Hindi News >>Home >>Odisha National-International

Medicine: ଏପ୍ରିଲ ପହିଲାରୁ ମହଙ୍ଗା ହେବ ୮୦୦ ଜରୁରୀ ଔଷଧ

Medicine: ଏପ୍ରିଲ ପହିଲାଠାରୁ ଦେଶର ମହଙ୍ଗା ହେବ ଔଷଧ । ଏଥିରେ ୮୦୦ ଜରୁରୀ ଔଷଧର (Essential Medicines) ମୂଲ୍ୟ ବଢିବ । ଆଣ୍ଟିବାୟୋଟିକ୍ସ (Antibiotics), ଆଣ୍ଟି ଇଫେକ୍ଟିଭ (Anti-Infectives) ଓ ପେନ୍ କିଲର (Painkillers) ଭଳି ପ୍ରାୟ ୮୦୦ ଜରୁରୀ ଔଷଧର ଦର ବଢିବା ନେଇ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଛନ୍ତି ।

Advertisement
Medicine: ଏପ୍ରିଲ ପହିଲାରୁ ମହଙ୍ଗା ହେବ ୮୦୦ ଜରୁରୀ ଔଷଧ
Stop
Zee Odisha Desk|Updated: Mar 20, 2024, 11:09 AM IST

Medicine: ଏପ୍ରିଲ ପହିଲାଠାରୁ ଦେଶର ମହଙ୍ଗା ହେବ ଔଷଧ । ଏଥିରେ ୮୦୦ ଜରୁରୀ ଔଷଧର (Essential Medicines) ମୂଲ୍ୟ ବଢିବ । ଆଣ୍ଟିବାୟୋଟିକ୍ସ (Antibiotics), ଆଣ୍ଟି ଇଫେକ୍ଟିଭ (Anti-Infectives) ଓ ପେନ୍ କିଲର (Painkillers) ଭଳି ପ୍ରାୟ ୮୦୦ ଜରୁରୀ ଔଷଧର ଦର ବଢିବା ନେଇ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଛନ୍ତି ।

ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ (National Pharmaceutical Pricing Authority) ଗତ ଶୁକ୍ରବାର ୨୦୨୦ରେ ଥିବା ପାଇକାରୀ ମୂଲ୍ୟ ସୂଚକାଙ୍କରେ ୧୦.୭ ପ୍ରତିଶତ ବୃଦ୍ଧି କରିଛନ୍ତି ।  ଫଳରେ ଜାତୀୟ ଜରୁରୀ ଔଷଧ ସୂଚୀରେ ଥିବା ପ୍ରାୟ ୮୦୦ ଔଷଧ ମହଙ୍ଗା ହେବ । ଜ୍ବର, ଚର୍ମରୋଗ, ହୃଦରୋଗ, ରକ୍ତହୀନତା, ଉଚ୍ଚ ରକ୍ତରାପ ଓ ସଂକ୍ରମଣ ପାଇଁ ବ୍ୟବହୃତ ଔଷଧର ମୂଲ୍ୟ ବଢିବ । ଆଜିଥ୍ରୋମାଇସିନ୍, ସିପରୋଫ୍ଲୋକ୍ସାସିନ୍, ହାଇଡ୍ରୋକ୍ଲୋରାଇଡ଼, ମେଟ୍ରୋନିଡ଼ାଜୋଲ, ପାରାସିଟାମଲ, ଫିନୋବାର୍ବିଟୋନ୍ ଓ ଫିନେଟୋନ୍ ସୋଡ଼ିୟମ୍ ଆଦି ଔଷଧର ମୂଲ୍ୟରେ ବୃଦ୍ଧି ଘଟିବ । ଏକ ରିପୋର୍ଟ ଅନୁଯାୟୀ, ପାଇକାରୀ ମୂଲ୍ୟ ସୂଚୀ (ଡବ୍ଲ୍ୟୁପିଇ)ରେ ପରିବର୍ତ୍ତନ ପରେ ସରକାର ଜାତୀୟ ଜରୁରୀ ଔଷଧ ତାଲିକା (ଏନ୍‌ଏଲ୍‌ଇଏମ୍‌)ରେ ରହିଥିବା ଔଷଧ ମୂଲ୍ୟରେ ୦.୦୦୫୫ ପ୍ରତିଶତ ବୃଦ୍ଧିକୁ ଅନୁମୋଦନ ଦେବାକୁ ଯାଉଛନ୍ତି।

Also Read- Bullet Train: ଜାଣନ୍ତୁ ଭାରତରେ କେବେ ଗଡ଼ିବ ବୁଲେଟ୍ ଟ୍ରେନ୍?

Also Read- Mahua Moitra: ମହୁଆ ମୈତ୍ରଙ୍କ ବିରୋଧରେ ମାମଲା ରୁଜୁ ନେଇ CBIକୁ ଲୋକପାଳଙ୍କ ନିର୍ଦ୍ଦେଶ

ଗତ କିଛି ଦିନ ହେବ ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ଔଷଧ ଦର ବୃଦ୍ଧି କରିବାକୁ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ନିକଟରେ ଦାବି ହେଉଛି। ଏହାପୂର୍ବରୁ, ୨୦୨୨ ମସିହାରେ ଔଷଧର ମୂଲ୍ୟ ରେକର୍ଡ ୧୨ ପ୍ରତିଶତ ଓ ୧୦ ପ୍ରତିଶତ ବୃଦ୍ଧି କରାଯାଇଥିଲା। ଔଷଧର ମୂଲ୍ୟ ବର୍ଷକୁ ଥରେ ଅନୁମୋଦନ କରାଯାଇଥାଏ।

{}{}