Hindi News >>Home >>Odisha National-International

ଦ୍ରୌପଦୀ ମୁର୍ମୁଙ୍କୁ ସ୍କୁଲରେ ବଦଳାଇବାକୁ ପଡିଥିଲା ନିଜ ନାମ, ଜାଣନ୍ତୁ ଏହା ପଛରେ ଥିବା କାହାଣୀ

Draupadi Murmu : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପିଲାଦିନର ନାମ 'ପୁତି' ଥିଲା, ଯାହାକୁ ସ୍କୁଲ ସମୟରେ ତାଙ୍କ ଶିକ୍ଷକ ଦ୍ରୌପଦୀକୁ ପରିବର୍ତ୍ତିନ କରିଥିଲେ । ଯାହା ପରେ ସମସ୍ତେ ତାଙ୍କୁ ଏହି ନାମରେ ଚିହ୍ନିବା ଆରମ୍ଭ କରିଥିଲେ

Advertisement
ଦ୍ରୌପଦୀ ମୁର୍ମୁ
Stop
Jagdish Barik|Updated: Jul 25, 2022, 04:22 PM IST

Draupadi Murmu: ଦ୍ରୌପଦୀ ମୁର୍ମୁ ଆଜି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦର ସଭାପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ସୁପ୍ରିମକୋର୍ଟର (Supreme Court ) ପ୍ରଧାନ ବିଚାରପତି ଏନ.ଭି ରମଣା (NV Raman) ତାଙ୍କୁ ସଂସଦ ଗୃହର ସେଣ୍ଟ୍ରାଲ ହଲରେ (Central Hall) ଶପଥ ଗ୍ରହଣ କରାଇଥିଲେ । ଶପଥ ଗ୍ରହଣ କରିବା ପରେ ଦ୍ରୌପଦୀ ମୁର୍ମୁ ପ୍ରଥମଥର ରାଷ୍ଟ୍ରପତି (President) ଭାବରେ ଦେଶକୁ ସମ୍ବୋଧିତ କରିଥିଲେ ।

ଏହି ସମୟରେ, ସେ ନିଜର ଶିକ୍ଷା ଓ ସଂଗ୍ରାମର ଦିନ ବିଷୟରେ ଉଲ୍ଲେଖ କରି ଲୋକଙ୍କୁ ପ୍ରେରଣା ଦେଇଥିଲେ । ଆପଣମାନଙ୍କ ମଧ୍ୟରୁ ଖୁବ୍ କମ୍ ଲୋକ ଜାଣିଥିବେ ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପିଲାଦିନର ନାମ ଅନ୍ୟ କିଛି ଥିଲା । ଯାହାକୁ ତାଙ୍କ ସ୍କୁଲ ଶିକ୍ଷକ ବଦଳାଇ ମହାଭାରତର ଏକ ଚରିତ୍ର ଉପରେ ଆଧାର କରି ତାଙ୍କୁ ଏକ ନୂଆ ନାମ ଦେଇଥିଲେ ।

କହିରଖୁଛୁ ଯେ ସେ କିଛି ଦିନ ପୂର୍ବରୁ ରାଜ୍ୟର ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଏହି ଖୁଲାସା କରିଥିଲେ । ସେ ତାଙ୍କ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କ ପିଲାଦିନର ସନ୍ଥାଲି ନାମ "ପୁତି" ଯାହାକୁ ତାଙ୍କ ଶିକ୍ଷକ ଦ୍ରୌପଦୀ ଭାବରେ ପରିବର୍ତ୍ତନ କରିଥିଲେ । ରାଷ୍ଟ୍ରପତି ମୁର୍ମୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, "ଦ୍ରୌପଦୀ ମୋର ମୂଳ ନାମ ନୁହେଁ । ଏହା ମୋର ଗୁରୁଙ୍କ ଦ୍ୱାରା ଦିଆଯାଇଥିଲା, ଯିଏ ମୋର ଜନ୍ମ ମାଟି ମୟୂରଭଞ୍ଜର ନୁହେଁ, ବରଂ ଅନ୍ୟ ଜିଲ୍ଲାର ଥିଲେ ।" ସେ ଦାବି କରିଛନ୍ତି ଯେ ଆଦିବାସୀମାନଙ୍କ ଦ୍ୱାରା ପରିଚାଳିତ ମୟୂରଭଞ୍ଜ ଜିଲ୍ଲାର ଶିକ୍ଷକମାନେ ୧୯୬୦ ଦଶକରେ ବାଲେଶ୍ୱର କିମ୍ବା କଟକରୁ ପଢ଼େଇବାକୁ ଆସୁଥିଲେ ।"

ରାଷ୍ଟ୍ରପତି କହିଛନ୍ତି, "ଶିକ୍ଷକଙ୍କୁ ମୋର ପୂର୍ବ ନାମ ପସନ୍ଦ ଆସିଲା ନାହିଁ ଓ ଏହାକୁ ଭଲ ପାଇଁ ସେ ବଦଳାଇ ଦେଇଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ତାଙ୍କୁ ଦ୍ରୌପଦୀ କୁହାଯାଏ, କାରଣ ଏହା 'ମହାଭାରତ'ର ଚରିତ୍ର ସହିତ ସମାନ ନାମ । ସେ ନିଜ ସାକ୍ଷାତକାରରେ କହିଛନ୍ତି ଯେ ଯଦି ସନ୍ଥାଲି ସମାଜରେ କୌଣସି ଝିଅ ଜନ୍ମ ହୁଏ, ସେ ତାଙ୍କ ଜେଜେମା’ଙ୍କ ନାମରେ ନାମିତ ହୋଇଥାଏ, ଯେତେବେଳେ ଏକ ପୁଅ ଜନ୍ମ ହୁଏ, ସେତେବେଳେ ତାଙ୍କୁ ତାଙ୍କ ଜେଜେବାପାଙ୍କ ନାମରେ ନାମିତ କରାଯାଏ । ସ୍କୁଲ ଓ କଲେଜରେ ରାଷ୍ଟ୍ରପତି ଦ୍ରୌପଦୀଙ୍କ ଉପନାମ ମୁର୍ମୁ ନୁହେଁ ଟୁଡୁ ଥିଲେ କିନ୍ତୁ ବ୍ୟାଙ୍କ ଅଧିକାରୀ ଶ୍ୟାମ ଚରଣ ଟୁଡୁଙ୍କୁ ବିବାହ କରିବା ପରେ ସେ ନିଜ ନାମ ଆଗରେ ମୁର୍ମୁ ରଖିବା ଆରମ୍ଭ କରିଥିଲେ ।

ଏହା ବି ପଢନ୍ତୁ: Vicky Katrina Death Threat: କ୍ୟାଟ୍ରିନା-ବିକିଙ୍କୁ ମିଳିଲା ହତ୍ୟା ଧମକ; ଜାଣନ୍ତୁ ପୂରା ଘଟଣା

ଏହା ବି ପଢ଼ନ୍ତୁ: Indo-China Conflict: ଚୀନକୁ ମିଳିବ ମୁହଁତୋଡ଼ ଜବାବ, LAC ରେ ଭାରତ ମୁତୟନ କରିବ ଡ୍ରାଗନର କାଳ!

 

Read More
{}{}