Hindi News >>Home >>Odisha National-International

Kuno National Park: କୁନୋ ଜାତୀୟ ଉଦ୍ୟାନରେ ଅନ୍ୟ ଏକ ଚିତାର ମୃତ୍ୟୁ, ପାରସ୍ପରିକ ଝଗଡାରୁ ଚାଲିଗଲା ଜୀବନ

Kuno National Park Cheetah Death: ଦକ୍ଷିଣ ଆଫ୍ରିକା ଏବଂ ନାମ୍ବିଆ ଠାରୁ ଭାରତ ଆସିଥିବା ମୋଟ ୨୦ ଚିତା ମଧ୍ୟରୁ ଏ ପର୍ଯ୍ୟନ୍ତ ତିନୋଟି ଚିତାର ମୃତ୍ୟୁ ହୋଇସାରିଲାଣି। ବର୍ତ୍ତମାନ କେବଳ ୧୭ ଚିତା କୁନୋ ଜାତୀୟ ଉଦ୍ୟାନରେ ଅଛନ୍ତି। 

Advertisement
Kuno National Park: କୁନୋ ଜାତୀୟ ଉଦ୍ୟାନରେ ଅନ୍ୟ ଏକ ଚିତାର ମୃତ୍ୟୁ, ପାରସ୍ପରିକ ଝଗଡାରୁ ଚାଲିଗଲା ଜୀବନ
Stop
Zee Odisha Desk|Updated: May 09, 2023, 06:13 PM IST

Another Cheetah Died in Kuno National Park: ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ କାର୍ଯ୍ୟକାରୀ ହେଉଥିବା ଚିତା ପ୍ରକଳ୍ପ ଲାଗି ଆଉ ଏକ ବଡ଼ ଅସୁବିଧା ମାଡ଼ିଆସିଛି। ମଙ୍ଗଳବାର ଦିନ ମାଈ ଚିତା ଧୀରାର ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। କୌଣସି ରୋଗ କାରଣରୁ ଧିରାର ମୃତ୍ୟୁ ହୋଇନାହିଁ। ବରଂ ଅନ୍ୟ ଏକ ଚିତାବାଘ ସହିତ ଳଢେଇ କରିବାରୁ ଏହି ମାଈ ଚିତାର ମୃତ୍ୟୁ ହୋଇଛି। ସୁଦୂର ଦକ୍ଷିଣ ଆଫ୍ରିକା ଏବଂ ନାମ୍ବିଆ ଠାରୁ ଆସିଥିବା ଚିତାଙ୍କର ଏହା ହେଉଚି ତୃତୀୟ ମୃତ୍ୟୁ ମାମଲା। ଏହା ପୂର୍ବରୁ କୁନୋ ଜାତୀୟ ଉଦ୍ୟାନରେ ଦୁଇଟି ଚିତାଙ୍କ ମୃତ୍ୟୁ ହୋଇସାରିଛି।

ରିପୋର୍ଟ ଅନୁଯାୟୀ ଅଣ୍ଡିରା ଚିତା ବାୟୁ, ଫିଣ୍ଡା ଏବଂ ଅଗ୍ନି ମାଈ ଚିତା ଧିରା ସହ ଳଡେଇ କରିଥିଲେ। ଯେଉଁଥିରେ ଧିରା ଗୁରୁତର ଆହତ ହୋଇଥିଲେ। ଆହତ ହେବା କାରଣରୁ ଧିରାର ମୃତ୍ୟୁ ହୋଇଥିବାର କୁହାଯାଉଛି। ଏହାପୂର୍ବରୁ କୁନୋ ଜାତୀୟ ଉଦ୍ୟାନରେ ଉଦୟ ନାମକ ୬ ବର୍ଷୀୟ ଚିତାର ମୃତ୍ୟୁ ହୋଇସାରିଛି।

କୁନୋ ଜାତୀୟ ଉଦ୍ୟାନରେ ଏବେ ଅଛନ୍ତି ମୋଟ ୧୭ ଚିତା
ସୁଦୂର ଦକ୍ଷିଣ ଆଫ୍ରିକା ଏବଂ ନାମ୍ବିଆ ଠାରୁ ଭାରତ ଆସିଥିବା ମୋଟ ୨୦ ଚିତା ମଧ୍ୟରୁ ଏ ପର୍ଯ୍ୟନ୍ତ ତିନୋଟି ଚିତାର ମୃତ୍ୟୁ ହୋଇସାରିଲାଣି। ମାଈ ଚିତା ଶାସା ପ୍ରଥମେ କୁନୋ ଜାତୀୟ ଉଦ୍ୟାନରେ ପ୍ରାଣ ହରାଇଥିଲା। ଶସା କୁନୋ ଜାତୀୟ ଉଦ୍ୟାନ ପାଗ ସହିତ ଖାପ ଖୁଆଇ ପାରିଲା ନାହିଁ ଏବଂ ଅସୁସ୍ଥତା କାରଣରୁ ତାହାର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ କେବଳ ୧୭ ଚିତା କୁନୋ ଜାତୀୟ ଉଦ୍ୟାନରେ ଅଛନ୍ତି। 

ମଧ୍ୟ ପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ଧୀରା ନାମକ ମାଈ ଚିତାର ମୃତ୍ୟୁ ହୋଇଥିବାର ଖବର ଆସିଛି। ପାରସ୍ପରିକ ସଂଘର୍ଷରେ ମାଈ ଚିତା ପ୍ରାଣ ହରାଇଥିବା ନେଇ ଜଣାପଡ଼ିଛି। ଦକ୍ଷିଣ ଆଫ୍ରିକା କିମ୍ବା ନାମ୍ବିଆ ଠାରୁ ଭାରତ ଅଣାଯାଇଥିବା ଅନ୍ୟ ଦୁଇଟି ଚିତାଙ୍କ ମୃତ୍ୟୁ ପୂର୍ବରୁ ହୋଇସାରିଛି। ଏହା ବ୍ୟତୀତ ଉଦୟ ନାମକ ୬ ବର୍ଷୀୟ ଚିତା ଶାବକ ମଧ୍ୟ ଜୀବନ ହାରିସାରିଛି।

ତିନୋଟି ଚିତାଙ୍କ ହୋଇସାରିଛି ମୃତ୍ୟୁ 
ଏହା ପୂର୍ବରୁ କୁନୋ ଜାତୀୟ ଉଦ୍ୟାନରେ ଦୁଇଟି ଚିତାଙ୍କର ମୃତ୍ୟୁ ହୋଇସାରିଛି। ଏହା ମଧ୍ୟରେ ରହିଛି ୬ ବର୍ଷୀୟ ଚିତା ଶାବକ ଉଦୟ। ଯାହର ଗତ ମାସରେ ମୃତ୍ୟୁ ହୋଇଥିଲା। ଏହା ସହିତ ଦକ୍ଷିଣ ଆଫ୍ରିକା ଏବଂ ନାମ୍ବିଆ ଠାରୁ ଆସିଥିବା ଅନ୍ୟ ଏକ ମାଈ ଚିତା ଶାସା ମଧ୍ୟ ପ୍ରାଣ ହରାଇସାରିଛି। ମୋଟ ଉପରେ କହିବାକୁ କୁନୋ ଜାତୀୟ ଉଦ୍ୟାନରେ ଏ ପର୍ଯ୍ୟନ୍ତ ତିନୋଟି ଚିତାଙ୍କ ମୃତ୍ୟୁ ହୋଇସାରିଲାଣି। 

ମୌସୁମୀ ପୂର୍ବରୁ ଜଙ୍ଗଲରେ ଛଡା ଯିବେ ଚିତା
ମଧ୍ୟ କୁନୋ ଜାତୀୟ ଉଦ୍ୟାନର ଏନକ୍ଲୋଜର ବାହାରେ ରହିଥିବା ଚିତାଙ୍କୁ ଖୋଲା ଜଙ୍ଗଲରେ ଛାଡିବାକୁ ପ୍ରସ୍ତୁତି ଚାଲିଛି। ଜୁନ୍ ମାସରେ ମୌସୁମୀ ବର୍ଷା ଆରମ୍ଭ ହେବା ପୂର୍ବରୁ ସେମାନଙ୍କୁ ମୁକ୍ତ କରାଯିବ।  ନାମ୍ବିଆ ଠାରୁ କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିବା ଦୁଇଟି ଚିତାଙ୍କ ମୃତ୍ୟୁ ହୋଇସାରିଛି।

କୁନୋ ଜାତୀୟ ଉଦ୍ୟାନର ସୂତ୍ରରୁ ପ୍ରକାଶ ଯେ ଜୁନ୍ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ଠାରୁ ଅଣାଯାଇଥିବା ଚିତାକୁ ସୁରକ୍ଷିତ ଏନକ୍ଲୋଜର ମଧ୍ୟରୁ ବାହାର କରି ଖୋଲା ଜଙ୍ଗଲରେ ଛାଡି଼ବା ପାଇଁ ପ୍ରସ୍ତୁତି ଚାଲିଛି। ମଧ୍ୟପ୍ରଦେଶ ବନ୍ୟପ୍ରାଣୀ ପ୍ରାଧିକରଣ,  ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନର ମୁକ୍ତ ଅଞ୍ଚଳରେ ସୁରକ୍ଷିତ ଏନକ୍ଲୋଜର ମଧ୍ୟରୁ ଆହୁରି ୫ ଚିତାଙ୍କୁ ମୁକ୍ତ କରିବାକୁ ପ୍ରସ୍ତୁତି କରୁଛି। ଯାହା ୭୦ ବର୍ଷ ପୂର୍ବେ ଭାରତୀୟ ଜୈବ ବିବିଧତାରୁ ବିଲୁପ୍ତ ହୋଇଯାଇଥିବା ଚିତାକୁ ପୁନଃର୍ବାର ସାମିଲ କରାଇବା ନେଇ ଚାଲିଥିବା ପ୍ରୟାସର ଏକ ଅଂଶ।

Read More
{}{}