Hindi News >>Home >>Odisha National-International

BJP ନେତାଙ୍କ ବୟାନ ଉପରେ ରାଗିଗଲା କତାର; ରାଷ୍ଟ୍ରଦୂତଙ୍କୁ ଡାକି କହିଲା- କ୍ଷମା ମାଗୁ ଭାରତ

BJP ନେତାଙ୍କ ଇସଲାମ ପ୍ରତିଷ୍ଠାତା ମହମ୍ମଦଙ୍କ ଉପରେ ବୟାନ ପରେ କତାର ମଧ୍ୟ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ନିନ୍ଦା ପତ୍ର ଦେଇଛି ଏବଂ ଏଥିପାଇଁ ଭାରତ କ୍ଷମା ମାଗିବା ଉଚିତ ବୋଲି କହିଛି ।

Advertisement
ଫାଇଲ ଫଟୋ
Stop
Jagdish Barik|Updated: Jun 05, 2022, 08:59 PM IST

ନୂଆଦିଲ୍ଲୀ: କତାରର ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଭାରତର ରାଷ୍ଟ୍ରଦୂତଙ୍କୁ ଡକାଇ ବିଜେପି ନେତା ମହମ୍ମଦଙ୍କ ବିଷୟରେ ବିବାଦୀୟ ବୟାନ ଉପରେ ଏକ ନିନ୍ଦା ପ୍ରସ୍ତାବ ଦାଖଲ କରିଛି । କତାରରୁ କୁହାଯାଇଛି ଯେ ଏହି ବୟାନ ପାଇଁ ଭାରତ କ୍ଷମା ମାଗିବା ଉଚିତ୍ । କହି ରଖୁଛୁ ଯେ ବିଜେପି ମୁଖପାତ୍ର ନୁପୁର ଶର୍ମା ଏକ ଟିଭି ବିତର୍କରେ ଇସଲାମ ପ୍ରତିଷ୍ଠାତା ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀ କରିଥିଲେ । ଯାହାପାଇଁ ବିଜେପି ତାଙ୍କୁ ପ୍ରାଥମିକ ସଦସ୍ୟତାରୁ ନଲମ୍ବିତ କରିଛି ।

କତାରର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଧର୍ମ ଆଧାରରେ ଘୃଣାକୁ ପ୍ରୋତ୍ସାହିତ କରିବା ଏବଂ ମୁସଲମାନମାନଙ୍କୁ ଅପମାନିତ କରିବା ପାଇଁ ଯେଉଁ ବୟାନ ଦିଆଯାଇଛି ତାହା ଅତ୍ୟନ୍ତ ଆପତ୍ତିଜନକ ।

ସୂଚନାଯୋଗ୍ୟ ଯେ, ଏକ ଇଂରାଜୀ ଟିଭି ଚ୍ୟାନେଲରେ ଏକ ବିତର୍କ ସମୟରେରେ ବିଜେପି ମୁଖପାତ୍ର ନୁପୁର ଶର୍ମା ଇସଲାମ ପ୍ରତିଷ୍ଠାତା ମହମ୍ମଦଙ୍କ ବିଷୟରେ ଏକ ବିବାଦୀୟ ଟିପ୍ପଣୀ କରିଥିଲେ । ରବିବାର ଦିନ ବିଜେପି ତାଙ୍କ ବୟାନରୁ ନିଜକୁ ଦୂରେଇ ରଖି ଦଳରୁ ନିଲମ୍ବିତ କରିଛି ।

କହିରଖୁଛୁ ଯେ ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଶନିବାର ଦିନ କାତାରରେ ପହଞ୍ଚିଛନ୍ତି । ରବିବାର ଦିନ ସେ କତାରର ପ୍ରଧାନମନ୍ତ୍ରୀ ତଥା ଆଭ୍ୟନ୍ତରୀଣ ମନ୍ତ୍ରୀ ଶେଖ ଖାଲିଦ ବିନ ଖଲିଫା ବିନ ଅବଦୁଲାଜିଜ ଅଲ ସାନିଙ୍କୁ ଭେଟିଥିଲେ ଏବଂ ଦୁଇ ନେତା ପ୍ରତିନିଧୀ ସ୍ତରୀୟ ଆଲୋଚନା କରିଥିଲେ ଏବଂ ବାଣିଜ୍ୟ, ପୁଞ୍ଜି ବିନିଯୋଗ, ଅର୍ଥନୈତିକ ଏବଂ ସୁରକ୍ଷା ସହଯୋଗ ସମେତ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ । ଶନିବାର ଦିନ କାତାରରେ ପହଞ୍ଚିବା ପରେ ଦୋହା ବିମାନ ବନ୍ଦରରେ ନାଇଡୁଙ୍କୁ ଏକ ଆନୁଷ୍ଠାନିକ ସ୍ୱାଗତ କରାଯାଇଥିଲା ଏବଂ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । 

ଏହା ବି ପଢ଼ନ୍ତୁ: ସଲମାନ ଖାନଙ୍କୁ ମିଳିଲା ଜୀବନରୁ ମାରିଦେବାକୁ ଧମକ

ଏହା ବି ପଢ଼ନ୍ତୁ: Russia Ukraine War: ମଉଳିଲା ଶାନ୍ତିର ଆଶା! ପୁଣିଥରେ ୟୁକ୍ରେନ ଉପରେ ମିସାଇଲ ଆଟାକ୍ କଲା ଋଷ

Read More
{}{}