Hindi News >>Home >>Odisha National-International

ବିଦେଶ ଗସ୍ତରୁ ପ୍ରଧାନମନ୍ତ୍ରୀଙ୍କୁ ମିଳିଛି ଅନେକ ଉପହାର,ଜାଣନ୍ତୁ କେଉଁ କାମରେ ହେଉଛି ବିନିଯୋଗ

ଗତ ଏକ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରୌପ୍ୟ ମୁଦ୍ରା, ଘଡ଼ି, ସ୍ମାରିକା, ହସ୍ତନିର୍ମିତ ଧୂପଦାନୀ, ମାଲଦ୍ୱୀପର ହସ୍ତଶୀଳ୍ପ ସାମଗ୍ରୀ, ଗୌତମ ବୁଦ୍ଧଙ୍କ ସମ୍ପର୍କିତ ସୂଚୀପତ୍ର ଓ ମୂର୍ତ୍ତି, ପ୍ରସିଦ୍ଧ କଳାକାର ଓଲାଫ ୱାନ କ୍ଲିଫଙ୍କ ଗଣେଶ ଫଟୋ ଆଦି ଉପହାରରେ ମିଳିଛି ।

Advertisement
ବିଦେଶ ଗସ୍ତରୁ ପ୍ରଧାନମନ୍ତ୍ରୀଙ୍କୁ ମିଳିଛି ଅନେକ ଉପହାର,ଜାଣନ୍ତୁ କେଉଁ କାମରେ ହେଉଛି ବିନିଯୋଗ
Stop
Durga Madhaba Pattanayak|Updated: Jul 10, 2022, 11:17 PM IST

ନୂଆଦିଲ୍ଲୀ: ବୈଦେଶିକ ସମ୍ପର୍କ କ୍ଷେତ୍ରରେ ଭାରତର ସ୍ଥାନ ଆଗରେ । ବିଶ୍ୱର ବିଭିନ୍ନ ଦେଶ ସହିତ ସମ୍ପର୍କ ସ୍ଥାପନ ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ତତ୍ପର । ସମ୍ପର୍କ ମଜଭୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୧ ବର୍ଷରେ ଅନେକ ଦେଶ ଗସ୍ତ କରିଛନ୍ତି । ଏହି ସବୁ ଗସ୍ତ ସମୟରେ ତାଙ୍କୁ ଅନେକ ସ୍ମରଣୀୟ ଉପହାର ମଧ୍ୟ ମିଳିଛି । ଗତ ୧ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ଦେଶରୁ ପ୍ରାୟ ୧୫ ଲକ୍ଷ ୬୫ ହଜାର ଟଙ୍କାର ୩୦ରୁ ଅଧିକ ଉପହାର ମିଳିଛି । ଏହି ଉପହାର ଗୁଡ଼ିକ ମଧ୍ୟରେ ରହିଛି ଧୂପଦାନି, ଗଣେଶଙ୍କ ମୂର୍ତ୍ତି, ଗୌତମ ବୁଦ୍ଧଙ୍କ ସମ୍ପର୍କିତ ପ୍ରତୀକ ଚିହ୍ନ, କମ୍ବଳ, ଦରି, ସ୍ୱେଟର ଏବଂ ଟୋପି । ତେବେ ମିଳୁଥିବା ଏହି ଉପହାର ଗୁଡ଼ିକ ପାଇଁ କିଛି ସ୍ୱତନ୍ତ୍ର ନିୟମ ରହିଛି । ନିୟମ ଅନୁଯାୟୀ ଏହି ସବୁ ସ୍ମରଣୀୟ ଉପହାରକୁ ବୈଦେଶିକ ବିଭାଗର ଟ୍ରେଜର ହାଉସ୍‌ (ଭଣ୍ଡାରଘର)ରେ ଜମା ଦିଆଯାଇଛି ।

ବିଦେଶ ମନ୍ତ୍ରାଳୟଙ୍କ ଟ୍ରେଜର ହାଉସ୍‌ (ଭଣ୍ଡାରଘର) ବିବରଣୀ ଅନୁଯାୟୀ ଗତ ଏପ୍ରିଲ ୨୦୨୧ରୁ ଚଳିତ ବର୍ଷ ଏପ୍ରିଲ ୨୦୨୨ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଦେଶ ଯାତ୍ରା କାଳରେ ଓ ଅନ୍ୟ ମାଧ୍ୟମରୁ ୩୦ରୁ ଅଧିକ ଉପହାର ମିଳିଛି । ଏହି ସମୟଭିତରେ ପ୍ରଧାନମନ୍ତ୍ରୀ ଡେନମାର୍କ, ଫ୍ରାନ୍ସ,,ଜର୍ମାନୀ, ଇଟାଲୀ, ବ୍ରିଟେନ, ଆମେରିକା ଏବଂ ବାଂଲାଦେଶ ଆଦି ଦେଶ ଗୁଡ଼ିକୁ ଯାତ୍ରା କରିଥିଲେ ।  ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଅନେକ ମୂଲ୍ୟବାନ ଉପହାର ମିଳିଛି । ବିଭିନ୍ନ ଧାତୁରେ ନିର୍ମିତ ଏହି ସବୁ ଉପହାରରେ କାଷ୍ଟ, ରୂପା, ସୁନା ନିର୍ମିତ ଅନେକ ଉପହାର ରହିଛି । ଏହି ଉପହାର ଭିତରେ ଥିବା ସୁନାରେ ନିର୍ମିତ ଚେସ୍ ବୋର୍ଡର ମୂଲ୍ୟ କେବଳ ୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି । ପିଏମଙ୍କୁ ୪ ସେଟ୍ ବାସନ ମଧ୍ୟ ଉପହାର ମିଳିଛି , ଯାହାର ମୂଲ୍ୟ ପାଖାପାଖି ସାଢେ ୪ଲକ୍ଷ ଟଙ୍କା ହେବ । ବିଦେଶ ମନ୍ତ୍ରାଳୟ ଟ୍ରେଜର ହାଉସ୍‌ (ଭଣ୍ଡାରଘର)ବିବରଣୀ ଅନୁସାରେ ଗତ ଏକ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରୌପ୍ୟ ମୁଦ୍ରା, ଘଡ଼ି, ସ୍ମାରିକା, ହସ୍ତନିର୍ମିତ ଧୂପଦାନୀ, ମାଲଦ୍ୱୀପର ହସ୍ତଶୀଳ୍ପ ସାମଗ୍ରୀ, ଗୌତମ ବୁଦ୍ଧଙ୍କ ସମ୍ପର୍କିତ ସୂଚୀପତ୍ର ଓ ମୂର୍ତ୍ତି, ପ୍ରସିଦ୍ଧ କଳାକାର ଓଲାଫ ୱାନ କ୍ଲିଫଙ୍କ ଗଣେଶ ଫଟୋ ଆଦି ଉପହାରରେ ମିଳିଛି ।

ସେହିପରି କାଚ ନିର୍ମିତ ଗିନା,କଲମ, ଅଷ୍ଟ୍ରେଲିଆର ସ୍ୱତନ୍ତ୍ର ଅକୁର୍ବା ଟୋପି, କାଷ୍ଟରେ ନିର୍ମିତ କପ୍, ଗୋଲାପ ଜଳ, ଅଲିଭ ତେଲ, କାଚର ଫୁଲଦାନୀ, ଗଣେଶଙ୍କ ଛୋଟ ମୂର୍ତ୍ତି, କାଷ୍ଟ ନିର୍ମିତ ବାକ୍ସ, ଷ୍ଟିଲ ଜଗ, କାଷ୍ଟ ନର୍ମିତ ଦରି ଓ ଇଣ୍ଡିପେଣ୍ଡେଣ୍ଟ ଓଭର ହ୍ୟାପିନେସ ନାମକ ପୁସ୍ତକ ଆଦି ଉପହାର ସ୍ୱରୂପ ମିଳିଛି । ଏହା ଛଡା ଏହି ଲିଷ୍ଟରେ, କମ୍ବଳ, ସ୍ୱେଟର,ନବବର୍ଷ ଉପହାର, କଲମ ସେଟ୍ ଆଦି ମଧ୍ୟ ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ ଫରେନ କଣ୍ଟ୍ରିବ୍ୟୁସନ ରେଗୁଲେସନ ଆକ୍ଟ ୨୦୧୦() ଅନୁସାରେ ଯେତେବେଳେ କୌଣସି ଭାରତୀୟ ପ୍ରତିନିଧି ମଣ୍ଡଳର କୌଣସି ସଦସ୍ୟଙ୍କୁ ଦାନ ଅଥବା ଉପହାର ଆକାରରେ ବିଦେଶୀ ଉପହାର ପ୍ରାପ୍ତ ହୋଇଥାଏ,ସେହି ଦାନ ଓ ଉପହାରକୁ ୩୦ ଦିନ ମଧ୍ୟରେ ସମ୍ପର୍କିତ ମନ୍ତ୍ରାଳୟ ଅଥବା ବିଭାଗକୁ ଦେଇଦେବାକୁ ହୋଇଥାଏ । ତାହାକୁ ବିଦେଶ ମନ୍ତ୍ରାଳୟର ଟ୍ରେଜର ହାଉସ୍‌ (ଭଣ୍ଡାରଘର)କୁ ପଠାଇ ଦିଆଯାଇଥାଏ ।     

{}{}