ର

Indira Rasoi Viral Video: ସଦ୍ୟ ଇନ୍ଦିରା ରୋଷେଇ ସହ ଜଡ଼ିତ ଯେଉଁ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।  

Advertisement
Rajasthan: ଯେଉଁ ଥାଳିରେ ପରସାଯାଏ ଇନ୍ଦିରା ରୋଷେଇ ଖାଦ୍ୟ, ଦେଖନ୍ତୁ ତାହାର ତାହାର ଚମତ୍କାର ଚିତ୍ର
Stop
Subhramjit Ray|Updated: Nov 02, 2022, 06:47 PM IST

Rajasthan Indira Rasoi: ରାଜ୍ୟରେ ଇନ୍ଦିରା ରୋଷେଇ ନାମରେ ଏକ ଯୋଜନା କାର୍ଯ୍ୟକ୍ରମ କରିଥିଲେ ରାଜସ୍ଥାନ ସରକାର। ଯାହାର ଲକ୍ଷ୍ୟ ଏହା ଥିଲେ ଯେ ରାଜ୍ୟରେ କେହି ଭୋକିଲା ନ ଶୁଅନ୍ତୁ। ଏହି ଯୋଜନା ମାଧ୍ୟମରେ ଲୋକଙ୍କୁ ସ୍ୱଚ୍ଛତାର ସହିତ କମ୍ ଦାମରେ ଭଲ ଏବଂ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ବର୍ତ୍ତମାନ ଇନ୍ଦିରା ରୋଷେଇ ସହ ଜଡ଼ିତ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳିଛି କିଛି ବୁଲା ପଶୁଙ୍କୁ ଇନ୍ଦିରା ରୋଷେଇରେ ବ୍ୟବହାର ହେଉଥିବା ଥାଳି ଚାଟୁଥିବାର ନଜର ଆସୁଛନ୍ତି। ଏହି ଥାଳି ବ୍ୟବହାର କରି ଇନ୍ଦିରା ରୋଷେଇ ଯୋଜନା ମାଧ୍ୟମରେ ଲୋକଙ୍କୁ ଖାଦ୍ୟ ପରିବେଷଣ କରାଯାଏ।

ଇନ୍ଦିରା ରୋଷେଇ ସହ ଜଡ଼ିତ ଯେଉଁ ଭିଡିଓ ଏବେ ଭାଇରାଲ (Indira Rasoi Viral Video) ହେଉଛି ତାହା ରାଜସ୍ଥାନ (Rajasthan) ଭରତପୁର ଜିଲ୍ଲାର (Bharatpur District) ବୋଲି କୁହାଯାଉଛି। ଏଭଳି ଦୃଶ୍ୟ ଜିଲ୍ଲାର ଏମଏସଜେ କଲେଜ (Bharatpur MSJ College) ପାଖରେ ଦେଖିବାକୁ ମିଳିଛି। ଏଠାରେ ଇନ୍ଦିରା ରୋଷେଇ (Indira Rasoi) ଯୋଜନା ମାଧ୍ୟମରେ ଲୋକଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥାଏ। ଯେଉଁ ଥାଳି ବ୍ୟବହାର କରି ଲୋକଙ୍କୁ ଖାଦ୍ୟ ବଣ୍ଟନ କରାଯାଏ ତାହାକୁ ଏବେ ବୁଲା ପଶୁ ଚାଟୁଥିବାର ଦେଖିବାକୁ ମିଳୁଛି।  ଏହି ଭିଡିଓ ଭାଇରାଲ ହେବା ପରେ ଲୋକେ ଏଭଳି ଅବ୍ୟବସ୍ଥାକୁ ନେଇ ରାଜସ୍ଥାନ ସରକାରଙ୍କୁ (Rajasthan Govt) ଟାର୍ଗେଟ କରିଛନ୍ତି।

କୁହାଯାଉଛି ମଙ୍ଗଳବାର ଦିନ ଭାରତପୁର ଅଖନେରା ରୋଡ ଠାରେ ଥିବା ଏମଏସଜେ କଲେଜ ସାମ୍ନାରେ ଥିବା ଇନ୍ଦିରା ରୋଷେଇ କେନ୍ଦ୍ର ବନ୍ଦ ହୋଇଯାଇଥିଲା। ରୋଷେଇ ଘର ସାମ୍ନାରେ ଦୁଇଟି ଡଷ୍ଟବିନ ରଖାଯାଇଥିଲା ଯେଉଁଥିରେ କିଛି ଥାଳି ପଡ଼ି ରହିଥିଲା। ଏହା ପରେ କିଛି ବୁଲା ପଶୁ ସେହି ଡଷ୍ଟବିନ ଓଲଟାଇ ଦେଇ ସେଥିରେ ରଖାଯାଇଥିବା ଥାଳିକୁ ଚାଟିବାରେ ଲାଗିଥିଲେ।

ରାଜସ୍ଥାନ ସରକାର ଅତି କମ ମୂଲ୍ୟରେ ଗରିବ ଲୋକଙ୍କୁ ଭଲ ଏବଂ ପୁଷ୍ଟିକର ଖାଦ୍ୟ ଯୋଗାଇବା ଉଦ୍ଦେଶ୍ୟରେ ଇନ୍ଦିରା ରୋଷେଇ ଯୋଜନା (Rajasthan Indira Rasoi Yojana) ଆରମ୍ଭ କରିଥିଲେ। ଏହି ଯୋଜନା ଅଧୀନରେ ରାଜ୍ୟ ସରକାର ଏହି ଯୋଜନାର ଖର୍ଚ୍ଚ ବହନ କରୁଛନ୍ତି। ଏଠାକୁ ଆସୁଥିବା ଲୋକଙ୍କୁ ମାତ୍ର ୮ ଟଙ୍କା ଖାଦ୍ୟ ଦିଆଯାଉଛି। ଇନ୍ଦିରା ରୋଷେଇ ଚଳାଉଥିବା ବ୍ୟକ୍ତିଙ୍କୁ ରାଜ୍ୟ ସରକାର ଥାଳି ପିଛା ୧୭ ଟଙ୍କା ସବସିଡି ପ୍ରଦାନ କରୁଛନ୍ତି।

ଇନ୍ଦିରା ରୋଷେଇ ଯୋଜନା ଅଧିନରେ ଅଭାବୀ ଲୋକଙ୍କୁ ମାତ୍ର ୮ ଟଙ୍କା ଖାଦ୍ୟ ଦିଆଯାଏ। ସ୍ଥାୟୀ ରୋଷେଇ ଘରେ ସମ୍ମାନର ସହ ବସି ସ୍ଥାନୀୟ ସ୍ୱାଦ ଅନୁଯାୟୀ ଅଭାବୀ ଲୋକଙ୍କୁ ୨ ଥର ଦିନରେ ଏବଂ ରାତିରେ ଶୁଦ୍ଧ ଏବଂ ପୁଷ୍ଟିକର ଖାଦ୍ୟ ଦିଆଯାଏ। ଏହି ଖାଦ୍ୟ ତାଲିକାରେ ୧୦୦ ଗ୍ରାମ ଡାଲି, ୧୦୦ ଗ୍ରାମ ତରକାରୀ, ୨୫୦ ଗ୍ରାମ ରୁଟି ଏବଂ ଆଚାର ପରିବେଷଣ କରାଯାଏ। 

ବର୍ତ୍ତମାନ  ରାଜସ୍ଥାନରେ ୩୫୮ ଇନ୍ଦିରା ରୋଷେଇ ଘର କାର୍ଯ୍ୟକ୍ଷମ ରହିଛି। ଯାହାକୁ ଚଳିତ ୨୦୨୨-୨୩ ବଜେଟ୍ ଘୋଷଣାରେ ୧ ହଜାରକୁ ବୃଦ୍ଧି କରାଯାଇଛି। ଏହି ଯୋଜନା ଅଧୀନରେ ପ୍ରତିବର୍ଷ ୧୨୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିଲା। ଚଳିତ ବଜେଟ୍ ଘୋଷଣାରେ ଏହାର ପରିମାଣକୁ ୨୫୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ଯୋଜନା ଅନୁଯାୟୀ ପୌର ସଂସ୍ଥାକୁ ପ୍ରଦାନ କରାଯିବାକୁ ଥିବା ରାଜ୍ୟ ଅର୍ଥ ଆୟୋଗର ଅନୁଦାନରୁ ୫୦ ପ୍ରତିଶତ ଏବଂ ଆବଶ୍ୟକ ସ୍ଥଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି କିମ୍ବା ଅନ୍ୟାନ୍ୟ ଉତ୍ସରୁ ୫୦ ପ୍ରତିଶତ ଅର୍ଥ ପ୍ରଦାନ କରାଯାଇଥାଏ। ରୋଷେଇ ଘରର ଭିତ୍ତିଭୂମି ପାଇଁ ରୋଷେଇ ଘର ପାଇଁ ୫ ଲକ୍ଷ ଟଙ୍କା ଏବଂ ମରମତି ପାଇଁ ବାର୍ଷିକ ୩ ଲକ୍ଷ ଟଙ୍କା ଦିଆଯାଏ।

ଇନ୍ଦିରା ରୋଷେଇ ଯୋଜନା ପେପରଲେସ ମାଧ୍ୟମରେ ପରିଚାଳିତ ହେଉଛି। ଏହି ଯୋଜନା ପାଇଁ ଇନ୍ଦିରା ରସୋଇ ୱେବ୍ ପୋର୍ଟାଲ୍ ନାମରେ ଏକ ୱେବସାଇଟ୍ ବିକଶିତ ହୋଇଛି। କୃତ୍ରିମ ବୁଦ୍ଧିମତା ବ୍ୟବହାର କରି ହିତାଧିକାରୀଙ୍କ ପ୍ରକୃତ ଫଟୋଗ୍ରାଫ୍ ଇନ୍ଦିରା ରୋଷେଇ ପୋର୍ଟାଲ ରେ ଅପଲୋଡ୍ ହୋଇଛି। ହିତାଧିକାରୀଙ୍କ ମୋବାଇଲରେ ଏସଏମଏସ ଏବଂ ରାଜ୍ୟ କଲ ସେଣ୍ଟରରୁ ହିତାଧିକାରୀଙ୍କ ନିୟମିତ ମତାମତ ତଥା ରୋଷେଇ ଏଜେନ୍ସି ଦ୍ୱାରା ଆଧାର ପ୍ରାମାଣିକରଣ ପ୍ରକ୍ରିୟା ମାଧ୍ୟମରେ ଅନଲାଇନ୍ ଇନଭଏସ୍ ଉତ୍ପାଦନ ଏବଂ ଅନଲାଇନ୍ ପେମେଣ୍ଟ ପାଇଁ ବ୍ୟବସ୍ଥା କରାଯାଇଛି। ମ୍ୟୁନିସିପାଲିଟି ସଂସ୍ଥା ଦ୍ୱାରା ଖାଦ୍ୟର ଗୁଣବତ୍ତା ଉପରେ ନଜର ରଖିବା ପାଇଁ ଇନ୍ଦିରା ରୋଷେଇକୁ ମାସକୁ ଅତି କମରେ ୨ ଥର ଯାଞ୍ଚ କରିବା ଏବଂ ମୋବାଇଲ୍ ଆପ୍ ମାଧ୍ୟମରେ ଅନଲାଇନ ଯାଞ୍ଚ ରିପୋର୍ଟ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି।

Read More
{}{}