Hindi News >>Home >>Odisha National-International

Train Accident: ଭୟଙ୍କର ଦୁର୍ଘଟଣା! ହଠାତ୍ ଟ୍ରାକ୍ ଛାଡ଼ି ପ୍ଲାଟଫର୍ମ ଉପରକୁ ଚଢିଗଲା ଟ୍ରେନ୍

Train Accident: ଇଏମୟୁ ଟ୍ରେନ୍ ହଠାତ୍ ପ୍ଲାଟଫର୍ମ ଉପରକୁ ଚଢିଯାଇଥିଲା । ଏଥିରେ ଜଣେ ଯାତ୍ରୀ ଆହତ ହୋଇଛନ୍ତି । ତେବେ ଏହି ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନାହିଁ ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Sep 27, 2023, 09:13 AM IST

Shakur Basti Mathura EMU Train Accident: ଉତ୍ତରପ୍ରଦେଶ ମଥୁରା ଜଙ୍କସନଠାରେ ମଙ୍ଗଳବାର ରାତିରେ ଘଟିଛି ଏକ ଟ୍ରେନ୍ ଦୁର୍ଘଟଣା । ଦ୍ରୃତ ଗତିରେ ଆସୁଥିବା ଶକୁରବସ୍ତି-ମଥୁରା ଇଏମୟୁ ଟ୍ରେନ୍ (Shakur Basti Mathura EMU Train) ହଠାତ୍ ପ୍ଲାଟଫର୍ମ ଉପରକୁ ଚଢିଯାଇଥିଲା । ଏଥିରେ ଜଣେ ଯାତ୍ରୀ ଆହତ ହୋଇଛନ୍ତି । ତେବେ ଏହି ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନାହିଁ ।

ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଶକୁରବସ୍ତିରୁ ଆସୁଥିବା ଇଏମୟୁ ଟ୍ରେନ୍ (EMU Train) ଯାତ୍ରୀଙ୍କୁ ଓହ୍ଲାଇବା ପାଇଁ ପ୍ଲାଟଫର୍ମ ନମ୍ବର ୨ରେ ଅଟକି ଥିଲା। ଏହାପରେ ହଠାତ୍ ଟ୍ରେନ୍ ଟି ଦ୍ରୁତ ଗତିରେ ଚାଲିବା ପରେ ପ୍ଲାଟଫର୍ମ ଭାଙ୍ଗି ଉପରକୁ ଚଢିଯାଇଥିଲା । କୁହାଯାଉଛି ଯେ, ଯାତ୍ରୀମାନଙ୍କୁ ଓହ୍ଲାଇବା ପରେ ଡ୍ରାଇଭର ଟ୍ରେନକୁ ପାର୍କିଂ କରିବା ପାଇଁ ଆଗକୁ ନେଇଥିଲେ। କିନ୍ତୁ ହଠାତ୍ ଟ୍ରେନ୍ ର ଗତି ବଢି ଯିବାରୁ ଏପରି ଦୁର୍ଘଟଣା ଘଟିଛି । ଟ୍ରେନ୍ ସମ୍ମୁଖରେ OHE ଲାଇନର ଏକ ପୋଲ ଆସିବା ପରେ ଏହାସହ ମାଡ଼ ହୋଇ ଟ୍ରେନ୍ ଟି ଅଟକି ଯାଇଥିଲା । ଦୁର୍ଘଟଣା (Accident) ସମୟରେ ପ୍ରାୟ ୫ରୁ ୬ ଜଣ ଲୋକେ ପ୍ଲାଟଫର୍ମ ନିକଟରେ ଠିଆ ହୋଇଥିଲେ। ଟ୍ରେନର ଗତି ଦେଖି ସେମାନେ ତୁରନ୍ତ ସ୍ଥାନ ଛାଡ଼ି ଦୌଡ଼ି ପଳାଇଥିଲେ, କିନ୍ତୁ ଏହି ସମୟରେ ଟ୍ରେନକୁ ଅପେକ୍ଷା କରିଥିବା ଗିରାଜ ସିଂ ନାମକ ଜଣେ ଯାତ୍ରୀ ଏଥିରେ ସାମାନ୍ୟ ଆହତ ହୋଇଛନ୍ତି।

ମଥୁରା ଷ୍ଟେସନ ନିର୍ଦ୍ଦେଶକ ଏସ.କେ ଶ୍ରୀବାସ୍ତବ (Mathura Station director SK Srivastava) କହିଛନ୍ତି, ଦୁର୍ଘଟଣା ପୂର୍ବରୁ ସମସ୍ତ ଯାତ୍ରୀ ଟ୍ରେନରୁ ଓହ୍ଲାଇସାରିଥିଲେ। ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର କାରଣ ଜଣାପଡିନାହିଁ। ସେପଟେ ରେଳ ଅଧିକାରୀ କହିଛନ୍ତି, ଏହି ଇଏମୟୁ ଟ୍ରେନ୍ ଦିଲ୍ଲୀ ଶକୁରବସ୍ତିରୁ ଆସି ରାତି ପ୍ରାୟ ୧୦:୪୯ ମିନିଟ୍ ରେ ପ୍ଲାଟଫର୍ମରେ ପହଞ୍ଚିଥିଲା। ପରେ ସମସ୍ତ ଯାତ୍ରୀ ଟ୍ରେନରୁ ଓହ୍ଲାଇଥିଲେ।  ଏହାପରେ ହଠାତ୍ ଟ୍ରେନ୍ ପ୍ଲାଟଫର୍ମ ଉପରକୁ ଚଢିଯାଇଥିଲା । ଏପରି କାହିଁକି ହେଲା ସେ ନେଇ ତଦନ୍ତ ଜାରି ରହିଛି । ଟ୍ରେନରେ ଲାଗିଥିବା ସିସିଟିଭିକୁ ଜବତ କରାଯାଇଛି ।

ପ୍ରକାଶ ଥାଉ କି, ଏହି ଦୁର୍ଘଟଣା ଯୋଗୁଁ ଅପଲାଇନରେ କିଛି ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଥିବା ରେଳ ଅଧିକାରୀ କହିଛନ୍ତି । ଖାସ୍ କରି ମଥୁରା-ଦିଲ୍ଲୀ (Mathura Delhi Train) ରେଳ ଲାଇନର କିଛି ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଥିଲା। ମାଲୱା ସୁପରଫାଷ୍ଟ, ଅମୃତସର-ବାନ୍ଦ୍ରା ଟର୍ମିନସ ସମେତ ଅନେକ ଟ୍ରେନ୍ କୁ ଦିଲ୍ଲୀ ପଟି ରୋକା ଯାଇଛି । ତେବେ ଖୁବଶୀଘ୍ର ଏହି ରାସ୍ତା ଦେଇ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବ ବୋଲି କୁହାଯାଇଛି।

​Also Read-ଆସୁଛି କୋଭିଡ଼ଠାରୁ ୭ ଗୁଣା ଅଧିକ ମାରାତ୍ମକ ମହାମାରୀ, ପ୍ରାଣ ହରାଇପାରନ୍ତି ୫ କୋଟି ଲୋକ!

 

Read More
{}{}